Indus Valley Times

ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ବାଣ୍ଟିଲେ ଆଇନମନ୍ତ୍ରୀ ଓ ପୁରୀ ସାଂସଦ

 Breaking News

ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ ବାଣ୍ଟିଲେ ଆଇନମନ୍ତ୍ରୀ ଓ ପୁରୀ ସାଂସଦ

October 23
18:37 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୨୩/୧କ୍ଟ- ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଗୁରୁବାର ଦିନ ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ ଅନ୍ତର୍ଗତ ବାଣପୁର ବ୍ଲକ ସଭାଗୃହ ଠାରେ ଆୟୋଜିତ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ରାସନ କାର୍ଡ଼ ବଣ୍ଟନ କରାଯାଇଥିଲା।
ଏହି ସମାରୋହରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଏବଂ ପୁରୀ ଲୋକସଭା ସାଂସଦ ଡ଼ାଃ ସମ୍ବିତ ପାତ୍ର ଯୋଗଦେଇ ୧୪୭ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ଼ ବଣ୍ଟନ କରିଥିଲେ। ଖାଦ୍ୟ ସୁରକ୍ଷା ରୁ ଜଣେ ବି ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେବେ ନାହିଁ, ଲୋକଙ୍କ ସରକାରର ଏହି ପ୍ରତିଶ୍ରୁତି ହେଉଛି ପୂରଣ।
ଏହି ସହାୟତା ଲୋକମାନଙ୍କ ଜୀବନରେ ନୂତନ ଆଶା ଓ ସୁରକ୍ଷାର ଭାବନା ସୃଷ୍ଟି କରିବ। ବିକଶିତ ଓଡ଼ିଶା ଓ ଉତ୍କର୍ଷ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ସଦା ଦୃଢ଼ ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ଓ ସାଂସଦ ଏହି ଅବସରରେ କହିଥିଲେ ।
ଏହି କାର୍ଯ୍ୟକ୍ରମ ଅବସରରେ ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ବାଣପୁର ବ୍ଲକ ବିଡିଓ ବିକାଶ କୁମାର ମହାନ୍ତିଙ୍କ ସମେତ ବିଭିନ୍ନ ଗ୍ରା:ପ ର ସରପଞ୍ଚ, ସମିତିସଭ୍ୟ/ସଭ୍ୟାଙ୍କ ସମେତ ବ୍ଲକ, ପଞ୍ଚାୟତ ସ୍ତରୀୟ ଅଧିକାରୀ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31