Indus Valley Times

ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀ କକ୍ଷରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମର ଆଭାସୀ ମାଧ୍ୟମରେ ଶୁଭାରମ୍ଭ ଅନୁଷ୍ଠିତ

 Breaking News

ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀ କକ୍ଷରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମର ଆଭାସୀ ମାଧ୍ୟମରେ ଶୁଭାରମ୍ଭ ଅନୁଷ୍ଠିତ

October 18
21:14 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୮/୧୦ : (ଶନିବାର) ଦିନ ଦିବା ୧୧.୩୦ ମିନିଟ ସମୟରେ ବୌଦ୍ଧ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ ହୋଇ ଯାଇଛି ।
ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ସ୍ଥଳରୁ ଆଭାସୀ ମାଧ୍ୟମରେ ଓଡିଶା ର ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଶୁଭାରମ୍ଭ କରିଥିଲେ ।
ବୌଦ୍ଧ ଠାରେ ଅନୁଷ୍ଠିତ ଜିଲାସ୍ତରୀୟ କାର‌୍ୟ୍ୟକ୍ରମରେ ଜିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ବିଭୁତି ଭୁଷଣ ନାୟକ, ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ରାହୁଲ୍ ଗୋୟଲ, ଅତିରିକ୍ତ ଜିଲ୍ଲାପାଳଶ୍ରୀଯୁକ୍ତ ଅନିରୁଦ୍ଧ ପଧାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ଶ୍ରୀଯୁକ୍ତ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ସାର୍ଥକ ରାଏ,ଡ଼ି ଏସ ପି, ଡ଼ି. ଆଇ. ବି, ଶ୍ରୀଯୁକ୍ତ ଗୌରାଙ୍ଗ ଚରଣ ସାହୁ, ସରଜେଣ୍ଟ ଖଗେଶ୍ୱର ବିଶ୍ୱାଲ,ଏ. ଡ଼ି. ଏମ. ଓ. ଡ଼. କିଶୋର ଚନ୍ଦ୍ର ପଟ୍ଟନାୟକ, ପରିବହନ ଅଧିକାରୀ ସୁଷମା ସାହୁ , ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ ଏକ ମାସ ଧରି ସାରା ରାଜ୍ୟରେ ସାଇବର ସୁରକ୍ଷା ନେଇ ଜନ ସାଧାରଣଙ୍କୁ ସଚେତନ କରାଯିବ ।
ସୁରକ୍ଷିତ ଓଡିଶା ଗଠନ ପାଇଁ, ଅନ ଲାଇନ ଠକେଇ ପ୍ରତି ସାବଧାନ ରହିବା ପାଇଁ ଲୋକଙ୍କୁ ସତର୍କ କରାଯିବ । ସାଇବର ସେପଟି କ୍ୟାମ୍ପେନ ମାଧ୍ୟମରେ ସାଇବର ଅପରାଧ କୁ ରୋକାଯାଇ ପାରିବ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31