Indus Valley Times

ବର୍ଷକୁ ୬୦ ଦିନ ବିଧାନ ସଭା ବସିପାରୁନି : କାହାର ପ୍ରତିକ୍ରିୟା ନାହିଁ ; ଥୀଙ୍କର୍ଷ କ୍ଲବ

 Breaking News

ବର୍ଷକୁ ୬୦ ଦିନ ବିଧାନ ସଭା ବସିପାରୁନି : କାହାର ପ୍ରତିକ୍ରିୟା ନାହିଁ ; ଥୀଙ୍କର୍ଷ କ୍ଲବ

December 14
10:38 2025

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ, ୧୪/୧୨ : ବ୍ୟକ୍ତି ମର୍ଯ୍ୟାଦା ଓ ଜୀବନ ଧ।ରଣ ମାନ ର ଉନ୍ନତି କୁ ଗୁରୁତ୍ୱ ଦେଇଛି ସମ୍ବିଧାନ। ସମ୍ବିଧାନର ମୌଳିକ ସମ୍ବେଦନ। ରହିଛି ।
ବର୍ଷକୁ ୬୦ ଦିନ ବିଧାନ ସଭା ବସିବା କଥା। ମାତ୍ର ବିଗତ ୧୫ ବର୍ଷ ଧରି ବସି ପାରୁ ନାହିଁ ଓ ଏଥିପାଇଁ କାହାର ପ୍ରତିକ୍ରିୟା ନାହିଁ ବୋଲି ଥୀଙ୍କର୍ଷ କ୍ଲବ ର ୧୪୧ ତମ ଆଭାସୀ ଆଲୋଚନାରେ ବିଶିଷ୍ଟ ବ୍ୟକ୍ତି ମାନେ ମତାମତ ପ୍ରକାଶ କରିଛନ୍ତି।
ରେଭେନସା ବିଶ୍ୱ ବିଦ୍ୟାଳୟ ରାଜନୀତି ବିଭାଗ ମୁଖ୍ୟ ପ୍ରଫେସର ନେତାଜୀ ଅଭିନନ୍ଦନ କହିଲେ ଯେ ସମ୍ବିଧାନ ମୃତ ଦଲିଲ ନୁହେଁ ଆଦର୍ଶ ମୂଲ୍ୟବୋଧର ଦସ୍ତାବିଜ। ରମାଦେବୀ ବିଶ୍ୱ ବିଦ୍ୟାଳୟର ଅବସର ପ୍ରଫେସର ମାନସ ବେହେରା ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇ କହିଲେ ସମ୍ପ୍ରତି ଦରିଦ୍ର ଓ ଧନୀ ମଧ୍ୟରେ ତାରତାମ୍ୟ ବଢ଼ି ଚାଲିଛି। ପୂର୍ବତନ ଓପିଏସସି ଅଧ୍ୟକ୍ଷ ଶ୍ରୀ ବିବେକ ପଟ୍ଟନାୟକ ସଭାପତିତ୍ୱ କରି ଥିଲେ।
ସର୍ବୋଚ୍ଚ ଓ ଉଚ୍ଚ ନ।ୟାଳୟ ଅଧିବକ୍ତା ପ୍ରଶାନ୍ତ ବର୍ମା ଓ ନିରଞ୍ଜନ ପଣ୍ଡା କହିଲେ ସମ୍ବିଧାନ ରେ ଆବଶ୍ୟକ ସଂଶୋଧନ ଆବଶ୍ୟକ।
ଭାରତୀୟ ସମ୍ବିଧାନ ରେ ମୌଳିକ ଅଧିକାର, କର୍ତ୍ତବ୍ୟ ଓ ରାଜ୍ୟ ନିର୍ଦେଶା ବଳି ନୀତି ବିଷୟରେ ଅନୁଷ୍ଠିତ ଆଭାସୀ ଆଲୋଚନ।କୁ ସୁ ସଂଯୋଜନା କରି କହିଲେ ବିଭୀର୍ଣ୍ଣ ସଂଘ, ଜନସାଧାରଣ ସମ୍ବିଧାନ ସମ୍ପର୍କରେ ବହୁଭାବେ ଅବଗତ ହେବା ଆଜିର ବେଶୀ ଆବଶ୍ୟକତା, ସଭାର ବୈଷୟିକ ପରିଚାଳନା କରିଥିଲେ ଜ୍ୟୋତି ମଲ୍ଲ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930