Indus Valley Times

ଥାନାରେ ହ୍ୟୁମାନଙ୍କ ମାଆ ଶେଫାଳୀ ସୁନା, ପୁଅଙ୍କୁ ମାରିଦିଆଯାଇଥିବାର ଆଣିଲେ ଅଭିଯୋଗ

 Breaking News

ଥାନାରେ ହ୍ୟୁମାନଙ୍କ ମାଆ ଶେଫାଳୀ ସୁନା, ପୁଅଙ୍କୁ ମାରିଦିଆଯାଇଥିବାର ଆଣିଲେ ଅଭିଯୋଗ

ଥାନାରେ ହ୍ୟୁମାନଙ୍କ ମାଆ ଶେଫାଳୀ ସୁନା, ପୁଅଙ୍କୁ ମାରିଦିଆଯାଇଥିବାର ଆଣିଲେ ଅଭିଯୋଗ
December 21
14:29 2025

କଟକ,୨୧/୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ ମା।
ସେ ଏତଲାରେ ଦର୍ଶାଇଛନ୍ତି ତାଙ୍କ ପୁଅକୁ ନିର‌୍ୟାତନା ଦିଆଯାଇଛି। ହ୍ୟୁମାନଙ୍କ ସନ୍ଦେହଜନକ ମୃତ୍ୟୁର ତଦନ୍ତ ଦାବି କରି ସେ ଏତଲା ଦେଇଛନ୍ତି।
ମୃତ୍ୟୁର କାରଣ ସ୍ପଷ୍ଟ ଯଦିଓ ଲଲ୍ଲେଖ କରାଯାଇନାହିଁ ତେବେ ଅବହେଳା, ଦୁର୍ବ୍ୟବହାର, ଚାପ, ବିଷକ୍ରିୟା, ନିଶାଦ୍ରବ୍ୟ ପ୍ରୟୋଗର ତଦନ୍ତ ଦାବି କରିଛନ୍ତି ହ୍ୟୁମାନଙ୍କ ମା’। ଏଥିସହିତ ଷଡ଼ଯନ୍ତ୍ର, ଆର୍ଥିକ ହେରଫେର୍‌, ଡିଜିଟାଲ ପ୍ରମାଣ ନଷ୍ଟ ସମ୍ପର୍କିତର ମଧ୍ୟ ତଦନ୍ତ ଦାବି କରି ଏତଲା ଦେଇଛନ୍ତି।
ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି, ଜଗଦ୍ଦୀଶ ମହାନ୍ତିଙ୍କ ଭୂମିକା ସନ୍ଦେହଜନକ ଉଲ୍ଲେଖ ରହିଛି। ଏଥିସହ ଆଉ କିଛି ନିକଟ ସମ୍ପର୍କୀୟଙ୍କ ନାଁ ମଧ୍ୟ ଏତଲାରେ ଉଲ୍ଲେଖ ରହିଛି। ଶ୍ରେୟା ମିଶ୍ର ଓ ତାଙ୍କ ପରିବାର, ଅର୍ପିତା ଚୌଧୁରୀ ଓ ତାଙ୍କ ପରିବାର ନାଁ ଉଲ୍ଲେଖ ରହିଛି। ଅର୍ପିତା ଚୌଧୁରୀଙ୍କ ସମ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ହ୍ୟୁମାନଙ୍କ ମା’।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930