Indus Valley Times

ନୂଆପଡ଼ା ଉପନିର୍ବାଚନ ସଂପନ୍ନ, ଇଭିଏମରେ ସିଲ୍ ହେଲା ପ୍ରାର୍ଥିୀଙ୍କ ଭାଗ୍ୟ; ସନ୍ଧ୍ୟା ୫ଟା ସୁଦ୍ଧା ୭୫.୩୭% ମତଦାନ

 Breaking News

ନୂଆପଡ଼ା ଉପନିର୍ବାଚନ ସଂପନ୍ନ, ଇଭିଏମରେ ସିଲ୍ ହେଲା ପ୍ରାର୍ଥିୀଙ୍କ ଭାଗ୍ୟ; ସନ୍ଧ୍ୟା ୫ଟା ସୁଦ୍ଧା ୭୫.୩୭% ମତଦାନ

November 11
19:03 2025

ନୂଆପଡ଼ା, ୧୧/୧୧ : ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ସାରିଛି ମତଦାନ। ଇଭିଏମରେ ସିଲ ହେଲା ୧୪ ପ୍ରାର୍ଥୀଙ୍କ ଭାଗ୍ୟ। ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା।
ସୁରୁଖୁରୁରେ ମତଦାନ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ସକାଳୁ ସକାଳୁ ବୁଥ୍ ଗୁଡିକରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା।
ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ୍ ଗୋପାଳନ କହିଛନ୍ତି, ସନ୍ଧ୍ୟା ୫ଟା ସୁଦ୍ଧା ୭୫.୩୭% ଭୋଟିଂ ହୋଇଛି। ବ୍ୟାପକ ପଦକ୍ଷେପ ସତ୍ତ୍ବେ କାଁ ଭାଁ କିଛି କିଛି ସ୍ଥାନରେ ବିଭ୍ରାଟ ଦେଖିବାକୁ ମିଳିଛି।।
ନୂଆପଡ଼ା ଉପନିର୍ବାଚନରେ ଶୃଙ୍ଖଳିତ ଭୋଟିଂ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ବୟସ୍କ ଓ ମହିଳା ଭୋଟରଙ୍କ ପାଇଁ ସ୍ବେଚ୍ଛାସେବୀମାନେ ସହାୟତା କରିଥିଲେ। ଭିନ୍ନକ୍ଷମଙ୍କ ମଧ୍ୟ ସମସ୍ତ ସୁବିଧା କରାଯାଉଥିଲା। ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ସଖୀ ବୁଥ ଗୁଡ଼ିକରେ ମାତୃକକ୍ଷର ବ୍ୟବସ୍ଥା କରାଯାଇଥିଲା
ନୂଆପଡାରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ରାଜ୍ୟର ପ୍ରମୁଖ ୩ ଦଳ ବିଜେପି, ବିଜେଡି ଓ କଂଗ୍ରେସ ସମେତ ମୋଟ ୧୪ଜଣ ପ୍ରାର୍ଥୀଙ୍କ ନିଜ ଭାଗ୍ୟ ନର୍ଦ୍ଧାରଣ କରୁଛନ୍ତି। ଆଜି ୩୫୮ ବୁଥରେ ଭୋଟ ଦେଇଛନ୍ତି ନୂଆପଡ଼ାବାସୀ।
ନୂଆପଡ଼ା ଏନଏସିରେ ୧୭ଟି, ଖରିଆର ରୋଡ଼ ଏନଏସିରେ ୧୯ଟି, ନୂଆପଡ଼ା ବ୍ଲକରେ ୧୫୭ ଓ କୋମନା ବ୍ଲକରେ ୧୬୫ଟି ବୁଥ୍ କରାଯାଇଛି। ୬ଟି ପିଙ୍କ ବୁଥ୍ କରାଯାଇଛି। ମୋଟ ବୁଥ ମଧ୍ୟରୁ ୪୭ ଟି ଅତି ସମ୍ବେଦନଶୀଳ, ୧୦୧ଟି ସମ୍ବେଦନଶୀଳ ଓ ୮ଟି ମାଓ ଅଧ୍ୟୁଷିତ ବୁଥ ରହିଥିଲା। ତେବେ ଏ ସମସ୍ତ ବୁଥରେ ୱେବ କାଷ୍ଟିଂ ବ୍ୟବସ୍ଥା ହୋଇଥିବା ବେଳେ, ପାନୀୟ ଜଳ ଓ ଅନ୍ୟାନ ସୁବିଧାସୁଯୋଗର ବ୍ୟବସ୍ଥା ବି କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31