Indus Valley Times

ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ଲିଙ୍କ୍ : ‘ବଣିକ୍’ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ଟିମ୍‌ର ଛାନଭିନ୍

 Breaking News

ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ଲିଙ୍କ୍ : ‘ବଣିକ୍’ କୋଚିଂ ସେଣ୍ଟରରେ କ୍ରାଇମବ୍ରାଞ୍ଚ ଟିମ୍‌ର ଛାନଭିନ୍

October 09
18:13 2025

ଭୁବନେଶ୍ବର , ୯/୧୦ : ଓଡ଼ିଶା ପୁଲିସ୍ ରିକ୍ରୁଟମେଣ୍ଟ ବୋର୍ଡ (ଓପିଆର୍‌ବି) ଦ୍ୱାରା ପରିଚାଳିତ ହେବାକୁ ଥିବା ଓଡ଼ିଶା ପୁଲିସ ସନ୍‌ଇନ୍‌ସ୍ପେକ୍ଟର (ଏସ୍‌ଆଇ) ନିଯୁକ୍ତି କେଳେଙ୍କାରୀ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଆଉ ଏକ ବଡ଼ ଖୁଲାସା କରିଛି।
ଏହି ପରୀକ୍ଷାରେ ଜାଲିଆତି ମାମଲାରେ କ୍ରାଇମ୍‌ବ୍ରାଞ୍ଚ ରାଜ୍ୟର ଏକ ଜଣାଶୁଣା ଘରୋଇ କୋଚିଂ ସେଣ୍ଟର ‘ବଣିକ’ ଉପରେ ଚଢ଼ଉ କରିଛି। ଇନଷ୍ଟିଚ୍ୟୁଟରେ ଏସ୍‌ଆଇ ଆଶାୟୀ ପାର୍ଥୀଙ୍କୁ ତାଲିମ ଅଭିଯୋଗରେ ଏହି ଚଢ଼ଉ ହୋଇଛି।
ସୂଚନାଯୋଗ୍ୟ, ପୁଲିସ ଏସ୍‌ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ୧୧୯ ଜଣ ଗିରଫ ହୋଇଛନ୍ତି। ଏବେବି ଏହାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଓ ମୁନ୍ନା ମହାନ୍ତି ଫେରାର ଅଛନ୍ତି।
କ୍ରାଇମବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର ବେହେରା କହିଛନ୍ତି, ୧୦ ଜଣଙ୍କ ବୟାନ ଆଧାରରେ ଏହି ଚଢ଼ଉ କରାଯାଇଛି। ଆଜି ଚଢ଼ଉ ସମୟରେ ୬ ଜଣକ ବାବଦରେ ତଥ୍ୟ ଏକାଠି କରିଛି ଟିମ୍‌। ବଣିକ ଇନଷ୍ଟିରେ ଏସଆଇ ଆଶାୟୀମାନେ ଟ୍ରେନିଂ ନେଇଥିଲେ କି ନାହିଁ, ସେନେଇ ଖୋଳତାଡ଼ କରୁଛି ଟିମ୍‌ଓ ସର୍ଭର ଡାଉନ ଥିବାରୁ ଡାଟା ରିକଭରି କରିବା କଷ୍ଟ ହୋଇଛି। କିନ୍ତୁ ସମସ୍ତ ଡାଟା ନେଇ ସାରିବା ପରେ କ୍ରାଇମବ୍ରାଞ୍ଚ ଟିମ୍ ଫେରିବଓ
ପୁଲିସ ଏସ୍‌ଆଇ ପରୀକ୍ଷା ବାତିଲ ପରେ ରାଜ୍ୟ ସରକାର ତନାଘନା ଜୋର୍‌ଦାର କରିଛନ୍ତି। ୨୦୨୪ ଜୁନ୍‌ରୁ ଆଜି ପର୍ଯ୍ୟନ୍ତ ବାତିଲ ହୋଇଥିବା ପରୀକ୍ଷାଗୁଡ଼ିକର ରିପୋର୍ଟ ଦାଖଲ କରିବାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସମସ୍ତ ନିଯୁକ୍ତି ବୋର୍ଡ ଏବଂ ଆୟୋଗଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାତିଲ ହୋଇଥିବା ପରୀକ୍ଷାଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ ମେଲ୍ ମାଧ୍ୟମରେ ପଠାଇବାକୁ କୁହାଯାଇଛି।
ଯେଉଁଥିରେ ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ(ଓପିଆର୍‌ବି) ସମେତ ଓଡ଼ିଶା ପୁଲିସ ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ (ଓପିଏସ୍‌ଏସ୍‌ବି), ଓଡ଼ିଶା ପୁଲିସ ମିନିଷ୍ଟେରିଆଲ୍ ଷ୍ଟାଫ୍ ସିଲେକ୍ସନ୍ ବୋର୍ଡ (ଓପିଏମ୍‌ଏସ୍‌ଏସ୍‌ବି), ସିଲେକ୍ସନ୍ ବୋର୍ଡ (ପୁଲିସ)ର ଅଧ୍ୟକ୍ଷ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ଓ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ପବ୍ଲିକ ସର୍ଭିସ୍ କମିସନ୍ (ଓପିଏସ୍‌ସି), ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ (ଓଏସ୍‌ଏସ୍‌ସି), ଓଏସ୍‌ଏସ୍‌ଏସ୍‌ସି, ରାଜ୍ୟ ସିଲେକ୍ସନ୍ ବୋର୍ଡ (ଉଚ୍ଚଶିକ୍ଷା) ସଚିବଙ୍କୁ ପତ୍ର ଲେଖାଯାଇଛି। ଆଜି ହିଁ ଏସବୁର ତାଲିକା ପଠାଇବାକୁ କୁହାଯାଇଥିଲା। ତେବେ ରାତି ସୁଦ୍ଧା କେଉଁ କେଉଁ ବୋର୍ଡ ଓ ଆୟୋଗ ରିପୋର୍ଟ ପଠାଇଲେ, ତାହା ସ୍ପଷ୍ଟ ହୋଇ ନାହିଁ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930