Indus Valley Times

କବି ଚୈତନ୍ୟ ପ୍ରସାଦ ହେଉଛନ୍ତି ଜଣେ ବହୁମୁଖୀ ପ୍ରତିଭା

 Breaking News

କବି ଚୈତନ୍ୟ ପ୍ରସାଦ ହେଉଛନ୍ତି ଜଣେ ବହୁମୁଖୀ ପ୍ରତିଭା

October 04
11:57 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୪/୧୦ : ବରେଣ୍ୟ ମାଟି ଖୋର୍ଦ୍ଧା ଗଡରେ ଜନ୍ମିତ କବି ଚୈତନ୍ୟ ପ୍ରସାଦ ବେହେରା ହେଉଛନ୍ତି ଜଣେ ବହୁମୁଖୀ ପ୍ରତିଭା ବୋଲି ଖୋର୍ଦ୍ଧାର ଶ୍ୟାମା ମାଧବ ପାଠାଗାରରେ ଅନୁଷ୍ଠିତ ତାଙ୍କର ୬୦ତମ ଜନ୍ମ ଜୟନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କବି ତଥା ପୂର୍ବତନ ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ମତବ୍ୟକ୍ତ କରି କହିଥିଲେ ଯେ ଚୈତନ୍ୟ ପ୍ରସାଦ ଏକାଧାରରେ ଜଣେ କବି, ଗୀତିକାର, କଣ୍ଠଶିଳ୍ପୀ, ସଂଗୀତ ନିର୍ଦ୍ଦେଶକ, ଆକାଶବାଣୀ ଓ ଦୂରଦର୍ଶନର ସ୍ୱୀକୃତି ପ୍ରାପ୍ତ ଉପସ୍ଥାପକ । ସାରା ରାଜ୍ୟରେ ତାଙ୍କର ପ୍ରତିଭା ପାଇଁ ବେଶ୍ ପରିଚିତ ।
ତାଙ୍କ ସଂପାଦନାରେ ଦୀର୍ଘ ୨୦ବର୍ଷ ଧରି ଖୋର୍ଦ୍ଧାର ଗରିମା ବହନ କରି “ଉତ୍କଳବାଣୀ” ନାମକ ନିରପେକ୍ଷ ସମ୍ବାଦପତ୍ର ପ୍ରକାଶ ହେବା ଏକ ଗୈାରବର ବିଷୟ । ଏଥିରେ କବି ତଥା ଶ୍ରମ ବିଭାଗର ଉପଶାସନ ସଚିବ ପୀୟୁଷ ରଞ୍ଜନ ପରିଡା ପୈାରହିତ୍ୟ କରିଥିବା ବେଳେ, ଉଦଘାଟକ ଭାବେ ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ମହମ୍ମଦ୍ ମୁସିର୍ ସଭା ଉଦ୍‌ଘାଟନ କରିଥିବା ବେଳେ ଗୃହ ବିଭାଗର ଅନୁଶାସନ ସଚିବ କବି ଜିତେନ୍ଦ୍ର କୁମାର, ଆଇଟି ବିଭାଗର ଉପଶାସନ ସଚିବ ସୁକାନ୍ତ କୁମାର ଦାସ ଓ ବିଶିଷ୍ଟ ପାଲା ଗାୟକ ପଣ୍ଡିତ ବ୍ରଜ କିଶୋର ମହାନ୍ତି ଶ୍ରୀବେହେରାଙ୍କୁ ସାହିତ୍ୟ ଓ ସଂସ୍କୃତିର ଜଣେ ଦକ୍ଷ ଉତ୍ସର୍ଗୀକୃତ ପ୍ରତିଭା ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ପରେ ପରେ କବି ଚୈତନ୍ୟ ପ୍ରସାଦ ବେହେରାଙ୍କ ଦ୍ୱାରା ରଚିତ ୧୧୭ ଗୋଟି ସ୍ୱରଚିତ ଆଧ୍ୟାତ୍ମିକ ଭଜନକୁ ନେଇ ସଂକଳନ “ହେ ମଣିମା” ଓ ତାଙ୍କ ସମ୍ବନ୍ଧରେ ଓଡିଶାର ୫୫ ଜଣ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଦ୍ୱାରା ଲିଖିତ ରଚନାକୁ ନେଇ “ଚର୍ଚ୍ଚିତ ଚୈତନ୍ୟ” କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଜୟନ୍ତୀ ସଭାରେ ଖୋର୍ଦ୍ଧା ସମେତ ବିଭିନ୍ନ ଜିଲ୍ଲାର ପ୍ରାୟ ୭୦ଜଣ ଚୈତନ୍ୟପ୍ରେମୀ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମଟିରେ ବେଦ ପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ ଓଡିଶା ଉଚ୍ଚ ନ୍ୟାୟାଳୟର ଅଧିବକ୍ତା ତଥା କବି ଭାଗିରଥି ପାଣିଗ୍ରାହୀ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031