Indus Valley Times

ପୁଅ ବର ଗାଡ଼ି ତଳେ ଚାପି ହୋଇ ଚାଲିଗଲା ବାପାଙ୍କ ପ୍ରାଣ

 Breaking News

ପୁଅ ବର ଗାଡ଼ି ତଳେ ଚାପି ହୋଇ ଚାଲିଗଲା ବାପାଙ୍କ ପ୍ରାଣ

November 26
16:18 2025

ଲୋଇସିଂହା / ବଲାଙ୍ଗୀର,୨୬/୧୧: ବଲାଙ୍ଗୀର ଜିଲା ବେଲପଡା ବ୍ଲକ ମଣ୍ଡଳ ଗ୍ରାମରେ ମଙ୍ଗଳବାର ରାତିରେ ବରଯାତ୍ରୀ ଶୋଭାଯାତ୍ରା ବେଳେ ଏକ ଅଘଟଣ ଘଟିଛି। ପୁଅର ବରଯାତ୍ରୀ ଗାଡ଼ି ଧକ୍କାରେ ବାପାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ କନ୍ୟାଙ୍କ ମାଉସୀ ପୁଅ ଆହାତ ହୋଇଥିବା ଜଣାପଡିଛି। ଏହି ଅଘଟଣ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ମୃତକ ହେଲେ ଚୈତନ୍ୟ ବାଗ ।
ସୂଚନାରୁ ପ୍ରକାଶ ଯେ,ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ତଥା ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଆମ୍ବପାଲି ଗ୍ରାମର ଚୈତନ୍ୟଙ୍କ ପୁଅ ଦୁଃଖିଶ୍ୟାମଙ୍କ ବାହାଘର ବରଯାତ୍ରୀ ପାଟଣାଗଡ ବ୍ଲକ ମଣ୍ଡଳକୁ ବରଯାତ୍ରୀ ଯାଇଥିଲେ। ବରଯାତ୍ରୀ ଦଳ ଜଳଖିଆ ଖାଇ ହସଖୁସିରେ ବରଯାତ୍ରୀ ଶୋଭାଯାତ୍ରା ଆରମ୍ଭ କରିଥିଲେ।
ବରଯାତ୍ରୀ ଶୋଭାଯାତ୍ରା ଅଳ୍ପ ସମୟ ମଧ୍ୟରେ ଖୁସି ମଉଳି ଯାଇଥିଲା। ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ବରଯାତ୍ରୀ ଗାଡ଼ି ଆଗରେ ଥିବା ବର ଦୁଃଖୀଶ୍ୟାମଙ୍କ ବାପା ଚୈତନ୍ୟଙ୍କ ଉପରେ ମାଡ଼ି ଯାଇଥିଲା। କୁଆଡ଼େ ଘଟଣାସ୍ଥଳରେ ଚୈତନ୍ୟଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।
ଖବରପାଇ ପାଟଣାଗଡ଼ ପୋଲିସ ମଣ୍ଡଳ ଗାଁ ରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଆହତଙ୍କୁ ଉଦ୍ଧାର କରି ଡାକ୍ତର ଖାନାକୁ ଆଣିଥିଲେ। ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31