Indus Valley Times

ଆଜି ରାଜ୍ୟରେ ଜାରି ରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା

 Breaking News

ଆଜି ରାଜ୍ୟରେ ଜାରି ରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା

ଆଜି ରାଜ୍ୟରେ ଜାରି ରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା
October 04
09:52 2025

ଭୁବନେଶ୍ୱର, ୪/୧୦ : ଆଜି ରାଜ୍ୟରେ ଜାରି ରହିବ ପ୍ରବଳରୁ ଅତି ପ୍ରବଳ ବର୍ଷା। ସେହିପରି ବିଜୁଳି, ଘଡ଼ଘଡ଼ି ପାଇଁ ୨୦ ଜିଲ୍ଲାକୁ ଦିଆଯାଇଛି ୟେଲୋ ଆଲର୍ଟ। ଏପରିକି ପବନ ୫୦ରୁ ୬୦ ବେଗରେ ବୋହିବା ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ତେବେ ଆଜି ନବରଙ୍ଗପୁର ଓ ନୂଆପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ଏହାସହିତ ଉତ୍ତରପୂର୍ବ ଆରବସାଗରରେ ବାତ୍ୟା ‘ଶକ୍ତି’ କେନ୍ଦ୍ରୀଭୂତ ଥିବା ଗଭୀର ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ତେବେ ଆସନ୍ତାକାଲି ମଧ୍ୟ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷ ହେବାର ସମ୍ଭାବନା ରହିଛି। ତେଣୁ ଆସନ୍ତାକାଲି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ତେବେ ପଛକୁ ପଛ ଲଘୁଚାପ ମାଡି ଆସୁଛି। ଗୋଟିଏ ନ ଯାଉଣୁ ଆଉ ଗୋଟିଏ। ଅକ୍ଟୋବର ୯ରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି। ଆସନ୍ତା ୯ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉଏକ ଲଘୁଚାପ ସୃଷ୍ଟି ହେବ।
ଏହାର ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ତାସହିତ ନବରଙ୍ଗପୁରରେ ପ୍ରବଳ ର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହିତ ବିଜୁଳି, ଘଡ଼ଘଡ଼ି ମଧ୍ୟ ମାରିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାସହିତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31