Indus Valley Times

ଭଲଭାବେ ଚିହ୍ନି ରଖ ଭ୍ରାତାଙ୍କ ବଦନ : ଶିକ୍ଷାରେ ଓକିଲାତି ମାତ୍ର କାର୍ଯ୍ୟରେ ଚୋରି ବୃତ୍ତି

 Breaking News

ଭଲଭାବେ ଚିହ୍ନି ରଖ ଭ୍ରାତାଙ୍କ ବଦନ : ଶିକ୍ଷାରେ ଓକିଲାତି ମାତ୍ର କାର୍ଯ୍ୟରେ ଚୋରି ବୃତ୍ତି

ଭଲଭାବେ ଚିହ୍ନି ରଖ ଭ୍ରାତାଙ୍କ ବଦନ : ଶିକ୍ଷାରେ ଓକିଲାତି ମାତ୍ର କାର୍ଯ୍ୟରେ ଚୋରି ବୃତ୍ତି
December 18
20:36 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ଜଳେଶ୍ୱର, ୧୮/୧୨: ଗତମାସ ନଭେମ୍ବର ୧୩ ତାରିଖ ଦିନ ଅପରାହ୍ନ ପ୍ରାୟ ୦୧.୦୦-୦୧.୩୦ ସମୟରେ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସଦର ବ୍ଲକର ସଦର ଥାନା ନିକଟରେ ଥିବା ଖାନନଗର ଗ୍ରାମ ପାଶ୍ୱର୍ରେ ଥିବା ଏକ ଗୋଚର ଭୂମିରେ ସେହି ଗ୍ରାମର ମହିଳାମାନଙ୍କ ଦ୍ୱାରା ରକ୍ଷଣାବେକ୍ଷଣ କରୁଥିବା କିଛି ସ୍ତ୍ରୀଲୋକ (ମହିଳା)ଙ୍କ ଅନ୍ୟ ମାନଙ୍କର ସୁଯୋଗ ନେଇ ବନ୍ଦ ହୋଇପଡ଼ିଥିବା ବ୍ୟାଟେରୀ ଫେକ୍ଟିରେ ମାଲିକ ବେଣୁଧର ରାଉଳ ଏବଂ ତାର ଜଗୁଆଳୀ ଏସ୍‌.କେ. ସଲିମ ତିନି (୩) ଗୋଟି ଛେଳି ଚୋରେଇ ଅଞ୍ଚଳର ଚର୍ଚ୍ଚିତ ବିଷୟ ପାଲଟିଛି । ସେଥିପାଇଁ ସଦରଥାନାରେ ଗୋଟେ କେସ୍ ରୁଜୁ ହୋଇ ତା’ର ତଦନ୍ତ ଚାଲିଛି ।
ପୋଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ନଭେମ୍ବର ମାସ ୧୩ ତାରିଖ ଦିନ ଖାନନଗର ଗ୍ରାମର ବାଇଧର ପାତ୍ର, ପି-ମହେନ୍ଦ୍ର ପାତ୍ରଙ୍କ ଲିଖିତ ଅଭିଯୋଗ ମୁତାବକ ସେହିଦିନ ସମୟ ପ୍ରାୟ ୦୧.-୦୧.୩୦ ସମୟରେ ଗ୍ରାମର ଥିବା ଚାରଣ ଭୂମିରେ ଗୋରୁ,ଛେଳି ଚରାଉଥିବା ସମୟରେ ତାଙ୍କ ସ୍ତ୍ରୀ ଅଞ୍ଜୁମଣୀ ଏବଂ କିଛି ମହିଳାଙ୍କ ÷ନ୍ୟ ମନସ୍କର ସୁଯୋଗ ନେଇ ପାଖରେ ଥିବା ବ୍ୟାଟେରୀ ଫେକ୍ଟି ।ର ଜଗୁଆଳୀ ଏସ୍‌.କେ.ସଲିମ ଏବଂ ମାଲିକ ବେଣୁଧର ରାଉଳ ଯିଏ ପେଷାରେ ଜଣେ ଟେକ୍ସ ଓଳିଲ ୩ଗୋଟି ଛେଳି ଚୋରାଇ ନେଇ ଆଜି ପର୍ଯ୍ୟନ୍ତ ଫେରାଇ ନାହାନ୍ତି । ସେଥିପାଇଁ ସଦର ପୋଲିସ ଥାନାର ଭାରପ୍ରାପ୍ତ ଅଧିକାରୀ ଅଜୟ ମୁର୍ମ ଏକ କେସ୍ ରୁଜୁ କରି ତଦନ୍ତ ହୋଇଛନ୍ତି । ଯାହାର କେସ୍ ନମ୍ୱର ୫୫୧/୨୦୨୫ । ଅଭିଯୁକ୍ତଙ୍କ ବିରୁଦ୍ଧରେ ୩୦୩(୨), ୩(୫)ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଦୁଇଗଗୋଟି ଏକ୍ଟରେ ତଦନ୍ତ ଚାଲିଛି ।
ଏ ସମ୍ପର୍କରେ ବାଲେଶ୍ୱର ପୋଲିସ ଅଧିକାର ପ୍ରତ୍ୟୁଷ ଦିବାକର କୁହନ୍ତି ଫେକ୍ଟ୍ରିରେ ଲାଗିଥିବା ସିସିଟିଭି ଫୁଟେଜ କାମ କରୁନଥିଲା ।ସେଥିପାଇଁ ଛେଳିଚୋରି କରିବାର ଦଢଶ୍ୟ କଏଦ ହୋଇନାହିଁ ତେଣୁ ସିଧାସଳଖ ପ୍ରମାଣ ନଥିବା ହେତୁ ଅଭିଯୁକ୍ତ ମାନଙ୍କୁ କେବଳ ପଚାରପଚାରି କରି ଛାଡ଼ିଦିଆଯାଇଛି । ହସ୍ତ ଗତ ହୋଇଥିବା ପ୍ରମାଣ ଯେହେତୁ ପର୍ଯ୍ୟାପ୍ତ ନୁହେଁ ସେଥିପାଇଁ ଅଧିକ ପ୍ରମାଣର ଅବଶ୍ୟକତା ଅଛି । ଅଭିଯୁକ୍ତ ମାନେ ପୋଲିସ୍ ନଜରରେ ଅଛନ୍ତି ।
ଏଠାରେ ସୂଚନା ଯୋଗ୍ୟ ଯେ କେବଳ ନଭେମ୍ବର ୧୩ ନୁହେଁ ପାଖାପାଖି ଦେଢ଼ମାସ ପୂର୍ବରୁ ବିଶ୍ୱକର୍ମାପୂଜା ପୂର୍ବରୁ ସେହି ଖାନନଗର ଗ୍ରାମର ବାଇଧର ପାତ୍ରଙ୍କର ପଡ଼ୋଶୀ କମଳା ଦଳେଇ, ଶନୁଆ ଦଳେଇ, ପ୍ରହ୍ଲାଦ ମଲ୍ଲିକଙ୍କର ୪ ଗୋଟି ମାଇଛେଳି ସେହି ସ୍ଥାନରୁ ଗାଏବ୍ ହୋଇଯାଇଥିଲା । ମାତ୍ର କୌଣସି ଶୁରାଗ ନଥିବା ଯୋଗୁଁ ସେମାନେ ଚୁପ୍‌ଚାପ୍ ଥିଲେ । ମାତ୍ର ନଭେମ୍ବର ୧୩ ତାରିଖ ଦିନ ୩ ଗୋଟି ଛେଳିକୁ ଅକ୍ତିଆର କରି ଚତୁର୍ଥ ଛେଳିକୁ ଧରିବାକୁ ଉଦ୍ୟମ କରିବା ସମୟରେ ସେହି ଛେଳିଟି ସେମାନଙ୍କ କବଳରୁ ଖସି ଖୁବ୍ ଜୋର୍‌ରେ ଧାଇଁ ଧାଇଁ ଫେକ୍ଟ୍ରି ମଧ୍ୟରୁ ପଡ଼ିଆକୁ ପସି ଆସିଥିବାରୁ ଘଟଣାର ସତ୍ୟତା ଜଣାପଡ଼ିଲା ।
ବେଣୁଧର ରାଉଳ ପେଷାରେ ଜଣେ ଓଳିଲ ହୋଇବି ସାମାଜିକ ସମ୍ମାନ ପ୍ରତି ତା’ର ଖାତିର ନାହିଁ । ଓକିଲାତି ଭଳି ଅତ୍ୟନ୍ତ ସମ୍ମାନ ଜନକ ବୃତ୍ତିକୁ ଅପମାନିତ କରିବା ପାଇଁ ତା’ର ମନରେ ଦିନେହେଲେ ଦ୍ୱିଧା ନାହିଁ ।
ଏ ବିଷୟରେ ବରିଷ୍ଠ ତଥା ପୂର୍ବତନ ବାଲେଶ୍ୱର ବାର ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ନାୟକ କହନ୍ତି -ଯିଏ ଯେଭଳି କର୍ମ କରିବ, ସେ ସେଭଳି ଫଳ ପ୍ରାପ୍ତ କରିବ । ସତ୍ୟର ଜୟ ହେଉ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930