Indus Valley Times

ଖୋର୍ଦ୍ଧାରେ ୬୬ ତମ ପୁଲିସ ସହୀଦ ସ୍ମୁତି ଦିବସ ପାଳନ

 Breaking News

ଖୋର୍ଦ୍ଧାରେ ୬୬ ତମ ପୁଲିସ ସହୀଦ ସ୍ମୁତି ଦିବସ ପାଳନ

October 22
16:06 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୨୨/୧୦: ମାତୃଭୂମିର ସେବା ପାଇଁ ନିଜ ଜୀବନକୁ ପ୍ରାଣବଳି ଦେଇ ସାହାସିକତାର ପରିଚୟ ଦେଇଥିବା ବୀର ସହୀଦ ପୁଲିସ ମାନଙ୍କ ସ୍ମୁତି ଉଦେଶ୍ୟରେ ଓଡ଼ିଶା ପୁଲିସ ପକ୍ଷରୁ ପ୍ରତିବର୍ଷ ଅକ୍ଟୋବର ୨୧ ତାରିଖକୁ ପୁଲିସ ଶହୀଦ ଦିବସ ଭାବେ ପାଳିତ ହେଉଛି।
ଏହି ସହୀଦ ବୀର ପୁଲିସ ମାନଙ୍କ ବଳିଦାନକୁ ମନେପକେଇବାକୁ ଯାଇ ଆଜି ସାରା ରାଜ୍ୟରେ ୬୬ ତମ ସହୀଦ ସ୍ମୁତି ଦିବସ ପାଳନ ହେଉଛି।
ଏହି ସ୍ମୁତି ଦିବସ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ପୁଲିସ ପକ୍ଷରୁ ରିଜର୍ଭ ପୁଲିସ ପଡ଼ିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଯୋଗଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ପୁଲିସ ଅଧିକାରୀ ଏବଂ କର୍ମଚାରୀଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ବୀର ସହୀଦ ମାନଙ୍କ ଦେଶସେବା ଓ ତ୍ୟାଗ ସ୍ମରଣରେ ଦୁଇ ମିନିଟ ନିରବ ପ୍ରାଥନା ସହ ପରିବାର ପ୍ରତି ମଧ୍ୟ ସମବେଦନା ଜ୍ଞାପନ କରିଥିଲେ।
ନିଜର ଅଭିଭାଷଣରେ କହିଥିଲେ ପୁଲିସ ବିଭାଗରେ କାର‌୍ୟ୍ୟରତ କର୍ମଚାରୀଙ୍କ ସାହସିକ ନିଷ୍ଠାପୂର୍ଣ୍ଣ ସେବାର ପ୍ରଶଂସା କରିବା ସହ ସମାଜରେ ଶାନ୍ତି ଶୃଙ୍ଖଳା ଓ ଆଇନ ପାଳନ ପାଇଁ ପୁଲିସ ସଦା ସମର୍ପିତ ଥିବା ପ୍ରକାଶ କରିଥିଲେ।
ଆଜିର ଦିନରେ ସମସ୍ତଙ୍କୁ ଶହୀଦ ମାନଙ୍କ ଆଦର୍ଶ ଓ ଦେଶସେବାର ମନୋଭାବକୁ ଅନୁସରଣ କରି କାମ କରିବାକୁ ଆହ୍ବାନ ଦେଇଥିଲେ।
ଶେଷରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସ୍ଥିତ ପୁଲିସ କର୍ମଚାରୀ ସମାଜସେବା ,ନିଷ୍ଠା ଓ ବିଶ୍ୱାସର ସହ ଦେଶ ସେବା ଜାରି ରଖିବା ପାଇଁ ଶପଥ ଗ୍ରହଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031