Indus Valley Times

ଏଥର ଖଣ୍ଡଗିରି ମେଳା ଯାତ୍ରା ମଞ୍ଚରେ ଦେଖିବାକୁ ମିଳିବନି ଅଶ୍ଳୀଳ ଡ୍ୟାନ୍ସ, ରୋକ୍ ଲଗାଇଲା ବିଏମ୍‌ସି

 Breaking News

ଏଥର ଖଣ୍ଡଗିରି ମେଳା ଯାତ୍ରା ମଞ୍ଚରେ ଦେଖିବାକୁ ମିଳିବନି ଅଶ୍ଳୀଳ ଡ୍ୟାନ୍ସ, ରୋକ୍ ଲଗାଇଲା ବିଏମ୍‌ସି

ଏଥର ଖଣ୍ଡଗିରି ମେଳା ଯାତ୍ରା ମଞ୍ଚରେ ଦେଖିବାକୁ ମିଳିବନି ଅଶ୍ଳୀଳ ଡ୍ୟାନ୍ସ, ରୋକ୍ ଲଗାଇଲା ବିଏମ୍‌ସି
January 02
20:51 2026

ଭୁବନେଶ୍ୱର, ୨/୧ : ଖଣ୍ଡଗିରିରେ ମାଘ ମେଳା ଆୟୋଜନ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାଧୁସନ୍ଥଙ୍କ ରହଣିଠାରୁ ଆରମ୍ଭ କରି ସୁରକ୍ଷା ବ୍ୟବସ୍ଥା ଉପରେ ଅନେକ ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା ହୋଇଯାଇଛି ।
ଚଳିତ ବର୍ଷ ମାଘ ମେଳାରେ ୧୦୦ଟି ସିସିଟିଭି କ୍ୟାମେରା ଲଗାଯିବ । ମେଳାରେ ଚୋରି ଏକ ବଡ଼ ସମସ୍ୟା । ତେଣୁ ଚୋରି ରୋକିବା ପାଇଁ ଅଧିକରୁ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବ ।
ସେହିପରି ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ସାଧୁସନ୍ଥଙ୍କ ପାଇଁ ରହିବା, ଖାଇବା ଓ ଶୌଚାଳୟର ବ୍ୟବସ୍ଥା କରାଯିବ । ମୋଟ୍ ୭ଟା ପେଣ୍ଡାଲରେ ଯାତ୍ରା ପରିବେଷଣ ହେବ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ କଟକଣା ଲାଗୁ କରାଯାଇଛି । ଯାତ୍ରାରେ କୌଣସି ପ୍ରକାର ଅଶ୍ଳୀଳ ନୃତ୍ୟ ପରିବେଷଣ ହେବ ନାହିଁ ବୋଲି କହିଛନ୍ତି ମେୟର ସୂଲୋଚନା ଦାସ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031