Indus Valley Times

ଜଙ୍ଗଲରୁ ଦରପୋଡ଼ା ଶବ ମିଳିବା ଘଟଣାର ପର୍ଦାଫାଶ: ଗୁଣିଗାରେଡିରୁ ହତ୍ୟା ଘଟଣାରେ ୩ ଗିରଫ

 Breaking News

ଜଙ୍ଗଲରୁ ଦରପୋଡ଼ା ଶବ ମିଳିବା ଘଟଣାର ପର୍ଦାଫାଶ: ଗୁଣିଗାରେଡିରୁ ହତ୍ୟା ଘଟଣାରେ ୩ ଗିରଫ

ଜଙ୍ଗଲରୁ ଦରପୋଡ଼ା ଶବ ମିଳିବା ଘଟଣାର ପର୍ଦାଫାଶ: ଗୁଣିଗାରେଡିରୁ ହତ୍ୟା ଘଟଣାରେ ୩ ଗିରଫ
January 09
21:35 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୯/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଟିକାବାଲି ଥାନା ଅନ୍ତର୍ଗତ ଚୂନପଡା ଘାଟି ଜଙ୍ଗଲରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା ଉପରୁ ପର୍ଦ୍ଦାଫାଶ କରିଛି ଟିକାବାଲି ପୋଲିସ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିବା ବେଳେ ଗୁଣିଗାରେଡି ସନ୍ଦେହରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଥିବା ପୋଲିସ ଜାଣିବାକୁ ପାଇଛି। ଏହି ମାମଲାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘଟଣାସ୍ଥଳରେ ସିନ୍ ରି-କ୍ରିଏସନ କରିଛି।
ସୂଚନା ଅନୁଯାୟୀ, ଖଜୁରୀପଡ଼ା ଥାନା ଖଲିବେରଣା ଗ୍ରାମର ମୃତ ଦୁର‌୍ୟ୍ୟୋଧନ ବଗର୍ତ୍ତୀ (୩୫) ଜଣେ ଝଡ଼ଫୁଙ୍କା କରୁଥିବା ବ୍ୟକ୍ତି ବୋଲି ଗାଁରେ ଜଣାଶୁଣା ଥିଲେ। ଗତ ପ୍ରାୟ ୭ ମାସ ତଳେ ଅଭିଯୁକ୍ତ ପ୍ରକାଶ ହଂସଙ୍କ ଭାଇଙ୍କର କୌଣସି କାରଣବଶତଃ ମୃତ୍ୟୁ ଘଟିଥିଲା।
ଦୁର୍ଯ୍ୟୋଧନ ଗୁଣି କରି ନିଜ ଭାଇକୁ ମାରିଦେଇଥିବା ନେଇ ପ୍ରକାଶ ଓ ତାଙ୍କ ସହଯୋଗୀମାନେ ସନ୍ଦେହ କରି ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲେ।
ଗତ ୪ ତାରିଖ ଦିନ ଦୁର୍ଯ୍ୟୋଧନ ଚିକେନ୍ କିଣିବା ପାଇଁ ବାହାରକୁ ଆସିଥିବା ବେଳେ ଖଲିବେର୍ଣ୍ଣା ପିଡବ୍ଲୁଡି ରାସ୍ତାରେ ଛକି ରହିଥିବା ଦୁର୍ବୃତ୍ତ ମାନେ ତାଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ।
ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ଏକ ବାଇକରେ ଶବକୁ ଲଦି ଚୂନଘାଟି ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ଅଭିଯୁକ୍ତ ମାନେ ଏକ ବଡ଼ ପଥରରେ ଦୁର‌୍ୟ୍ୟୋଧନଙ୍କ ମୁଣ୍ଡକୁ ନିର୍ମମ ଭାବେ ଛେଚିବା ପରେ ବାଇକରୁ ପେଟ୍ରୋଲ କାଢ଼ି ଢାଳି ଦେଇ ଶବକୁ ପୋଡ଼ି ଦେଇଥିଲେ।
ଟିକାବାଲି ପୋଲିସ ଏହି ଘଟଣାରେ ସମ୍ପୃକ୍ତ ତିନି ଜଣଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଖଜୁରୀପଡା ଥାନା ଅନ୍ତର୍ଗତ ଖଲିବେର୍ଣ୍ଣା ଗାଁ ର ବାବୁଲା ହଂସ ଙ୍କ ଦୁଇ ପୁଅ ପ୍ରକାଶ ହଂସ(୨୧) ମୁକେଶ ହଂସ (୨୫)ଏବଂ ଟିକାବାଲି ଥାନା କଇଁଝର ପଞ୍ଚାୟତ ଅନ୍ତର୍ଗତ ନାଗିରିଗୁଡାରି ଗାଁ ର ପ୍ରମୋଦ ଗୁରୁ ଙ୍କ ପୁଅ ଜିତେନ୍ଦ୍ର ଗୁରୁ (୨୩) ବୋଲି ଜି.ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି ଏବଂ ଟିକାବାଲି ଥାନା ଅଧିକାରିଣୀ କେ.ଆର. କର ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ଯେ, ଅଭିଯୁକ୍ତମାନଙ୍କୁ ଭାରତୀୟ ନ୍ୟାୟ ସଂହିତା (ବି ଏନ ଏସ) ର ଧାରା ୧୦୩(୧), ୩(୯), ୩ ଏବଂ ୪ ଅନୁଯାୟୀ କୋର୍ଟ ଚାଲାଣ କରାଯାଇଛି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ବୌଦ୍ଧରୁ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତରେ ସହଯୋଗ କରିଥିଲେ। ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଏବଂ ସଫଳତାକୁ ଅଞ୍ଚଳବାସୀ ପ୍ରଶଂସା କରିଥିବା ବେଳେ ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସକୁ ନେଇ ହତ୍ୟାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ବଡଗାଁ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ
ବାଲିଗୁଡା, ୯/୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ ଏ ସି ବଡଗାଁ ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପଦ୍ମିନୀ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଆଇ ଟି ଡି ଏ ର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ମୁଖ୍ୟବକ୍ତା ଭାବେ କୁର୍ତ୍ତମଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିଶ ଚନ୍ଦ୍ର ପ୍ରଧାନ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବ୍ଲକ ମଙ୍ଗଳ ଅଧିକାରୀ ଦୀପକ କହଁର, ରେବିଙ୍ଗିଆ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ସିଂ, କୋଟଗଡ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ
ରାସାୟନ ବିଭାଗ ର ଅଧ୍ୟାପକ ଦିବାକର ସିଂ, ସ୍ଥାନୀୟ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଶିଶିର କୁମାର ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀମତୀ ଲିଲି ମଲିକ ପ୍ରମୁଖ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଉପସ୍ଥିତ ଛାତ୍ରୀ ମାନଙ୍କୁ ଶିକ୍ଷା ମାଧ୍ୟମରେ ଜଣେ ଉତ୍ତମ ବ୍ୟକ୍ତିତ୍ଵ ହାସଲ କରିପାରିବ, ଶିକ୍ଷା ହେଉଛି ଏକ ମାଇଲ ଖୁଣ୍ଟ, ଏହାକୁ ହାସଲ କରିବାକୁ ହେଲେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଜିଜ୍ଞାସା ରହିବା ଆବଶ୍ୟକ।
ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପଦ୍ମିନୀ ପ୍ରଧାନ ବାର୍ଷିକ ବିବରଣୀ ପଠନ କରିଥିଲେ। ଶିକ୍ଷକ ଜିତେନ୍ଦ୍ର ନାଥ ପାତ୍ର ଅତିଥି ମାନଙ୍କ ର ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ରବୀନ୍ଦ୍ର କୁମାର ବିଶ୍ୱାଳ ସଭା ପରିଚାଳନା କରିଥିଲେ।
ପରେ ପରେ ବିଦ୍ୟାଳୟ ଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସମସ୍ତ କାର‌୍ୟ୍ୟରେ ବିଦ୍ୟାଳୟର ଶିକ୍ଷକ, ପରିଚାଳନା କମିଟୀ ସଦସ୍ୟ ଓ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930