Indus Valley Times

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ କିନ୍ନର ମାନଙ୍କୁ ନେଇ ଏକ ସଚେତନତା ଶିବିର

 Breaking News

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ କିନ୍ନର ମାନଙ୍କୁ ନେଇ ଏକ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ କିନ୍ନର ମାନଙ୍କୁ ନେଇ ଏକ ସଚେତନତା ଶିବିର
January 30
11:38 2026

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୩୦/୨: ନୟାଗଡ଼, ଜିଲ୍ଲା ଦୌରା ଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣା ଙ୍କ ନିର୍ଦ୍ଦେଶ ରେ ସଚିବ , ଅଞ୍ଜଳି ମଛଖଣ୍ଡ ଙ୍କ ପ୍ରତ୍ୟକ୍ଷ ତତତ୍ଵାବଧାନରେ ସେବା ଅନୁଷ୍ଠାନ, ନୟାଗଡ଼ ଠାରେ ଶତାଧିକ କିନ୍ନର ମାନଙ୍କୁ ନେଇ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଯାଇଛି ।
ପ୍ରାରମ୍ଭରେ, ଆଇନ ସେବା ପ୍ରାଧିକରଣ କର୍ମଚାରୀ ପବନ କୁମାର୍ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏହାକୁ ଆନୁଷ୍ଠାନିକ ଭାବେ ସଚିବ , ଅଞ୍ଜଳି ମଛଖଣ୍ଡ ଉଦଘାଟନ କରି ଏହି ସଚେତନତା ଶିବିର ଆୟୋଜନ କରିବାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ବନ୍ଧ ରେ ଉପସ୍ଥିତ କିନ୍ନର ମାନଙ୍କୁ ବୁଝାଇ ବାକୁ ଯାଇ କହିଥିଲେ ।
ସମାଜ ରେ କିନ୍ନର ମାନଙ୍କୁ ତୃତୀୟ ଲିଙ୍ଗ ରୂପେ ଗଣାଯାଇଚି, ତୃତୀୟ ଲିଙ୍ଗ ବ୍ୟକ୍ତି ଅର୍ଥ ହେଉଛି ଜଣେ ବ୍ୟକ୍ତି ଯାହାର ଲିଙ୍ଗ ଜନ୍ମ ସମୟରେ ସେହି ବ୍ୟକ୍ତିଙ୍କୁ ଦିଆ ଯାଇଥିବା ଲିଙ୍ଗ ସହିତ ମେଳ ଖାଉନାହିଁ ଏଵଂ ଏଥିରେ ତୃତୀୟ ଲିଙ୍ଗ ପୁରୁଷ କିମ୍ବା ତୃତୀୟ ଲିଙ୍ଗ ମହିଳା (ସେହି ବ୍ୟକ୍ତି ଲିଙ୍ଗ ପୁନଃ ନିର୍ଦ୍ଦେଶନଅସ୍ତ୍ରୋପଚାର କିମ୍ବା ହରମୋନ ଥେରାପି କିମ୍ବା ଲେଜର ଥେରାପି କିମ୍ବା ଏପରି ଅନ୍ୟ ଚିକିତ୍ସା କରାଇଛନ୍ତି କି ନାହିଁ) ।
ଆନ୍ତ ଲିଙ୍ଗ ପରିବର୍ତ୍ତନ ଥିବା ବ୍ୟକ୍ତି ଲିଙ୍ଗଗତ ଏବଂ କିନ୍ନର, ହିଜରା, ଆରାବାଣୀ ଭଳି ସାମାଜିକ ସଂସ୍କୃତିକ ପରିଚୟ ଥିବା ବ୍ୟକ୍ତି ଅନ୍ତଭୁକ୍ତ । ସମାଜ ରେ ତୃତୀୟ ଲିଙ୍ଗ ଶ୍ରେଣୀର ଲୋକଙ୍କୁ ଅବହେଳା କରାଯାଉଥିଲା, ଏହାକୁ ଦୃଷ୍ଟି ରେ ରଖି ଭାରତ ସରକାର ଆଇନ ପ୍ରଣୟନ କରି ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରୟାସ କରିଛନ୍ତି ।
ସମାଜ ରେ ସେମାନେ କିପରି ସମ୍ମାନର ସହିତ ବଞ୍ଛିବେ ସେଥିପାଇଁ ଆଇନ୍ ପ୍ରଣୟନ କରାଯାଇଛି ।
ଏହାର ଖିଲାପ କଲେ ଖିଲପ ଧାରୀଙ୍କୁ ଦଣ୍ଡିତ କରାଯିବ ବୋଲି ଆଇନ ରେ ବ୍ୟବସ୍ଥା ଅଛି । ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର, ରୁ ସେମାନେ ଯେପରି ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ ।
ପରିବାର, ଶିକ୍ଷାନୁଷ୍ଠାନ, ଗ୍ରାମ ପଞ୍ଚାୟତ ରାଜ/ନଗର ନିଗମ, ପୋଲିସ, ନ୍ୟାୟିକ, ସମାଜ କଲ୍ୟାଣ ବିଭାଗ ସମକକ୍ଷ ମାନେ ତୃତୀୟ ଲିଙ୍ଗ ଙ୍କ ଅଧିକାର ର ସୁରକ୍ଷା ରେ ମୂକ୍ଷ୍ୟ ଅଂଶୀଦାର ବୋଲି ମତ ବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନ ଯିବି ଦଣ୍ଡପାଣି ସ୍ୱାଇଁ, ସଦସ୍ୟା,କ୍ଷଣପ୍ରଭା କର, ଅଧିକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା, ମା ଦକ୍ଷିଣ କାଳୀ କିନ୍ନର ସଂଘ ସଭାପତି ,ଆନନ୍ଦ ନାୟକ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ସମ୍ପୂର୍ଣ ସହଯୋଗ କରିଥିଲେ ସମସ୍ତ ଅଧିକାର ମିତ୍ର, ପ୍ରାଧିକରଣ କର୍ମଚାରୀ ଏବଂ ସେବା ଅନୁଷ୍ଠାନ ର କର୍ମଚାରୀ ସମୁହ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31