Indus Valley Times

ଚିପ୍ସ ପ୍ୟାକେଟ୍‌ରୁ ପ୍ଲାଷ୍ଟିକ ଖେଳନା ଗିଳି ୪ ବର୍ଷ ଶିଶୁର ମୃତ୍ୟୁ: ସମଗ୍ର ଅଞ୍ଚଳରେ ଶୋକର ଛାୟା

 Breaking News

ଚିପ୍ସ ପ୍ୟାକେଟ୍‌ରୁ ପ୍ଲାଷ୍ଟିକ ଖେଳନା ଗିଳି ୪ ବର୍ଷ ଶିଶୁର ମୃତ୍ୟୁ: ସମଗ୍ର ଅଞ୍ଚଳରେ ଶୋକର ଛାୟା

ଚିପ୍ସ ପ୍ୟାକେଟ୍‌ରୁ ପ୍ଲାଷ୍ଟିକ ଖେଳନା ଗିଳି ୪ ବର୍ଷ ଶିଶୁର ମୃତ୍ୟୁ: ସମଗ୍ର ଅଞ୍ଚଳରେ ଶୋକର ଛାୟା
November 19
20:59 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୯/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା ଗ୍ରାମ ନିକଟ ମୁସୁମାହା ପଡାର ୪ ବର୍ଷ ର ଶିଶୁ ଏକ ମସଲା ଜାତୀୟ ଚିପ୍ସ ପ୍ୟାକେଟ ଭିତରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ଅକାଳରେ ଜୀବନ ଚାଲିଯାଇଛି।
ମୃତ ଶିଶୁ ହେଲେ ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ଶିଶୁ ବିଗିଲ ପ୍ରଧାନ। ସବୁଦିନ ଭଳିସେ ମଙ୍ଗଳବାର ମଧ୍ୟ ଅଙ୍ଗନାୱାଡି ପାଠ ପଢିବାକୁ ଗଲେ ପାଠପଢା ସାରି ମଧ୍ୟାହ୍ନ ଭୋଜନ ଖାଇ ବାପାଙ୍କ ସହ ମକା ବାଡ଼କୁ ଗଲେ।
ସେଠାରେ ବାପା ମା’ଙ୍କ ସହ କିଛି ସମୟ ବିତାଇ ଖେଳୁଥିଲେ। ପୂର୍ବରୁ ବିଗିଲଙ୍କ ବାପା ଏକ ମସଲା ଜାତୀୟ ଚିପ୍ସ ପ୍ୟାକେଟ ପୁଅ ପାଇଁ ନେଇ ରଖିଥିଲେ।
ବିଗିଲ ଉକ୍ତ ଚିପ୍ସ ପ୍ୟାକେଟରେ ଥିବା ଏକ ବନ୍ଧୁକ ଖେଳନାକୁ ଖେଳୁଥିବାବେଳେ ଅସାବଧାନତା ରେ ଗିଳିଦେଇଥିଲେ ଓ ତାହା ତାଙ୍କ ତଣ୍ଟିରେ ଅଟକିଯାଇ ଥିଲା ଏବଂ ସେ ନିଶ୍ୱାସ ପ୍ରଶ୍ୱାସ ନେବା ମୁସ୍କିଲ ହୋଇଥିଲା ତାଙ୍କ ବାପା ଓ ମା’ ଅଟକିଯାଇଥିବା ଖେଳନାକୁ ବାହାର କରିବାକୁ ଉଦ୍ୟମ କରି ଶେଷରେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାଟି ଅପରାହ୍ନ ସମୟରେ ଘଟିଥିବା ବେଳେ ପ୍ରାୟ ୩୦ କିମି ଦୂର ଦାରିଙ୍ଗବାଡି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ କହିଛନ୍ତି।
ସେ କହିଛନ୍ତି ମୃତ ଶିଶୁଙ୍କ ବାପା କହିବା ଅନୁସାରେ, ସେ ମସଲା ଜାତୀୟ ଚିପ୍ସ ପ୍ୟାକେଟରେ ଥିବା ଖେଳନାକୁ ଗିଳିଥିଲେ, ଯାହାକି ତାଙ୍କ ଅଧିକା ରକ୍ତସ୍ତାବ ହୋଇଥିଲା ଡାକ୍ତର କହିବା ପ୍ରକାରେ ଶ୍ୱାସ ନଳୀ ଓ ଖାଦ୍ୟ ନଳୀ ରହିଛି। ତେଣୁ ଏହା ଶ୍ୱାସନଳୀରେ ଯାଇଥାଇପାରେ।
ଯଦି ଖାଦ୍ୟ ନାଳୀରେ ଯାଇଥାନ୍ତା ତେବେ ପେଟ ଭିତରକୁ ଯାଇକି ବି ବିପଦ ସୃଷ୍ଟି କରିଥାନ୍ତା ବୋଲି ସେ କହିଛନ୍ତି। ଡାକ୍ତର ଆହୁରି କହିଛନ୍ତି ଯେ, ପିଲାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଶସ୍ତା ଓ ନିମ୍ନମାନର ମସଲା ଜାତୀୟ ଚିପ୍ସ୍ ପ୍ୟାକେଟ ଭିତରେ ବିଭିନ୍ନ ପ୍ଲାଷ୍ଟିକ ଖେଳନା ତଥା ପ୍ଲାଷ୍ଟିକ ବନ୍ଧୁକ, ମୁଦି, ବଲ ଭଳି ଲୋଭନୀୟ ସାମଗ୍ରୀ ରହିଛି।
ଏହା ଶିଶୁ ମାନଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ଓ ଏଥିରୁ ପିଲାଙ୍କୁ ନିବୃତ ରଖିବାକୁ ପରାମର୍ଶ ଦେଇଛନ୍ତି। ବିଗିଲଙ୍କ ଚିପ୍ସ ପ୍ୟାକେଟ ରୁ ଏକ ପ୍ଲାଷ୍ଟିକ ବନ୍ଧୁକ ରହିଥିଲା।
ତାକୁ ସେ ଖାଇଥିବାରୁ ତାଙ୍କର ମୃତ୍ୟୁହେଲା ମୋ ଦ୍ୱାରା ଯେଉଁ ଭୁଲ ହୋଇଛି। ଅନ୍ୟମାନଙ୍କର ସେହି ଭୁଲ ନ ହେଉ ବୋଲି ମୃତ ଶିଶୁଙ୍କ ବାପା ରଞ୍ଜିତ କହିଛନ୍ତି।
ସେପଟେ ବିଗିଲଙ୍କ ମୃତ୍ୟୁକୁ ନେଇ ଉକ୍ତ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ବିଗିଲ ଜଣେ ଭଲ ଛାତ୍ର ଓ ନିୟମିତ ବିଦ୍ୟାଳୟ ଆସନ୍ତି ଭଲ ପାଠ ପଢ଼ନ୍ତି ବୋଲି ଅଙ୍ଗନବାଡି କର୍ମୀ ପ୍ରମିତି ପ୍ରଧାନ କହିଛନ୍ତି।
ପାଟ୍ରୋଲିଂ ବେଳେ ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ ବିଦେଶୀ ମଦ ଜବତ :ଜଣେ ଗିରଫ
ବାଲିଗୁଡା, ୧୯/୧୧ : କନ୍ଧମାଳ ଜିଲ୍ଲାବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ପୋଲିସ ପକ୍ଷରୁ ସେକେଣ୍ଡ ଅଫିସର ଅଶୋକ କୁମାର ତ୍ରିପାଠୀ,ଏସଆଇ ଦମୟନ୍ତୀ ବେହେରା,ଏଏସଆଇ ସୁରେନ୍ଦ୍ର କୁମାର ରାଜହଂସ ଓ ବାସୁଦେବ ପଣ୍ଡାଙ୍କ ସମେତ ପୋଲିସ ଦାରିଙ୍ଗିବାଡ଼ି ଛକ ଠାରେ ପେଟ୍ରୋଲିଂ କରୁଥିବା ବେଳେ ବ୍ରହ୍ମପୁରରୁ ୪ ପେଟି ବିଦେଶୀ ମଦ ରାୟପୁର ନେବା ପାଇଁ ଅପେକ୍ଷା କରି ଥୂବା ଆସ୍କା ବାବନପୁରୁର ଲୋକ ନାଥ ରଥ (୪୫) କୁ ସନ୍ଦେହରେ ତନଖି କରିଥିଲେ।
ଯାଞ୍ଚ ବେଳେ ପୋଲିସ ବିଦେଶୀ ମଦ ଚୋରା ଚାଲାଣ କରୁଥିବା ଜାଣିବା ପରେ ଥାନାକୁ ଆସାମୀକୁ ଆଣି ଉକ୍ତି ପେଟିରୁ ୨୮ ଟି ବୋତଲ ୨୦ ଲିଟର ୧୫୦ ମିଲିମିଟର ଯାହାର ଆନୁମାନିକ ମୂଲ୍ୟ ପାଞ୍ଚ ଲକ୍ଷ ୧୦ ହଜାର ଟଙ୍କାର ବିଦେଶୀ ମଦ ଜବତ କରିଥିଲା।
ପରେ ପୋଲିସ ଉକ୍ତ ଆସାମୀ ସହ ମଦ ଜବତ କରି ଥାନା କେସ ନଂ ୧୭୬/୨୫ ରେ ଏକ ମାମଲା ରୁଜୁ କରି ଅବକାରୀ ଦଫାରେ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା କ.ନୂଆଗାଁ ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930