Indus Valley Times

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର,ନୟାଗଡରେ ଶିଶୁ ଦିବସ ପାଳିତ

 Breaking News

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର,ନୟାଗଡରେ ଶିଶୁ ଦିବସ ପାଳିତ

ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର,ନୟାଗଡରେ ଶିଶୁ ଦିବସ ପାଳିତ
November 15
20:44 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୫/୧୧ : ସ୍ଥାନୀୟ ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଶିଶୁ ଦିବସ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି।
ବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ହିନ୍ଦି ସଂସ୍ଥାନ, ଆଗ୍ରାର ରିଜିଓନାଲ ଡାଇରେକ୍ଟର ରଂଜନ କୁମାର ଦାଶ ଯୋଗଦେଇ ମଞ୍ଚରେ ସ୍ଥାପିତ ଠାକୁରଙ୍କ ପ୍ରତିମୂର୍ତ୍ତି ଏବଂ ନେହେରୁଙ୍କ ପ୍ରତିଛବି ରେ ଧୂପଦୀପ ପ୍ରଦାନ ପୂର୍ବକ ପୁଷ୍ପମାଲ୍ୟାର୍ପଣ କରିଥିଲେ।
ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନୀ ବିଷୟ ରେ ଆଲୋଚନା କରିବା ସହିତ ଶିଶୁ ମାନଙ୍କ ପ୍ରତି ତାଙ୍କର ଅହେତୁକ ସ୍ନେହ ଶ୍ରଦ୍ଧା ପାଇଁ ଆଜିର ଏହି ଦିବସଟି ସମଗ୍ର ଭାରତ ବର୍ଷରେ ଶିଶୁ ଦିବସ ରୂପେ ଆନନ୍ଦ ଉଲ୍ଲାସରେ ଉଦଭାସିତ ବୋଲି କହିବା ସହିତ ଭଲ ପାଠ ପଢି ଡାକ୍ତର ହୁଅ ଇଂଜିନିୟର ହୁଅ ।
କଲେକ୍ଟର ହୁଅ ଯେଉଁ ପ୍ରକାର ବଡ଼ ମଣିଷ ହେବାକୁ ଚାହୁଁଛ ବଡ଼ ମଣିଷ ହୁଅ ମନା ନାହିଁ କିନ୍ତୁ ଭଲ ମଣିଷ ହେବା ପାଇଁ ଚେ଼ଷ୍ଟା କର ଏବଂ ଜୀବନରେ କେବେହେଲେ ନିଜ ପିତାମାତାଙ୍କୁ ଭୁଲ ନାହିଁ ବୋଲି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ଶରତ ଚନ୍ଦ୍ର ଆଚାର‌୍ୟ୍ୟ ଓ ସମ୍ମାନିତ ଅତିଥିଭାବେ କେନ୍ଦ୍ରୀୟ ହିନ୍ଦି ସଂସ୍ଥାନ ଆଗ୍ରାର ପ୍ରଫେସର ପ୍ରତାପ ଚନ୍ଦ୍ର ସିଂହ ଯୋଗଦେଇ ଆଜିର ଶିଶୁ ଦିବସ ଅବସରରେ କୌତୁକ ପୋଷାକ ପ୍ରତିଯୋଗିତା ପାଇଁ କୌତୁକିଆ ପୋଷାକ ପରିଧାନ କରି ବିଭିନ୍ନ ପ୍ରକାର ବେଶ ହୋଇଥିବା ଶିଶୁ ମାନଙ୍କୁ ସେହି ବେଶ ହେବାର ଅଭିପ୍ରାୟ ଓ ଲକ୍ଷ୍ୟ ବିଷୟରେ ପ୍ରଶ୍ନ କରି ଶିଶୁ ମାନଙ୍କୁ ଶିକ୍ଷଣୀୟ ଉପଦେଶ ଦେଇଥିଲେ।
ଏହି ପରିପ୍ରେକ୍ଷୀରେ ଶିଶୁ ମାନଙ୍କୁ କହିଥିଲେ ଯେ, ତୁମେମାନେ ମୋବାଇଲ ଦେଖୁଛ ମନା ନାହିଁ କିନ୍ତୁ ମୋବାଇଲ ପାଇଁ ନିଜ ଭବିଷ୍ୟତକୁ ନଷ୍ଟ କର ନାହିଁ।
ଶିଶୁ ମାନେ ଚଗଲା ବା ବାଳୁଙ୍ଗା ହେଲେ ସେମାନଙ୍କ ଭିତରେ ସ୍ରୁଜନାତ୍ମକ ଚିନ୍ତନ ଉଦ୍ରେକ ହୋଇଥାଏ ବୋଲି ଉପସ୍ଥିତ ପିତାମାତାଙ୍କୁ ପରାମର୍ଶ ଦେବା ସହିତ ଶିଶୁ ମାନଙ୍କୁ ଭୟଭୀତ ନକରି ସେମାନଙ୍କ ସହିତ ବନ୍ଧୁ ହୋଇ ଶିକ୍ଷା ଦାନ କରିବା ପାଇଁ ବିଦ୍ୟାଳୟର ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାମାନଙ୍କୁ ଅନୁରୋଧ କରିଥିଲେ। ଶିଶୁ ଶ୍ରମ ବିରୋଧି ଅଭିଯାନ, ଓଡିଶାର ନୟାଗଡ଼ ଜିଲ୍ଲା ଶାଖା ତରଫରୁ ସମର୍ପଣ କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ ଯୋଗଦେଇ ଆଜିର ଶିଶୁ କାଲିର ନାଗରିକ ଓ ଦେଶର ଭବିଷ୍ୟତ ତେଣୁ ଶିଶୁ ମାନେ ପାଠ ପଢିବା ସମୟରେ ଶିଶୁ ଶ୍ରମିକ ନ ହେବା ପାଇଁ ସମସ୍ତ ପିତା ମାତା ମାନେ ଯତ୍ନଶୀଳ ହେବା ପାଇଁ ନିବେଦନ କରିବା ସହିତ ଶିଶୁ ଶ୍ରମ ମୁକ୍ତ ଓଡିଶା ପାଇଁ ସମସ୍ତ ଓଡିଶାବାସୀ ନାଗରିକ ମାନେ ଦାୟିତ୍ୱ ବହନ କରିବାକୁ ଅନୁରୋଧ କରିଥିଲେ।
ବିଦ୍ୟାଳୟ ସଂପାଦକ ଶ୍ରୀଯୁକ୍ତ ସାହୁ ମୁଖ୍ୟ ଅତିଥିଙ୍କ ସନ୍ଦେଶକୁ ଦୋହରାଇ ସ୍ବାମୀ ବିବେକାନନ୍ଦ ପିଲାବେଳେ କିଭଳି ଦୁଷ୍ଟ ଥିଲେ ଆଉ ବଡହେଲା ପରେ ବିଶ୍ବ ବିଜୟୀ ବିବେକାନନ୍ଦରେ ପରିଣତ ହୋଇଥିଲେ, ସେ ବିଷୟରେ ବକ୍ତବ୍ୟ ରଖିଥିଲେ।
ଶିଶୁସଭା ଅନ୍ତେ କୌତୁକିଆ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଡାକ୍ତର, ପାଗଳ, ଚୁଡିବାଲି, ଫୁଲବାଲି, ଚକୋଲେଟ୍ ବାବା ଆଦି ଅନେକ ବେଶଭୂଷା ହୋଇ ଥିବା ଶିଶୁ ମାନେ ନିଜ ନିଜର ଅଭିନୟ ପରିବେଷଣ କରିଥିଲେ।
ଅର୍ଚ୍ଚନା ଗୁରୁମା, ପୁଷ୍ପିତା ଗୁରୁମା, ପବିତ୍ର ଗୁରୁଜୀ, ରଂଜନ ଗୁରୁଜୀ ଓ ଦିଲ୍ଲୀପ ଗୁରୁଜୀ ବିଚାରକ ଦାୟିତ୍ୱ ତୁଲାଇଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ। ଶିଶୁ ଦିବସ ପାଇଁ ବିଦ୍ୟାଳୟ ତରଫରୁ ସମସ୍ତ ଶିଶୁ ଓ ଅଭିଭାବକ ମାନଙ୍କ ପାଇଁ ବିରିୟାନୀ ଭୋଜି ବ୍ୟବସ୍ଥା କରାଯାଇଥିଲା।
ପରିଶେଷରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରିୟମ୍ବଦା ମହାପାତ୍ର ଉପସ୍ଥିତ ଶିଶୁ ଓ ସେମାନଙ୍କର ଅଭିଭାବକଙ୍କ ସମେତ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930