Indus Valley Times

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଦୁର୍ନୀତି ନିବାରଣ ଶୋଭାଯାତ୍ରାର ଶୁଭାରମ୍ଭ କଲେ ଜିଲ୍ଲାପାଳ

 Breaking News

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଦୁର୍ନୀତି ନିବାରଣ ଶୋଭାଯାତ୍ରାର ଶୁଭାରମ୍ଭ କଲେ ଜିଲ୍ଲାପାଳ

October 31
20:04 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ , ୩୧/୧୦: (ଶୁକ୍ରବାର )ଦିନ ସକାଳ ୧୦ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ମୁଖ୍ୟ ଅତିଥି, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ ଜ଼ିଲ୍ଲାପାଳ, ବୌଦ୍ଧ ବିନୟ କୁମାର ଭୋଇ, ଉପ ଆରକ୍ଷୀ ଅଧିକ୍ଷକ ସୁରେଶ କୁମାର କଁହର, ଜଗବନ୍ଧୁ ଅଙ୍ଗା ରିଆ, ଆଇ
ଆଇ. ସି. ବୌଦ୍ଧ ନଳିନୀକାନ୍ତ ଦାଶ ସବୁଜ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ ।
ଉକ୍ତ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ବୌଦ୍ଧ ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ( ବୌଦ୍ଧ ଶାଖା) ରେ ପହଂଚି ଥିଲା । ଏହି ଶୋଭାଯାତ୍ରା ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ,ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଗରୀକା ଦତ୍ତ, ଭିଜିଲାନ୍ସ କାର୍ଯ୍ୟାଳୟର ଷ୍ଟେନୋ ମକରଧ୍ବଜ୍ ଦିଶିରୀ, କର୍ମଚାରୀ ହର ପ୍ରସାଦ ପରମଗୁରୁ ମହାପାତ୍ର,ପଲକ ବେହେରା, ଗୋପବନ୍ଧୁ ସ୍ୱାଇଁ, ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ସ୍ୱାଧୀନ ପରିଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରି ଥିଲେ ।
ଶୋଭାଯାତ୍ରାରେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ମିଶନ ଶକ୍ତି ର ମହିଳା, ଆଇ. ସି. ଡି. ଏସ ର ପ୍ରୋଗ୍ରାମ ଅଫିସର ସୁପରଭାଇଜର ମାନେ ଅଂଶ ଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31