Indus Valley Times

ପ୍ରାକୃତିକ ଜୀବନ ଶୈଳୀ ଓ ବିଜ୍ଞାନ ପ୍ରକଳ୍ପ ପଦର୍ଶନୀ – ୨୦୨୬

 Breaking News

ପ୍ରାକୃତିକ ଜୀବନ ଶୈଳୀ ଓ ବିଜ୍ଞାନ ପ୍ରକଳ୍ପ ପଦର୍ଶନୀ – ୨୦୨୬

ପ୍ରାକୃତିକ ଜୀବନ ଶୈଳୀ ଓ ବିଜ୍ଞାନ ପ୍ରକଳ୍ପ ପଦର୍ଶନୀ – ୨୦୨୬
January 13
21:03 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧୩/୧ : ଖୋର୍ଦ୍ଧା ଜିଲ୍ଲା ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ସ୍ଥାନୀୟ ବିଜେବି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।
ଏହି ବିଜ୍ଞାନ ପ୍ରଦର୍ଶନୀ କୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟ ଉଦ୍ଘାଟନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରଶ୍ମୀବାଳା ପରିଡା, ବିଜୟ କୁମାର ବେହେରା ଓ ପ୍ରଜ୍ଞା ପରମିତା ଜେନା ସହାୟତା ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମ ର ଉଦ୍ଘାଟନ ପରେ ଶ୍ରୀମତୀ ସୋନାମିକା ରାୟଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ପ୍ରାରମ୍ଭ ରେ ଜିଲ୍ଲା ବିଜ୍ଞାନ ପର‌୍ୟ୍ୟବେକ୍ଷକ ଏହି ବିଜ୍ଞାନ ମେଳାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ସୂଚନା ପ୍ରଦାନ କଲା ପରେ ମୁଖ୍ୟ ବକ୍ତା ରାଜ୍ୟ ପରିବେଶ ବିଜ୍ଞାନ କେନ୍ଦ୍ର ର କାର‌୍ୟ୍ୟକ୍ରମ ଅଧିକାରୀ ବୈଜ୍ଞାନିକ ପ୍ରଭାତ ମୋହନ ଦାଶ ବିଜ୍ଞାନର ଉପକାରିତା ଓ ଦୈନନ୍ଦିନ ଜୀବନରେ ଏହାର ବ୍ୟବହାର କିପରି ଏକ ଗୁରୁତ୍ଵ ପୂର୍ଣ୍ଣ ଅଙ୍ଗ ହୋଇପଡିଛି ସେ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ବିଜେବି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଭୁ ପ୍ରସାଦ ସେନାପତି ଓ ମେଳାର ସଙ୍ଗଠନ ସମ୍ପାଦିକା ତଥା ବି ଇ ଓ ଖୋର୍ଦ୍ଧା ସୁଶ୍ରୀ ଯାଜ୍ଞସେନି ସାହୁ ଉପସ୍ଥିତ ଥିଲେ।
ମୋଟ୍ ୭ ଟି ବିଜ୍ଞାନ ଉପ ବିଭାଗ ଯଥା ଉତ୍ତମ ସ୍ୱାସ୍ଥ୍ୟ, ଖାଦ୍ୟ ପ୍ରକ୍ରିୟା ଓ ଜୀବନ ଶୈଳୀ, ପ୍ଲାଷ୍ଟିକର ମୁକ୍ତ ବ୍ୟବହାର , ବୈଦୁତିକ ବର୍ଯ୍ୟବସ୍ତୁ ହ୍ରାସ, ସାଧାରଣ ବର୍ଯ୍ୟ ବସ୍ତୁର ହ୍ରାସ, ଜଳ ସଂରକ୍ଷଣ ଓ ଶକ୍ତି ସଂରକ୍ଷଣ ଉପରେ ପ୍ରକଳ୍ପ ଗୁଡିକ ପ୍ରଦର୍ଶିତ ହୋଇଥିଲା।
ଭୁବନେଶ୍ୱର ମହାନଗର ନିଗମ ସହିତ ୧୦ ଗୋଟି ବ୍ଲକରୁ ୭୦ ଟି ପ୍ରକଳ୍ପ କୁନି ବୈଜ୍ଞାନିକ ମାନଙ୍କ ସହିତ ଗାଇଡ ଶିକ୍ଷକ ମାନେ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ।
ପରେ ପରେ ଏକ ବିଜ୍ଞାନ ସେମିନାର ଜିଲ୍ଳାର ବିଜ୍ଞାନ ଶିକ୍ଷକ ମାନଙ୍କ ଦ୍ବାରା ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମକୁ ଜଟଣୀ ବ୍ଲକ ଶିକ୍ଷା ଅଧିକାରୀ ଯୋଗେଶ ଚନ୍ଦ୍ର ସାମନ୍ତ ସିଂହାର, ଓ ବାଣପୁର ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲି ପରିଚାଳନା କରିଥିଲେ।
ଅପରାହ୍ନ ରେ ବିଚାରକ ମାନଙ୍କ ଦ୍ବାରା ପ୍ରକଳ୍ପ ଗୁଡିକୁ ମୂଲ୍ୟାୟନ କରାଯିବା ପରେ ପ୍ରତ୍ୟେକ ବିଷୟ ବସ୍ତୁର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ମୋଟ୍ ୨୧ ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରଯାଇଥିଲା।
ପୁରସ୍କାର ବିତରଣି ସଭାରେ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ଲାଡେ ଗଜାନନ ଦୟାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଟାଙ୍ଗୀ ବ୍ଲକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ସାହୁ ଓ ବାଲିଅନ୍ତା ବ୍ଲକ ଶିକ୍ଷା ଅଧିକାରୀ ଭକ୍ତ ବତ୍ସଳ ମହାପାତ୍ର, ବୋଲଗଡ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ ସହାୟତା ପ୍ରଦାନ କରିଥିଲେ। ପୁରସ୍କୃତ ୨୧ ଟି ପ୍ରକଳ୍ପ ମଧ୍ୟରୁ ଯେଉଁ ୩ ଟି ପ୍ରକଳ୍ପ ସର୍ବ ଶ୍ରେଷ୍ଠ ମନୋନୀତ ହୋଇ ଥିଲେ ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକରାୟ ପୁରର ଛାତ୍ର ଅଭିନାଶ ପରିଡା ଏଲିମୀନେଟ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ପାଇଁ ନଗଦ ଅର୍ଥ ୪୦୦୦ ଟଙ୍କା ପାଇଥିବା ବେଳେ ବିଜେବି ଉଚ୍ଚ ବିଦ୍ୟାଳୟ ର ଛାତ୍ର ଅବିନାସ ବଳିୟାର ସିଂହ ବର୍ଜ୍ୟ ବସ୍ତୁ ର ହ୍ରାସ ପ୍ରକଳ୍ପ ପାଇଁ ଦ୍ଵିତୀୟ ସ୍ଥାନ ଅଧିକାର କରି ୩୦୦୦ ଟଙ୍କା ସେହିପରି ଓଏଭି ପିଚୁକୁଲିର ଛାତ୍ର ସିଦ୍ଧି ଶ୍ରେୟାସ ଶ୍ରୀଚନ୍ଦନ ତୃତୀୟ ସ୍ଥାନ ଅଧିକାର କରି ୨୦୦୦ ଟଙ୍କା ଅର୍ଥ ରାଶି ପାଇ ପୁରସ୍କୃତ ହୋଇଥିଲେ। କାର୍ଯ୍ୟକ୍ରମ କୁ ପରିଚାଳନା କରିବା ପାଇଁ ଓସ୍ତାର ଖୋର୍ଦ୍ଧା ଜିଲ୍ଲା ସଂପାଦକ ସୁଧାକର ମହାପାତ୍ର, ଅମ୍ବିକା ପ୍ରସାଦ ପଟ୍ଟନାୟକ, ସନ୍ତୋଷ ପଟ୍ଟନାୟକ, ମାନସ ପଣ୍ଡା, ମୃତ୍ୟୁଞ୍ଜୟ ମହାପାତ୍ର, ରବୀନ୍ଦ୍ର ପ୍ରଧାନ, ରବିନାରାୟଣ ସାହୁ, ବଦ୍ରି ନାରାୟଣ ରଥ, ପ୍ରଫୁଲ କୁମାର ବେହେରା, ଓ ରାଜ୍ୟ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ର ଯୁଗ୍ମ ସଂପାଦକ ଅଗାଧୁ ସେଠି ,ପରିଚାଳନା କରିଥିବା ବେଳେ ସିଆରସିସି ରେବତୀ ପଣ୍ଡା ସଂଯୋଜନା କରିଥିଲେ।
ବିଜେବି ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସାହାଯ୍ୟ ସହଯୋଗ ପାଇଁ ଜିଲ୍ଲାର ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀ ସରୋଜ କୁମାର ସିଂହ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930