Indus Valley Times

ବିଶିଷ୍ଟ ବ୍ୟକ୍ତିତ୍ୱ ରାଧାମୋହନଙ୍କ ପରଲୋକ

 Breaking News

ବିଶିଷ୍ଟ ବ୍ୟକ୍ତିତ୍ୱ ରାଧାମୋହନଙ୍କ ପରଲୋକ

ବିଶିଷ୍ଟ ବ୍ୟକ୍ତିତ୍ୱ ରାଧାମୋହନଙ୍କ ପରଲୋକ
January 27
20:17 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୨୭/୧ : ବଲାଙ୍ଗିର ଏବଂ ବରଗଡ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ରେ ଦୀର୍ଘ ସମୟ ଧରି ଶିକ୍ଷକତା କରିଥିବା,ବିଶିଷ୍ଟ ଶିକ୍ଷାବିଦ୍‌, ସମାଜସେବୀ ଓ ଧର୍ମନିଷ୍ଠ ବ୍ୟକ୍ତିତ୍ୱ ଶ୍ରୀ ରାଧାମୋହନ ତ୍ରିପାଠୀ କାଲି ସନ୍ଧ୍ୟାବେଳେ ୭୦ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।
ତାଙ୍କର ଜୀବନ କାଳରେ ସେ ଅନେକ କୃତୀ ଛାତ୍ରଛାତ୍ରୀଙ୍କୁ ଗଢ଼ିତୋଳି ଶିକ୍ଷାକ୍ଷେତ୍ରକୁ ସମୃଦ୍ଧ କରିଥିଲେ।ଏକାଧାରରେ ସେ ଜଣେ ଉତ୍ତମ ଶିକ୍ଷକ,ସଜାଗ ସମାଜସେବୀ ଓ ମାନବଧର୍ମର ପଥିକ ଭାବେ ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ଵ ଥିଲେ।
ଧର୍ମ ଉପଦେଶ,ନୀତିବାଣୀ,କବିତା ସଂଗ୍ରହ ଗଳ୍ପ ସଂଗ୍ରହ ଓ ଶିଶୁମନର ବିକାଶକୁ କେନ୍ଦ୍ର କରିଥିବା ପିଲାମନ ବାଣୀ,ପ୍ରବୃତ୍ତି ସହିତ ସାତଟି ମୂଲ୍ୟବାନ ପୁସ୍ତକର ରଚୟିତା ଭାବେ ଶ୍ରୀ ତ୍ରିପାଠୀ ସାହିତ୍ୟ ଜଗତରେ ଅଲିଭା ଛାପ ରଖିଯାଇଛନ୍ତି।ଆଜି ବଲାଙ୍ଗିର ପୁଣି ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଙ୍କୁ ହରାଇଛି।ଆଉ ସେ ମହାନ ବ୍ୟକ୍ତିତ୍ୱ ଙ୍କୁ ଦେଖା ହେବ ନାହିଁ ଏ ଜନମରେ।ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଚିରନିଦ୍ରା ରେ ଚାଲିଗଲେ ଚିରଦିନ ପାଇଁ।
ଦୁଃଖ ଦେଇଗଲେ ପରିବାର,ଆତ୍ମୀୟ ସ୍ୱଜନ ତଥା ତାଙ୍କୁ ଭଲ ପାଉଥିବା ସମସ୍ତଙ୍କୁ। ତାଙ୍କର ଶେଷକୃତ୍ୟ କାଲି ରାତିରେ ବଲଙ୍ଗିର ଠାରେ ସମ୍ପନ୍ନ ହୋଇଥିଲା।ଏହି ଶୋକସନ୍ତପ୍ତ ମୁହୂର୍ତ୍ତରେ ତାଙ୍କର ଧର୍ମପତ୍ନୀ,ପୁତ୍ର, ପୁତ୍ରବଧୂ ସହିତ ସମାଜର ଅନେକ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ରହି ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଶ୍ରୀ ରାଧାମୋହନ ତ୍ରିପାଠୀଙ୍କ ଅକାଳ ବିୟୋଗରେ ବଲାଙ୍ଗିର, ବରଗଡ ଓ କଟାପାଲି ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।ତାଙ୍କର ସ୍ମୃତି,କର୍ମ ଓ ଆଦର୍ଶ ସଦା ସର୍ବଦା ଆମ ପାଇଁ ପ୍ରେରଣାର ଦୀପଶିଖା ଭାବେ ଜ୍ଵଳମାନ ହୋଇ ରହିବ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930