Indus Valley Times

ପୁରୀରେ ବରଗଡ଼ ଧନୁଯାତ୍ରାର କଂସ; ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କରିବେ ଦର୍ଶନ, ମହୋଦଧିରେ ବୁଡ଼ ପକାଇ ମାଗିଲେ କ୍ଷମା

 Breaking News

ପୁରୀରେ ବରଗଡ଼ ଧନୁଯାତ୍ରାର କଂସ; ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ କରିବେ ଦର୍ଶନ, ମହୋଦଧିରେ ବୁଡ଼ ପକାଇ ମାଗିଲେ କ୍ଷମା

January 04
18:39 2026

ପୁରୀ/ବରଗଡ଼, ୪/୧ : ପାପର ପ୍ରାୟଶ୍ଚିତ ପାଇଁ ପୁରୀରେ ପହଞ୍ଚିଛନ୍ତି ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରିଥିବା ସୁଶୀଲ ମେହର। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସରିବା ପରେ ସୁଶୀଲ ପୁରୀ ଆସି ମହୋଦଧିରେ ବୁଡ଼ ପକାଇ କ୍ଷମା ପ୍ରାର୍ଥନା କରିଛନ୍ତି।
ପଇତା ବିସର୍ଜନ ସହ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି କଂସ ମହାରାଜ। ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଗୋବର୍ଦ୍ଧନ ପୀଠରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ଆଶିଷ ଭିକ୍ଷା କରିଛନ୍ତି।
ସୂଚନାଯୋଗ୍ୟ, ବରଗଡ଼ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ଡିସେମ୍ବର ୨୪ରୁ ଆରମ୍ଭ ହୋଇ ଦୀର୍ଘ ୧୧ଦିନ ଚାଲିବା ପରେ ୨୦୨୬ ଜାନୁଆରୀ ୩ରେ ଶନିବାର ଏହା ଉଦ୍‌ଯାପିତ ହୋଇଯାଇଛି।
ଏଥର ମହୋତ୍ସବରେ ଅଭିନୟ ପାଇଁ କଂସଙ୍କ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ କରାଯାଇଥିଲା। ଏଥିରେ ବରଗଡ଼ ଜିଲା ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମର ସୁଶୀଲ କଂସ ଭୂମିକାରେ ଅଭିନୟ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31