Indus Valley Times

ଜଙ୍ଗଲ ରାସ୍ତା କଡ଼ରୁ ଅଜଣା ଯୁବତୀର ଝୁଲନ୍ତା ଶବ ଉଦ୍ଧାର

 Breaking News

ଜଙ୍ଗଲ ରାସ୍ତା କଡ଼ରୁ ଅଜଣା ଯୁବତୀର ଝୁଲନ୍ତା ଶବ ଉଦ୍ଧାର

November 12
19:44 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୨/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବୁଡ୍ରୁକିଆ ପଞ୍ଚାୟତର ଡପାସାହି ନିକଟସ୍ଥ ଏକ ଜଙ୍ଗଲ ମଧ୍ୟରେ ଅଜଣା ଯୁବତୀର ଝୁଲନ୍ତା ମୃତ ଶରୀର ବୁଧବାର ଜବତ କରିଛି ବାଲିଗୁଡ଼ା ପୋଲିସ ।
ଘଟଣାରୁ ପ୍ରକାଶ ଯେ, ଉକ୍ତ ଗ୍ରାମର କିଛି ବ୍ୟକ୍ତି ଜଙ୍ଗଲ ରାସ୍ତା ଦେଇ ଯାଉଥିବା ବେଳେ ଗଛରେ ଝୁଲନ୍ତା ମୃତ ଶରୀର କୁ ଦେଖି ସଙ୍ଗେ ସଙ୍ଗେ ପୋଲିସ କୁ ଜଣାଇଥିଲେ ।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି, ସେ ନେଇ ବାଲିଗୁଡ଼ା ପୋଲିସ୍ ଅଧିକ ଛାନ୍ ଭିନ୍ କରୁଥିବା ଜଣାପଡିଛି। ଉପଖଣ୍ଡ ଆରକ୍ଷୀ ଅଧକାରୀ ରାମେନ୍ଦ୍ର ପ୍ରସାଦ ଙ୍କ ନିର୍ଦ୍ଦେଶ ପ୍ରକାରେ ଥାନା ଅଧିକାରୀ ସମ୍ବିତ ସ୍ୱାଇଁ ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ସାଇଣ୍ଟଫିକ ଟିମ୍ ସହିତ ଯୋଗାଯୋଗ କରିଥିବା ସୂଚନା ମିଳିଛି। ଏ ପର୍ଯ୍ୟନ୍ତ ଯୁବତୀଙ୍କ ପରିଚୟ ମିଳି ପାରିନଥିବା ବେଳେ ଘଟଣାକୁ ନେଇ ଅଞ୍ଚଳରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି।
ଚିକିତ୍ସା ପାଇଁ ଆସି ବୃଦ୍ଧ ନିଖୋଜ ଥିଲେ: ୧୫ ଦିନ ପରେ ନଦୀରୁ ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର
ବାଲିଗୁଡା, ୧୨/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଧିନସ୍ଥ ଗୁଟିଙ୍ଗିଆ ପଞ୍ଚାୟତର ତରାପିଡ଼ା ଗ୍ରାମର ୬୭ ବର୍ଷୀୟ ବୃଦ୍ଧ ଦିବାକର ଦିଗାଳ ନିଖୋଜ ହେବାର ୧୫ ଦିନ ପରେ ନିକଟସ୍ଥ ଖଡ଼ଗ ନଦୀରୁ ଗଳିତ ଶବ ଉଦ୍ଧାର ହୋଇଛି। ସୂଚନା ପ୍ରକାରେ ଅକଟୋବର ୨୯ ତାରିଖ ଦିନ ବାଲିଗୁଡ଼ା ସ୍ଥିତ ଘରୋଇ ଦାଶ ଚକ୍ଷୁ ଚିକିତ୍ସାଳୟକୁ ଦିବାକର ଚିକିତ୍ସା ପାଇଁ ଆସିଥିଲେ । ଚିକିତ୍ସା ପରେ ମଧ୍ୟାହ୍ନ ଭୋଜନ ଖାଇ କେଉଁଆଡ଼େ ଚାଲିଯାଇଥିଲେ ।
ଏନେଇ ଡାକ୍ତରଖାନା ପକ୍ଷରୁ ଦିବାକରଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଇଥିଲା, କିନ୍ତୁ ଦିବାକରଙ୍କ କୌଣସି ସନ୍ଧାନ ମିଳିନଥିଲା । ପରିବାର ପକ୍ଷରୁ ସାରେଙ୍ଗଡ଼ ଥାନାରେ ଏବଂ ଦାଶ ହସ୍ପିଟାଲ ପକ୍ଷରୁ ବାଲିଗୁଡ଼ା ଥାନାରେ ପୃଥକ ପୃଥକ ଦୁଇଟି ଏତଲା ଦିଆଯାଇଥିଲା ।
ଏତଲା କୁ ଭିର୍ତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମଙ୍ଗଳବାର ଦିନ ବାଲିଗୁଡ଼ା ଦଣ୍ଡପଦର ନିକଟସ୍ଥ ଖଡ଼ଗ ନଦୀରେ ଏକ ଶବ ଭାସୁଥିବା ନେଇ ସ୍ଥାନୀୟ ଲୋକଙ୍କ ନିକଟରୁ ସୂଚନା ମିଳିବା ପରେ ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ଶବ ଉଦ୍ଧାର କରିବା ସହ ଶବ ଚିହ୍ନଟ ହୋଇଥିଲା ।
ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା ପୋଲିସ୍ । ଏଯାବତ୍ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31