Indus Valley Times

ଉପଖଣ୍ଡ କ୍ରୀଡା ସଂଘ କପ : ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ , ପ୍ରଥମ ସେମି ଫାଇନାଲ ରେ ସମ୍ବଲପୁର ବିଜୟୀ ହୋଇ ଫାଇନାଲକୁ ଉନ୍ନୀତ

 Breaking News

ଉପଖଣ୍ଡ କ୍ରୀଡା ସଂଘ କପ : ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ , ପ୍ରଥମ ସେମି ଫାଇନାଲ ରେ ସମ୍ବଲପୁର ବିଜୟୀ ହୋଇ ଫାଇନାଲକୁ ଉନ୍ନୀତ

ଉପଖଣ୍ଡ କ୍ରୀଡା ସଂଘ କପ : ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ , ପ୍ରଥମ ସେମି ଫାଇନାଲ ରେ ସମ୍ବଲପୁର ବିଜୟୀ ହୋଇ ଫାଇନାଲକୁ ଉନ୍ନୀତ
February 07
10:07 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୭/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ- ୨୦୨୬ ର ତୃତୀୟ ଦିନ ତଥା ପ୍ରଥମ ସେମି ଫାଇନାଲ ଖେଳରେ ଏଫ ସି ସମ୍ବଲପୁର ସହ ଦୋସ୍ତି ବ୍ରଦର ସୁନ୍ଦରଗଡ଼ ର ଆକର୍ଷଣୀୟ ମ୍ୟାଚ ଅନୁଷ୍ଠିତ ହୋଇ ସମ୍ବଲପୁର ଦଳ ୧-୦ ଗୋଲ ରେ ବିଜୟୀ ହୋଇ ଫାଇନାଲ କୁ ଉନ୍ନୀତ ହୋଇଛି ।
ଏଠାରେ ସୂଚନା ଯୋଗ୍ୟ ଯେ, ଏହି ସମ୍ବଲପୁର ଟିମ ୨୦୧୯ ମସିହାରେ ଆୟୋଜିତ ହୋଇଥିବା ଏହି ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ରେ ଚମ୍ପିୟାନ ହୋଇ ଟ୍ରଫି ହାସଲ କରିପାରିଥିଲା ।
ଏଥିରେ ଅତିଥି ଭାବେ ବରିଷ୍ଠ କ୍ରୀଡ଼ାବିତ ଗୋପବନ୍ଧୁ ସାହୁ, ଡ଼. ବିଚିତ୍ରା ନନ୍ଦ ଆଚାର‌୍ୟ୍ୟ, ରାଜ କିଶୋର ଦାସ, ଉପଦେଷ୍ଟା ଶେଖ ସାଦିକ, ଉପ ସଭାପତି ସତ୍ୟ ନାରାୟଣ ପାଢ଼ୀ, ସମ୍ପାଦକ ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ପ୍ରଥମ ସଟ ଦେଇ ଖେଳ କୁ ଉଦଘାଟନ କରିଥିଲେ ।
ଏଥିରେ ମ୍ୟାନ ଅଫ ଦି ମ୍ୟାଚ ଭାବେ ସମ୍ବଲପୁର ଦଳର ଖେଳାଳୀ ମହାଦେବ ଓରାମ ଙ୍କୁ ଘୋଷଣା କରାଯାଇଥିଲା । ଶୁକ୍ରବାର ର ଏହି ଖେଳ କୁ ମୁଖ୍ୟ ରେଫେରୀ ଭାବେ ଜ୍ୟୋତି ରଞ୍ଜନ ସ୍ୱାଇଁ, ସୁନୀଲ କୁମାର ବେହେରା, ଶମ୍ଭୁ ନାଥ ମଲ୍ଲିକ ଓ କାମାକ୍ଷା ପ୍ରସାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ ।
୭ ତାରିଖ ଚତୁର୍ଥ ଦିନର ତୃତୀୟ କ୍ୱାଟର ଫାଇନାଲ ମ୍ୟାଚ ୟୁଏସସି ଟିମ – ବରଗଡ଼, ଏଫପିଏସଏ ଟିମ -ଜଟଣୀ ମଧ୍ୟରେ ଆକର୍ଷଣୀୟ ମ୍ୟାଚ ଅନୁଷ୍ଠିତ ହେବ । ଏହି ରାଜ୍ୟ ସ୍ତରୀୟ ମ୍ୟାଚ ଚଳିତ ମାସ ୧୧ ତାରିଖ ପର‌୍ୟ୍ୟନ୍ତ ଆୟୋଜନ ହେଉଥିବା ବେଳେ ଏଥିରେ ରାଜ୍ୟର ବଛାବଛା ଫୁଟବଲ ଟିମ ମଧ୍ୟରେ ସମ୍ବଲପୁର ଏଫ ସି, ଡାଇମଣ୍ଡ କ୍ଲବ ଖୋର୍ଦ୍ଧା, ଦୋସ୍ତି ବ୍ରଦର ସୁନ୍ଦରଗଡ଼, ପପୁଲାର କ୍ଲବ- ଢେଙ୍କାନାଳ, ୟୁଏସସି ଟିମ – ବରଗଡ଼, ଏଫପିଏସଏ ଟିମ – ଜଟଣୀ, ଜଗା ଯୁନାଇଟେଡ଼- ଭୁବନେଶ୍ୱର, ଜେ.ଡି. କ୍ଲବ-ଫୁଲବାଣୀ ଭଳି ବିଭିନ୍ନ ଦଳ ଅଂଶ ଗ୍ରହଣ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି । ସେଥିମଧ୍ୟରେ ୧୦ ତାରିଖ ଦିନ ସବୁଠାରୁ ବିଶେଷ ଆକର୍ଷଣ ମହିଳା ଫୁଟବଲ ମ୍ୟାଚ ବରଗଡ଼ ସହ ଭୁବନେଶ୍ୱର ମଧ୍ୟରେ ଆୟୋଜିତ ହେବ ।
୧୧ ତାରିଖ ଫାଇନାଲ ତଥା ଉଦଯାପନୀ ଉତ୍ସବରେ ରାଜ୍ୟର ବହୁ ଗଣ୍ୟମାନ୍ୟ ଜନ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରତିଦିନ ର ମ୍ୟାଚ ଅପରାହ୍ନ ୨ଟା ୩୦ମି. ରେ ଆରମ୍ଭ ହେବାକୁ ଥିବା ବେଳେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅପରାହ୍ନ ୨ଘଣ୍ଟ ରେ ଆରମ୍ଭ କରାଯିବା ପାଇଁ ସ୍ଥିର କରାଯାଇଛି ।
ଏଥିରେ ଉପଦେଷ୍ଟା ମଣ୍ଡଳୀ ର ଦେବବ୍ରତ ସିଂ ଦେଓ, ସୁରେନ୍ଦ୍ର କୁମାର ପାତ୍ର, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର‌୍ୟ୍ୟ ଓ କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି, କ୍ରୀଡା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ,ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, କ୍ରୀଡା ଆୟୋଜକ ଉପଦେଷ୍ଟା ମଣ୍ଡଳୀ ର ସମସ୍ତ ସଦସ୍ୟ ଖେଳ ଆରମ୍ଭ ରୁ ଶେଷ ପର‌୍ୟ୍ୟନ୍ତ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
ଇ-ମେଲ ରେ ଫୁଲବାଣୀ କୋର୍ଟକୁ ବୋମା ଧମକ
ବାଲିଗୁଡା, ୭/୨ :ରାଜ୍ୟର ୩ଟି କୋର୍ଟକୁ ବୋମା ଧମକ ମିଳିଛି । ଏହି ଧମକ ଫୁଲବାଣୀ,ପୁରୀ ଓ କଟକ ଜିଲା ଦୌରା ଜଜ୍ କୋର୍ଟକୁ ଆସିଛି । ଏହି ଧମକ ଅଜଣା ଇ-ମେଲ୍ ଜରିଆରେ ଦିଆଯାଇଛି। ଫୁଲବାଣୀ କୋର୍ଟକୁ ଧମକ ମିଳିବା ପରେ ସମଗ୍ର କନ୍ଧମାଳ ଜିଲ୍ଲା ରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଧମକ ଆସିବା ପରେ ପୋଲିସ ପକ୍ଷରୁ ଛାନଭିନ ଜୋରଦାର କରାଯାଉଛି। କୋର୍ଟ ପରିସର ମଧ୍ୟରେ ଭୟ ର ବାତାବରଣ ଖେଳିଯାଇଛି। କୋର୍ଟ ପରିସରକୁ ପୁରା ଖାଲି କରାଯାଇଛି, ସିସିଟିଭି ଯାଞ୍ଚ ସହିତ ବମ୍ ସ୍ମାର୍ଡ, ଡଗ୍ ସ୍ମାର୍ତ ପହଞ୍ଚି ଯାଞ୍ଚ କରୁଛନ୍ତି । ପୁଲିସ ସନ୍ଧାନୀ କୁକୁର ନେଇ ଯାଞ୍ଚ କରାଯାଉଛି ।
ଇ-ମେଲରେ ବୋମା ଧମକ ଆସିବା ପରେ ଛାନଭିନ୍ ଆରମ୍ଭ ହୋଇଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଧମକ ଇ-ମେଲ୍ ବାହାର ଦେଶରୁ ଆସୁଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଆଜି କୋର୍ଟ କାର‌୍ୟ୍ୟ ଆରମ୍ଭ ହେବାର ମାତ୍ର ୧୦ରୁ ୧୫ମିିନିଟ୍ ପରେ ଏକ ବୋମା ଧମକ ଆସିଥିଲା ।
ଏହା ପରେ ଛାନଭିନ୍ ଜୋରଦାର କରାଯାଇଛି । ଯେଉଁମାନେ ଏଭଳି ଧମକ ଦେଉଛନ୍ତି ଓ ଏଭଳି କାର‌୍ୟ୍ୟ କରୁଛନ୍ତି ସେମାନଙ୍କୁ କଡା ଦଣ୍ଡ ଦେବାକୁ ଆଇନଜୀବୀମାନେ ଦାବି କରିଛନ୍ତି ।
୪ ଜଣ ଛତିଶଗଡି ମାଓବାଦୀ ଙ୍କ ଆତ୍ମ ସମର୍ପଣ : ବନ୍ଧୁକ, ଜୀବନ୍ତ ଗୁଳି ଏବଂ ବହୁ ମାଓ ସାମଗ୍ରୀ ଜବତ
ବାଲିଗୁଡା, ୭/୨ : ଅତି ଶୀଘ୍ର ହେବ କନ୍ଧମାଳ ମାଓ ମୁକ୍ତ ଜିଲ୍ଲା। ଏନେଇ ଜୋର ଯାର ପ୍ରସ୍ତୁତି ଚଳାଇଛନ୍ତି କନ୍ଧମାଳ ପୋଲିସ, ସିଆରପିଏଫ ଓ ବି ଏସ ଏଫ ଯବାନ ମାନେ।
ଏହି କ୍ରମ ରେ ଶୁକ୍ରବାର ଦକ୍ଷିଣାଞ୍ଚଳ ଆଇଜି ପୋଲିସ ନୀତି ଶେଖର ଓ କନ୍ଧମାଳ ଏସପିଙ୍କ ନିକଟରେ ୪ ଜଣ ଅଣଓଡ଼ିଆ କେକେବିଏନ ଡିଭିଜନ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଚାରି ମାଓବାଦୀ ଛତିଶଗଡ଼ ଅଞ୍ଚଳର ହୋଇଥିବା ଜଣାପଡିଛି ।
ଏହି ୪ ଜଣ ମାଓବାଦୀ କନ୍ଧମାଳ ପୋଲିସ ପାଖରେ ଆତ୍ମସମର୍ପଣ କରିବା ସହ ବନ୍ଧୁକ, ଜୀବନ୍ତ ଗୁଳି ଏବଂ ବହୁ ମାଓ ସାମଗ୍ରୀ ସହିତ ଆତ୍ମ ସମର୍ପଣ କରିଛନ୍ତି ।
ଏଥିରେ ରହିଛି ଏସଲାର ବନ୍ଧୁକ ଗୋଟିଏ, ୩୦୩ ବନ୍ଧୁକ ଦୁଇଟି, ବରବୋର ବନ୍ଧୁକ ଗୋଟିଏ, ଏସଲାର ଜୀବନ୍ତ ଗୁଳି ୧୬ ଟା, ୩୦୩ ଜୀବନ୍ତ ଗୋଳି ୨୨ ଟି, ୧୨ ବୋର ଜୀବନ୍ତ ଗୋଳି ୪ ଟା, ୱାକି ଟକି ଦୁଇଟା, ମେଡ଼ିସିନ, ବିଦ୍ୟୁତ ତାର ସମେତ ଅନ୍ୟାନ୍ୟ ମାଓ ସାମଗ୍ରୀ ରହିଛି ।
ଏହି ଚାରି ଜଣକ ମଧ୍ୟରେ ଜଣେ ପୁରୁଷ ଓ ତିନି ଜଣ ମହିଳା ମାଓବାଦୀ ଅଛନ୍ତି କ୍ଷ ସେମାନେ ହେଲେ ୧. ଗଙ୍ଗା କୁଞ୍ଜମୀ ଓରଫ ଜିତେନ୍, ୨. ମୁଚାକି ମାସେ ଓରଫ ସୁମିତ୍ରା ୩. ଚୋମାଳୀ କୁଞ୍ଜମ ଓରଫ ଶାନ୍ତିଲା ଓ ଅନ୍ୟ ଜଣେ ହେଲେ ୪. ବନ୍ଦୀ ମାଧବୀ ଓରଫ ମାଳତୀ ।
ଏହି ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ଶୁକ୍ରବାର ଆଇଜି ପୁଲିସ ନୀତି ଶେଖର, କନ୍ଧମାଳ ଏସ ପି ହରିଶ ବିଶି, ବିଏସଫ ଆଧିକାରୀ ଅଜୟ କୁମାର, ବି ଏସ ଏଫ କମାଡେଣ୍ଟ ମାନସ ରଞ୍ଜନ ପଣ୍ଡା, ଓ ସି ଆର ପି ଏଫ କମାଡେଣ୍ଟ ସଂଜୀବ ଟିଏମ ଙ୍କ ସମ୍ମୁଖରେ ଅସ୍ତ୍ର ତ୍ୟାଗ କରି ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେବାପାଇଁ ଆତ୍ମସମର୍ପଣ କରିଥିଲେ ।
ଆଇ ଜି ନୀତି ଶେଖର ଅନ୍ୟ ମାଓବାଦୀ ମାନଙ୍କୁ ମଧ୍ୟ ଆହ୍ୱାନ ଦେଇଛନ୍ତି ଯେ, ଯେଉଁମାନେ ବର୍ତ୍ତମାନ ମାଓ ସଂଗଠନ ସହ ସାମିଲ ଅଛନ୍ତି ସରକାର ଙ୍କ ଆତ୍ମ ସମର୍ପଣ ନୀତି ଜରିଆରେ ରେ ପୋଲିସ ପାଖରେ ଆତ୍ମସମର୍ପଣ କରେ ମାଓବାଦୀ ମାନଙ୍କ ପାଇଁ ଥିବା ସମସ୍ତ ସୁବିଧା ସୁଯୋଗ ପାଇବା ସହ ସମାଜର ମୁଖ୍ୟ ସୋତ୍ରରେ ସେମାନେ ସାମିଲ ହୋଇପାରିବେ ବୋଲି ମଧ୍ୟ ଆହ୍ୱାନ ଦେଇଛନ୍ତି।
ଉପଖଣ୍ଡ କ୍ରୀଡା ସଂଘ କପ : ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ : ଦ୍ୱିତୀୟ କ୍ୱାଟର ଫାଇନାଲ ରେ ସୁନ୍ଦରଗଡ଼ ବିଜୟୀ
ବାଲିଗୁଡା, ୭/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ- ୨୦୨୬ ର ଦ୍ୱିତୀୟ ଦିନ ତଥା ଦ୍ୱିତୀୟ କ୍ୱାଟର ଫାଇନାଲ ଖେଳରେ ଦୋସ୍ତି ବ୍ରଦର ସୁନ୍ଦରଗଡ଼ ଓ ପପୁଲାର କ୍ଲବ- ଢେଙ୍କାନାଳ ମଧ୍ୟରେ ଆକର୍ଷଣୀୟ ମ୍ୟାଚ ଅନୁଷ୍ଠିତ ହୋଇ ସୁନ୍ଦରଗଡ଼ ଦଳ ୧-୦ ଗୋଲ ରେ ବିଜୟୀ ହୋଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ନାୟକ, ସମ୍ମାନିତ ଅତିଥି ଭାବେ ବରିଷ୍ଠ କ୍ରୀଡ଼ାବିତ ମୃତ୍ୟୁଞ୍ଜୟ ପ୍ରଧାନୀ, ଯୁବ ଆଇନଜୀବୀ ବି. ଶ୍ରୀକାନ୍ତ, ତୃପ୍ତି ରେଷ୍ଟରାଣ୍ଟର ସତ୍ୟାଧିକାରୀ ଶ୍ରୀଧର ପାଳ, ଉପଦେଷ୍ଟା ଶେଖ ସାଦିକ, ଉପ ସଭାପତି ସତ୍ୟ ନାରାୟଣ ପାଢ଼ୀ, ସମ୍ପାଦକ ସୁଶାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ପ୍ରଥମ ସଟ ଦେଇ ଖେଳ କୁ ଉଦଘାଟନ କରିଥିଲେ । ଏଥିରେ ମ୍ୟାନ ଅଫ ଦି ମ୍ୟାଚ ଭାବେ ସୁନ୍ଦରଗଡ଼ର ଖେଳାଳୀ ଅଶାନ୍ତ କେରକେଟା ଙ୍କୁ ଘୋଷଣା କରାଯାଇଥିଲା । ଦ୍ୱିତୀୟ କ୍ୱାଟର ଫାଇନାଲ ଖେଳ କୁ ମୁଖ୍ୟ ରେଫେରୀ ଭାବେ ଜିତେନ୍ଦ୍ର ସ୍ୱାଇଁ, ଶଶାଙ୍କ ପ୍ରଧାନ, ଶମ୍ଭୁ ନାଥ ମଲ୍ଲିକ ଓ କାମାକ୍ଷା ପ୍ରସାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନା କରିଥିଲେ ।
୬ ତାରିଖ ତୃତୀୟ ଦିନର ପ୍ରଥମ ସେମି ଫାଇନାଲ ମ୍ୟାଚ ଏଫ ସି ସମ୍ବଲପୁର ସହ ଦୋସ୍ତି ବ୍ରଦର ସୁନ୍ଦରଗଡ଼ ମଧ୍ୟରେ ଆକର୍ଷଣୀୟ ମ୍ୟାଚ ଅନୁଷ୍ଠିତ ହେବ ।
ଏହି ରାଜ୍ୟ ସ୍ତରୀୟ ମ୍ୟାଚ ଚଳିତ ମାସ ୧୧ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେଉଥିବା ବେଳେ ଏଥିରେ ରାଜ୍ୟର ବଛାବଛା ଫୁଟବଲ ଟିମ ମଧ୍ୟରେ ସମ୍ବଲପୁର ଏଫ ସି, ଡାଇମଣ୍ଡ କ୍ଲବ ଖୋର୍ଦ୍ଧା, ଦୋସ୍ତି ବ୍ରଦର ସୁନ୍ଦରଗଡ଼, ପପୁଲାର କ୍ଲବ- ଢେଙ୍କାନାଳ, ୟୁଏସସି ଟିମ – ବରଗଡ଼, ଏଫପିଏସଏ ଟିମ – ଜଟଣୀ, ଜଗା ଯୁନାଇଟେଡ଼- ଭୁବନେଶ୍ୱର, ଜେ.ଡି. କ୍ଲବ-ଫୁଲବାଣୀ ଭଳି ବିଭିନ୍ନ ଦଳ ଅଂଶ ଗ୍ରହଣ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି ।
ସେଥିମଧ୍ୟରେ ୧୦ ତାରିଖ ଦିନ ସବୁଠାରୁ ବିଶେଷ ଆକର୍ଷଣ ମହିଳା ଫୁଟବଲ ମ୍ୟାଚ ବରଗଡ଼ ସହ ଭୁବନେଶ୍ୱର ମଧ୍ୟରେ ଆୟୋଜିତ ହେବ ।
୧୧ ତାରିଖ ଫାଇନାଲ ତଥା ଉଦଯାପନୀ ଉତ୍ସବରେ ରାଜ୍ୟର ବହୁ ଗଣ୍ୟମାନ୍ୟ ଜନ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ପ୍ରତିଦିନ ର ମ୍ୟାଚ ଅପରାହ୍ନ ୨ଟା ୩୦ମି. ରେ ଆରମ୍ଭ ହେବାକୁ ଥିବା ବେଳେ ସେମିଫାଇନାଲ ଓ ଫାଇନାଲ ମ୍ୟାଚ ଅପରାହ୍ନ ୨ଘଣ୍ଟ ରେ ଆରମ୍ଭ କରାଯିବା ପାଇଁ ସ୍ଥିର କରାଯାଇଛି ।
ଏଥିରେ ଉପଦେଷ୍ଟା ମଣ୍ଡଳୀ ର ଦେବବ୍ରତ ସିଂ ଦେଓ, ସୁରେନ୍ଦ୍ର କୁମାର ପାତ୍ର, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ଓ କୋଷାଧ୍ୟକ୍ଷ ରଞ୍ଜିତ କୁମାର ମହାନ୍ତି, କ୍ରୀଡା ସମ୍ପାଦକ ଶିବାନନ୍ଦ ପଟ୍ଟନାୟକ,ଗଙ୍ଗାଧର ପଣ୍ଡା, ପ୍ରଶାନ୍ତ କୁମାର ସାହୁ, କ୍ରୀଡା ଆୟୋଜକ ଉପଦେଷ୍ଟା ମଣ୍ଡଳୀ ର ସମସ୍ତ ସଦସ୍ୟ ଖେଳ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930