Indus Valley Times

ପୁରୀ ଯାଉଥିଲେ, ରାସ୍ତାରେ ଅଟକି ପଇଡ଼ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

 Breaking News

ପୁରୀ ଯାଉଥିଲେ, ରାସ୍ତାରେ ଅଟକି ପଇଡ଼ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପୁରୀ ଯାଉଥିଲେ, ରାସ୍ତାରେ ଅଟକି ପଇଡ଼ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
October 13
18:04 2025

ପୁରୀ , ୧୩/୧୦ : ସୋମବାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତ ସମୟରେ ବାଟରେ କାଦୁଆ ଠାରେ ଅଟକି ଜଣେ ପଇଡ ବିକ୍ରେତା ଠାରୁ ପଇଡ କିଣି ପିଇ ୧୦୦୦ ଟଙ୍କା ଦେବା ସହ ଏବଂ ପଇଡ ବିକୁଥିବା ବେପାରୀ ଶ୍ରୀଧର ମହାପାତ୍ରଙ୍କ ସହିତ ଦୁଃଖ ସୁଖ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀଧରଙ୍କ ସହ କଥା ହେବା ବେଳେ କିଭଳି ବ୍ୟବସାୟ ଚାଲିଛି, କେତେବର୍ଷ ଧରି ବ୍ୟବସାୟ କଲେଣି ଓ ସରକାରୀ ସୁବିଧା ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଛନ୍ତି ।
ତେବେ ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସାଧାରଣ ଗ୍ରାହକ ହିସାବରେ ନିକଟରେ ପାଇ ଶ୍ରୀଧର ଖୁସିରେ ବିଭୋର ହୋଇଯାଇଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ସହୃଦୟତା ପୂର୍ଣ୍ଣ ବ୍ୟବହାର ଶ୍ରୀଧର ଓ ଉପସ୍ଥିତ ଜନସାଧାରଣଙ୍କ ମନରେ ମଧ୍ୟ ଖୁସି ଓ ଆନନ୍ଦ ଆଣିଥିଲା ।ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁବେଳେ ସାଧାରଣ ଲୋକଙ୍କ ସହିତ ମିଶିବା, ଦୁଃଖ ସୁଖ ହେବା ଓ ସେମାନଙ୍କ ସମସ୍ୟା ଶୁଣିବାକୁ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କୁ ପଇଡ଼ ପିଆଇ ପଇଡ଼ ବ୍ୟବସାୟୀ ଶ୍ରୀଧର ଖୁସି ହୋଇଛନ୍ତି।
ସୂଚନା ଥାଉକି ପଇଡ ବେପାରୀ ଶ୍ରୀଧର ଦୀର୍ଘ ୨୦ ବର୍ଷ ହେଲାଣି ଏଠାରେ ପଇଡ ବେପାର କରୁଛନ୍ତି। ସେ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅନ୍ତର୍ଗତ କାଦୁଆ ଗ୍ରାମପଞ୍ଚାୟତ ଭଟପୁର ଗ୍ରାମର ବାସିନ୍ଦା ଅଟନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031