Indus Valley Times

ମା ଯୋଗମାୟା ଦ୍ୱିତୀୟ ବାର୍ଷିକ ପଲ୍ଲୀ ଉତ୍ସବ-୨୦୨୬ ଉଦଘାଟିତ

 Breaking News

ମା ଯୋଗମାୟା ଦ୍ୱିତୀୟ ବାର୍ଷିକ ପଲ୍ଲୀ ଉତ୍ସବ-୨୦୨୬ ଉଦଘାଟିତ

January 27
19:45 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୨୭/୧: ଖୋର୍ଦ୍ଧା ପଞ୍ଚାୟତ ସମିତି ଅଧିନସ୍ଥ ନନ୍ଦପୁର ଗ୍ରାମ ପଞ୍ଚାୟତ ମାଘ ସପ୍ତମୀ ମେଳଣ ପଡିଆ ଠାରେ ‘ଜନତା ଡାଇମଣ୍ଡ କ୍ଲବ’ ନନ୍ଦପୁର ପକ୍ଷରୁ ଆୟୋଜିତ ପଲ୍ଲୀ ଉତ୍ସବକୁ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେଵ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ।
ଜନତା ଡାଇମଣ୍ଡ କ୍ଲବ ର ସଭାପତି ପ୍ରଫୁଲ୍ଲ କୁମାର ଦଳେଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ପଞ୍ଚାୟତ ସମିତି ଉପାଧକ୍ଷ ପ୍ରକାଶ କୁମାର ସାମନ୍ତରାୟ, ନନ୍ଦପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ବିପ୍ଳବ କେଶରୀ ବଳିୟାରସିଂହ, ପୂର୍ବତନ ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ମହାପାତ୍ର, ନିକୁଞ୍ଜ ପଟ୍ଟନାୟକ, ଦିଲ୍ଲୀପ କୁମାର ହୋତା, ବିଦ୍ୟୁତ କାଣ୍ଡି, କ୍ଲବର ସମ୍ପାଦକ ବେଣୁଧର ରାୟପ୍ରିତମ ପ୍ରମୁଖ ଉପସ୍ଥିତ ଥିଲେ ।
ମୁଖ୍ୟଅତିଥି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ତାଙ୍କ ଅଭିଭାଷଣରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିବା ସହିତ କେନ୍ଦ୍ର ଏବଂ ରାଜ୍ୟ ସରକାର ଦୃତ ପ୍ରଗତି କ୍ଷେତ୍ରରେ ଆଗେଇ ଚାଲିଛନ୍ତି ବୋଲି କହିଥିଲେ ।
ସମ୍ମାନିତ ଅତିଥି ବିଧାୟକ ଶ୍ରୀଯୁକ୍ତ ଜଗଦେବ ତାଙ୍କ ବକ୍ତବ୍ୟରେ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଏବଂ ପ୍ରକଳ୍ପ ଗୁଡ଼ିକ ସମ୍ପର୍କରେ ସୂଚନା ଦେବା ସହିତ ଖୋର୍ଦ୍ଧାର ବିକାଶ ପାଇଁ ସେ ଦେଖିଥିବା ସ୍ୱପ୍ନ ଆଜି ସାକାର ହୋଇଛି ବୋଲି କହିଥିଲେ ।
ତା -୨୫.୧.୨୦୨୬ ରିଖ ଠାରୁ ତା-୨୯.୧.୨୦୨୬ ରିଖ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ଦିନ ବ୍ୟାପି ଅନୁଷ୍ଠିତ ହେଉଥିବା ଏହି ପଲ୍ଲୀ ଉତ୍ସବରେ ରାଜ୍ୟର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା ।
କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ଗଞ୍ଜାମ ମା ମଙ୍ଗଳା ଗାହାଣ ଯୋଡ଼ି ଶଙ୍ଖ, ମୟୂରଭଞ୍ଜ ଛଉ ନୃତ୍ୟ, ପୁରୀ ଗୋଟିପୁଅ ନୃତ୍ୟ, କୋରାପୁଟ, ଡେମସା, କୋଟପାଡ଼ କଳା ବିକାଶ କେନ୍ଦ୍ର, ଦ୍ୱିତୀୟ ସନ୍ଧ୍ୟାରେ ଗଞ୍ଜାମ ଭାରତ ଲୀଳା, କେନ୍ଦୁଝର ଘୁମୁରା, ଲୋଇଶିଙ୍ଗା, ବଲାଙ୍ଗୀର ସଙ୍ଗୀତ ସାଧନା, ଖୋର୍ଦ୍ଧାର ପାଇକ ଆଖଡ଼ା ନୃତ୍ୟ ପରିବେଷଣ କରାଯାଇଥିଲା ।
ଏହି ପଲ୍ଲୀ ଉତ୍ସବରେ ବହୁ ଜନସମାଗମ ଦେଖିବାକୁ ମିଳିଥିଲା । ରାଜଲକ୍ଷ୍ମୀ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ଲବ ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ମାନେ ସହଯୋଗ କରିଥଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930