Indus Valley Times

ପିଏମଶ୍ରୀ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ

 Breaking News

ପିଏମଶ୍ରୀ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ

ପିଏମଶ୍ରୀ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ
February 08
13:47 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୮/୨ : ପିଏମଶ୍ରୀ ବାବା ବୈଦ୍ୟନାଥ ନୋଡାଲ ଉଚ୍ଚ ବିଦ୍ୟାଳୟ, ସରସରାର ବାର୍ଷିକ କ୍ରୀଡା ଉତ୍ସବ, ବିଦ୍ୟାଳୟର ନିଜସ୍ୱ ଖେଳପଡିଆରେ ଆରମ୍ଭ ହୋଇଛି ।
ଅଦ୍ୟ ୦୭/୦୨/୨୦୨୬ରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୟ କୁମାର ଭୋଇ ଯୋଗ ଦେଇ ପାଠ ସହ ଖେଳକୁଦ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଜିଲ୍ଲା କ୍ରୀଡା ଅଧିକାରୀ ଦାୟିତ୍ୱରେ ଥିବା ଶ୍ରୀଯୁକ୍ତ ସୁଧର୍ମା ମଲ୍ଲିକ ବୌଦ୍ଧ ଜିଲ୍ଲାରେ କ୍ରୀଡା କ୍ଷେତ୍ରରେ ଥିବା ସନ୍ତରଣ ତଥା ଅନ୍ୟ ସୁବିଧା ସୁଯୋଗର ଲାଭ ଉଠାଇବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ ।
ବିଦ୍ୟାଳୟର ପଞ୍ଚସଖା ଶିକ୍ଷା ସେତୁର ସଭାପତି ଶ୍ରୀଯୁକ୍ତ ଜୟାନନ୍ଦ ମିଶ୍ର, ଗାଁ କମିଟି ସମ୍ପାଦକ ଶ୍ରୀଯୁକ୍ତ ପ୍ରଭାସ ମହାପାତ୍ର ସମ୍ମାନିତ ଅତିଥି ରୂପେ ଉପସ୍ଥିତ ରହି ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
ଶିକ୍ଷକ ଲିଲୁପାଣି ମହାକୁଡ଼ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ପଦ୍ମଜା ପତି ସଭାପତିତ୍ବ କରିଥିଲେ । ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ବିନୋଦ ପ୍ରଧାନ, ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ କ୍ରୀଡା ଶିକ୍ଷକ ପ୍ରବୀଣ କୁମାର ବେହେରା ଏହି ଉତ୍ସବକୁ ସଫଳ କରାଇବାପାଇଁ ଚେଷ୍ଟିତ ଅଛନ୍ତି ।
ଏହି କାର୍ଯ୍ୟକ୍ରମରେ ସହାୟକ ରୂପେ ବୁରୋଗୋରା ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ କୃଷ୍ଣଚନ୍ଦ୍ର ସେଠି, ଜେ. ବି. ଉଚ୍ଚ ବିଦ୍ୟାଳୟ, ମାଉଲସିଙ୍ଗା ର କ୍ରୀଡା ଶିକ୍ଷକ ସୁଧୀର ଭୋଇ, ବାଉଁସୁଣୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁଦାମ ସେଠି, ବଡ଼ବନ୍ଧ ବାଳିକା ବିଦ୍ୟାଳୟର କ୍ରୀଡା ଶିକ୍ଷକ ଅଲିଭା ପ୍ରଧାନ ଓ ରାମଗଡ଼ ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷକ ଦଶରଥ ଭୋଇ ଯୋଗ ଦାନ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031