Indus Valley Times

ଜାତୀୟ ପ୍ରେସ ଦିବସ -୨୦୨୫ ପାଳିତ, ଗଣମାଧ୍ୟମର ସଂଖ୍ୟା ବୃଦ୍ଧି ସମୟରେ ସତ୍ୟ ଖବର ପ୍ରତି ଧ୍ୟାନ ଦେବା ଆବଶ୍ୟକ-ରାଜ୍ୟ ସମ୍ପାଦକ

 Breaking News

ଜାତୀୟ ପ୍ରେସ ଦିବସ -୨୦୨୫ ପାଳିତ, ଗଣମାଧ୍ୟମର ସଂଖ୍ୟା ବୃଦ୍ଧି ସମୟରେ ସତ୍ୟ ଖବର ପ୍ରତି ଧ୍ୟାନ ଦେବା ଆବଶ୍ୟକ-ରାଜ୍ୟ ସମ୍ପାଦକ

November 17
18:52 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୭/୧୧: ଓଡିଶା ସାମ୍ବାଦିକ ୟୁନିୟନ(ଓୟୁଜେ) ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ସ୍ଥାନୀୟ ଭଗବାନ ଭିଲ୍ଲା ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସାଧାରଣ ସମ୍ପାଦକଲୋହିତ ନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ ବେହେରା ଯୋଗ ଦେଇ କହିଥିଲେ ଗଣମାଧ୍ୟମ ଗଣତନ୍ତ୍ରର ସୁରକ୍ଷା କବଚ,ଜନମତ ହେଉଛି ଗଣତନ୍ତ୍ରର ମୁଳପିଣ୍ଡ। ଗଣମାଧ୍ୟମ ବିନା ସାଧାରଣ ଲୋକେ ସୁଶାସନ ପାଇବାରୁ ବଞ୍ଚିତ ହୁଏ।
ତେଣୁ ସମାଜ ପ୍ରତି ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଗୁରୁଦାୟିତ୍ୱ ଓ ଭୂମିକା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଓୟୁଜେ ରାଜ୍ୟ ସମ୍ପାଦକ ପ୍ରସନ୍ନ କୁମାର ପାଇକରାୟ ଯୋଗ ଦେଇ ଭାରତୀୟ ପ୍ରେସ କାଉନସିଲ (ପିସିଆଇ)ର ଚଳିତ ବର୍ଷ ବିଷୟ ନେଇ କହିଥିଲେ ଏବେ ଗଣମାଧ୍ୟମର (ବିଦ୍ୟୁତିକ) ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ବିଶ୍ୱାସନୀୟ ଓ ସଠିକ ଖବର ପରିବେଷଣର ଗୁରୁତ୍ୱ ରହିଛି।
ବିଶେଷ କରି ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ଭ୍ରମାତ୍ମକ ଖବର ପ୍ରକାଶ ପାଇଛି ,ଯାହା ଫଳରେ ଏହାର ପ୍ରଭାବ ମୁଦ୍ରିତ ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମ ଉପରେ ତାର ପ୍ରଭାବ ପଡୁଛି।
ଏଭଳି ସ୍ଥିତିରେ ସତ୍ୟ ଓ ନିରପେକ୍ଷ ସାମ୍ବାଦିକତା କରିବା ଉପରେ ଆଲୋକପାତ କରିଥିଲେ।
ସେହିପରି ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ କୁମାର ବିଶ୍ବାଳ ଯୋଗଦେଇ ସାମ୍ବାଦିକ ମାନେ ଏକତ୍ରିତ ଭାବରେ ନିଜର ହକ ପାଇଁ ଲଢେ଼ଇ କରିବାକୁ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ସଂଗଠନର ଉପଦେଷ୍ଟା ତଥା ପୂର୍ବତନ ଜିଲ୍ଲା ସଭାପତି ସନତ କୁମାର ପଟ୍ଟନାୟକ, ଉପସଭାପତି ସୟଦ ଅନସର ଅଲ୍ଲୀ (ମଉସା), ସମ୍ପାଦକ ଶ୍ରୀକାନ୍ତ ପ୍ରଧାନ,ଚନ୍ଦନ କୁମାର ସୁନ୍ଦରାୟ, ରାଜେନ୍ଦ୍ର ପ୍ରସାଦ ନାୟକ, ଏମ ଡି ଇମଦାଦ ସରିଫ, ପ୍ରକାଶ କୁମାର ପଟ୍ଟନାୟକ, ସତ୍ୟନାରାୟଣ ସାମନ୍ତରାୟ, ଲକ୍ଷ୍ମୀ ନାରାୟଣ ମହାପାତ୍ର, ଶୁଭଲକ୍ଷ୍ମୀ ସାମନ୍ତରା, ଅଜିତ କୁମାର ମିଶ୍ର, ଏମ ଡି ଫଜଲୁର ରହମନ, ସେକ ଅନୱର ଅଲ୍ଲୀ, ଅୟେସ କାନ୍ତ ମହାନ୍ତି, ରଙ୍ଗନାଥ ବେହେରା ଓ ବିଭୂତି ଭୂଷଣ ମହାନ୍ତି ପ୍ରମୁଖ ଜାତୀୟ ପ୍ରେସ ଦିବସ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930