Indus Valley Times

ବିଦ୍ୟାର୍ଥୀ ନିଜର ମାଟି, ଭାଷା ଓ ସଂସ୍କୃତିକୁ ସର୍ବଦା ସମ୍ମାନ ଦେବା ଆବଶ୍ୟକ: ମୁଖ୍ୟମନ୍ତ୍ରୀ

 Breaking News

ବିଦ୍ୟାର୍ଥୀ ନିଜର ମାଟି, ଭାଷା ଓ ସଂସ୍କୃତିକୁ ସର୍ବଦା ସମ୍ମାନ ଦେବା ଆବଶ୍ୟକ: ମୁଖ୍ୟମନ୍ତ୍ରୀ

December 17
19:03 2025

ବ୍ରହ୍ମପୁର, ୧୭/୧୨: ବ୍ରହ୍ମପୁର ସହରକୁ ଉପହାର ବର୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସହରର ବିକାଶ ପାଇଁ ନିର୍ମାଣ ହେବ ୧୦ଟି ରାସ୍ତା ।
ଆଉ ବ୍ରହ୍ମପୁରରୁ ଜୟପୁରକୁ ଯୋଡ଼ିବାକୁ ୬ ଥାକିଆ ରାସ୍ତା ନିର୍ମାଣ କରାଯିବ, ଯେଉଁଥିପାଇଁ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଣଷା କରିଛନ୍ତି ।
ବ୍ରହ୍ମପୁର ସ୍ଥିତ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ୪୨ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି ।
ଏହି ଅବସରରେ ସହର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ସରକାରୀ ଘୋଷଣା କରିଛନ୍ତି । ଗଞ୍ଜାମ ଓ ବ୍ରହ୍ମପୁର ସହର ହେଉଛି ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ।
ଓଡ଼ିଶାର ବିକାଶ ପାଇଁ ଗଞ୍ଜାମ ଜିଲ୍ଲାର ବିକାଶ ଅତି ଜରୁରୀ। ଏଣୁ ବ୍ରହ୍ମପୁର ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗର ବିକାଶ ପାଇଁ ୧୦ ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା ନିର୍ମାଣ କରାଯିବ ଏବଂ ଏଥିପାଇଁ ୫୨ କୋଟି ୧୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ସହରର ଇଜ୍ ଅଫ୍ ଲିଭିଂ ଓ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ପାଇଁ ଏହା ସହାୟକ ହେବ ।
ଦେଶର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସହର ପରି ବ୍ରହ୍ମପୁର ସହରର କଳେବର ବୃଦ୍ଧି କରାଯାଇ ଏହାକୁ ଗ୍ରେଟର ବ୍ରହ୍ମପୁର ସିଟି କରାଯିବ । ଏଥିପାଇଁ ଆବଶ୍ୟକ ଡିପିଆର ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନ କୁ ନିର୍ଦ୍ଦେଶ ଦେଇଛନ୍ତି।
ଯୋଜନାବଦ୍ଧ ଭାବେ ସମସ୍ତ ମୌଳିକ ସେବା ଯୋଗାଇ ଦେବାପାଇଁ ସହରରେ ଟାଉନ ପ୍ଲାନିଂ ଲାଗୁ କରାଯିବ। ବର୍ତ୍ତମାନ ଦୁଇଟି ଟିପି ସ୍କିମ୍ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି।
ଏହାଦ୍ବାରା ସହର ଉପକଣ୍ଠରେ ଉନ୍ନତ ସହରୀ ଭିତ୍ତିଭୂମି ବିକାଶ ହେବା ସହିତ ଜମି ମାଲିକମାନେ ମଧ୍ୟ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବ୍ରହ୍ମପୁର ସହରର ଖାଦ୍ୟର ପ୍ରସିଦ୍ଧିକୁ ଦେଖି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ସ୍ଥାନରେ ଫୁଡ୍ ଷ୍ଟ୍ରିଟ୍ ନିର୍ମାଣ କରାଯିବ। ଏହି ସହରର ବିକାଶ ପାଇଁ ଆଗାମୀ ଦିନରେ ଆହୁରି ଅନେକ ନୂଆ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ।
ସମୃଦ୍ଧ ଓଡିଶା ଗଠନରେ ବ୍ରହ୍ମପୁର ସହର ଓ ଗଞ୍ଜାମ ଜିଲ୍ଲାର ଭୂମିକା ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ହେବ । ସେହିପରି ବ୍ରହ୍ମପୁର-ଜୟପୁରକୁ ସଂଯୋଗର କରି ଏକ ୬ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ, ଯେଉଁଥିପାଇଁ ୬୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଆସିକା ବିଧାୟକ ସରୋଜ ପାଢ଼ୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପୂର୍ବ ଓ ପଶ୍ଚିମ ପ୍ରାନ୍ତ ପ୍ରଚାର ପ୍ରମୁଖ ଶ୍ରୀଯୁକ୍ତ ସୃଷ୍ଟିଧର ବିଶ୍ୱାଳ, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କିର୍ତ୍ତୀ ଭାସନ୍ ଭି., ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡକ୍ଟର ଜୀବାନନ୍ଦ ତ୍ରିପାଠୀ, ସମ୍ପାଦକ ଶ୍ରୀ ନାରାୟଣ ପଣ୍ଡା ଏବଂ ବିଦ୍ୟା ମନ୍ଦିରର ଅଧ୍ୟକ୍ଷ ଡକ୍ଟର ସୁବ୍ରତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31