Indus Valley Times

ସମ୍ଭାବ୍ୟ ବାତ୍ୟା ମନ୍ଥା ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଆଭାଷୀ ମାଧ୍ୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

ସମ୍ଭାବ୍ୟ ବାତ୍ୟା ମନ୍ଥା ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଆଭାଷୀ ମାଧ୍ୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସମ୍ଭାବ୍ୟ ବାତ୍ୟା ମନ୍ଥା ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଆଭାଷୀ ମାଧ୍ୟମରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
October 25
20:16 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୫/୧୦ : ଭାରତୀୟ ପାଣିପାଗ ସୂଚନା ଅନୁଯାୟୀ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୨୫ ତାରିଖ ଅବପାତ ଓ ୨୬ ତାରିଖରେ ଗଭୀର ଅବପାତ ରୂପ ନେଇ ଆସନ୍ତା ଅକ୍ଟୋବର ୨୭ ତାରିଖରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି ।
ଏହା ଦ୍ଵାରା ଖୋର୍ଦ୍ଧା ଜିଲ୍ଲାରେ ଏହାର ପ୍ରଭାବ ରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଅଛି ।
ଏହି ପରି ପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ଆମ୍ରିତ୍ ଋତୁରାଜ ଆଭାଷି ମାଧ୍ୟମରେ ଜିଲ୍ଲାର ପ୍ରଶାସନିକ ଅଧିକାରୀ,ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ,ବି ଡି ଓ, ତହସିଲଦାର, ସ୍ଵାସ୍ଥ୍ୟ, ଶିକ୍ଷା, ଗମନାଗମନ, ବିଦ୍ୟୁତ୍ ବିଭାଗ, ଅଗ୍ନିଶମ ସେବା ବିଭାଗ, ପାନୀୟ ଜଳ ବିଭାଗ, ବେସାମରିକ ଯୋଗାଣ ବିଭାଗ, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଭଳି ସମସ୍ତ ଅତ୍ୟାବଶ୍ୟକ ବିଭାଗର ଅଧିକାରୀ ମାନେ ସେମାନଙ୍କ ଅଧୀନ କର୍ମଚାରୀ ଓ ଅଧସ୍ତନ ଅଧିକାରୀ ମାନଙ୍କୁ ବାତ୍ୟା ମନ୍ଥା ମୁକାବିଲା ନିମନ୍ତେ ତୀକ୍ଷ୍ମ ଦୃଷ୍ଟି ଓ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଅଧିକାରୀ ମାନେ ନିଜ କାର‌୍ୟ୍ୟ ମୁଖ୍ୟାଳୟରେ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ।
ସମସ୍ତ ତହସିଲଦାର,ବି ଡି ଓ ମାନେ ନିଜ କାର‌୍ୟ୍ୟାଳୟରେ କଣ୍ଟ୍ରୋଲ ରୁମ କାର୍ଯ୍ୟକାରୀ କରିବା ସହ ଜିଲ୍ଲା କାର୍ଯ୍ୟାଳୟ କଣ୍ଟ୍ରୋଲ ରୁମ ସହ ଯୋଗାଯୋଗ ରଖିବାକୁ କୁହାଯାଇଛି । ସେହିପରି ବର୍ଷା ହେବାର ରିପୋର୍ଟ ଦୈନିକ ଜିଲ୍ଲା କଣ୍ଟ୍ରୋଲ ରୁମକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଯେକୌଣସି ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ସମସ୍ତ ଲାଇନ୍ ଡିପାର୍ଟ ମେଣ୍ଟ ସଜାଗ ରହିବା ସହ ସେମାନଙ୍କ କର୍ମଚାରୀ ମାନଙ୍କୁ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ସମସ୍ତ ଅତ୍ୟାବଶ୍ୟକ ଔଷଧ ସାମଗ୍ରୀ ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପର୍ଯ୍ୟାପ୍ତ ପରିମାଣରେ ସାପ କାମୁଡା ଇଞ୍ଜେକସନ ପ୍ରତ୍ୟେକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ ମହଜୁଦ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅଗ୍ନିଶମ ସେବା, ନିର୍ବାହୀ ଅଧିକାରୀ, ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଵଛତା କାର‌୍ୟ୍ୟକ୍ରମ ପାଇଁ ପ୍ରସ୍ତୁତ ରହିବାକୁ, ବନ୍ୟା ପ୍ଲାବିତ ଅଞ୍ଚଳରେ ଧନଜୀବନ ସୁରକ୍ଷା ପାଇଁ ବି ଡି ଓ ମାନେ ବହୁମୁଖି ବାତ୍ୟା ବନ୍ୟା ଆଶ୍ରୟ ସ୍ଥଳୀ ଗୁଡ଼ିକୁ ସମସ୍ତ ସୁବିଧା ସହ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଉକ୍ତ ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ,ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ, ଭୁବନେଶ୍ୱର ଡ. ମନୋରଞ୍ଜନ ସାହୁ, ଉପଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ କିଶୋର କୁମାର ପଣ୍ଡା, ଡେପୁଟୀ କଲେକ୍ଟର, ଜରୁରୀ ସୁଶ୍ରୀ ଶ୍ରୀତପା ମିଶ୍ର ପ୍ରମୁଖ ଆଭାସି ବୈଠକରେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930