Indus Valley Times

ମହାଶିବରାତ୍ରି ଉପଲକ୍ଷେ ବିଭିନ୍ନ ଶୈବପୀଠରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

 Breaking News

ମହାଶିବରାତ୍ରି ଉପଲକ୍ଷେ ବିଭିନ୍ନ ଶୈବପୀଠରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ମହାଶିବରାତ୍ରି ଉପଲକ୍ଷେ ବିଭିନ୍ନ ଶୈବପୀଠରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼
February 15
19:34 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୫/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ମହା ଶିବରାତ୍ରି ଜାଗର ଯାତ୍ରା ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହେଉଥିବା ବେଳେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି।
ଭୋରୁ ସମୟ ରୁ ହିଁ ଛୋଟ ପିଲାଠାରୁ ବୟସ୍କ ଓ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ବିଭିନ୍ନ ଶିବ ମନ୍ଦିରରେ ଦେଖିବାକୁ ମିଳିଛି। ‘ହର ହର ମହାଦେବ‘ ଏବଂ ଓଁ ନମଃ ଶିବାୟ ଧ୍ୱନିରେ ସାରା ଅଞ୍ଚଳ ପ୍ରକମ୍ପିତ ହେଉଛି। ମନ୍ଦିର ପରିସରରେ ଭଜନ-କୀର୍ତ୍ତନ ଓ ଧୂପ-ଦୀପର ସୁଗନ୍ଧରେ ପରିବେଶ ପବିତ୍ର ହୋଇଉଠିଛି। ଅଞ୍ଚଳର ପ୍ରମୁଖ ଶିବମନ୍ଦିର ଯଥା ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର, ଦଣ୍ଡପଦର ଧବଳେଶ୍ୱର ମନ୍ଦିର ଓ ଜାଲେଶପଟ୍ଟାର ଜଳେଶ୍ୱର ମନ୍ଦିର, ଟିକାବାଲି ର ଡୁଙ୍ଗି ସ୍ଥିତ ଶୈବ ପୀଠ ରେ ସମସ୍ତ ପ୍ରକାର ନୀତିକାନ୍ତି ସହ ଦିନତମାମ ପୂଜାର୍ଚ୍ଚନା ଓ ଅଭିଷେକ କାର‌୍ୟ୍ୟ ହୋଇଥିଲା। ଶ୍ରଦ୍ଧାଳୁମାନେ ମହାଦେବଙ୍କୁ ଜଳାଭିଷେକ କରି ଦର୍ଶନ କରିଥିଲେ।
ଏହି ପବିତ୍ର ଅବସରରେ କନ୍ଧମାଳ ଜିଲ୍ଲାକୁ ଆସିଥିବା କିଛି ବିଦେଶୀ ଭକ୍ତମାନେ ମଧ୍ୟ ଶ୍ରଦ୍ଧାର ସହ ଶିବ ଆରାଧନା କରୁଥିବା ଦେଖାଯାଇଥିଲା। ଆସ୍ଥା ଓ ବିଶ୍ୱାସ ଅନୁସାରେ ମହାଶିବରାତ୍ରୀରେ ଉପବାସ ରଖି ଜାଗର କରି ଦୀପ ପ୍ରଜ୍ଜ୍ୱଳନ କଲେ ମନୋକାମନା ପୂରଣ ହୁଏ ବୋଲି ଭକ୍ତମାନଙ୍କ ବିଶ୍ୱାସ ରହିଛି। ରାତ୍ରିରେ ମହାଦୀପ ପ୍ରଜ୍ଜ୍ୱଳନ ସହ ଜାଗର ଦୀପ ଜାଳିବା ପାଇଁ ପୂଜା କମିଟି ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇ ଥିଲା।
ସନ୍ଧ୍ୟା ସମୟରେ ଭଜନ-କୀର୍ତ୍ତନ ଓ ସାଂସ୍କୃତିକ କାର‌୍ୟ୍ୟକ୍ରମରେ ପରିବେଶ ଭକ୍ତିମୟ ହୋଇଉଠିଥିଲା। ଭକ୍ତମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପରିଚାଳନା କମିଟି ଓ ପୁଲିସ ବିଭାଗ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।
କନ୍ଧମାଳ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦଯାପିତ
ବାଲିଗୁଡ଼ା, ୧୫/୨ : ମିଶନ ଶକ୍ତି ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ର ଦଣ୍ଡପଦର ସ୍ଥିତ ଯାତ୍ରା ପଡିଆ ଠାରେ ୭ ଦିନ ଧରି ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦଯାପିତ ହୋଇଯାଇଛି।
ଏଥିରେ ଓଡ଼ିଶାର ମହିଳା ଉଦ୍ୟୋଗୀ ଓ ସାଂସ୍କୃତିକ ପରମ୍ପରା ସମ୍ପର୍କିତ କନ୍ଧମାଳ ଜିଲ୍ଲା ଓ ରାଜ୍ୟର ଅନେକ ଜିଲ୍ଲାରୁ ସ୍ୱାବଲମ୍ବୀ ମହିଳା ମାନେ ଆସି ନିଜର ଦକ୍ଷତା ପ୍ରତିପାଦନ କରିବା ସହିତ ଅନ୍ୟ ମାନଙ୍କ ନିମନ୍ତେ ଏହି ମେଳାରେ ଉଦାହରଣ ସୃଷ୍ଟି କରିଥିଲେ।
ଏହି ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳାର ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ପ୍ରକଳ୍ପ ପ୍ରଶାସକ ଗଦାଧର ପାତ୍ର , ବାଲିଗୁଡ଼ା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ବାଲିଗୁଡ଼ା ଉପ ଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋସଲେ ପ୍ରମୁଖ ଯୋଗଦାନ କରିଥିଲେ।
ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସ୍ୱାବଲମ୍ବୀ ସୁଭଦ୍ରା ମାଆ ମାନେ ନିଜର ଦକ୍ଷତା ଅନୁଯାୟୀ ୧୧୩ ଟି ଷ୍ଟଲରେ ବିଭିନ୍ନ ପ୍ରକାରର ସାମଗ୍ରୀ ବିକ୍ରୀ କରି ରୋଜଗାର ମଧ୍ୟ କରିଥିଲେ। ରାଜ୍ୟ ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ର ଉଦଘାଟନ ଦିନ ଠାରୁ ଉଦଯାପନୀ ଦିବସ ପର‌୍ୟ୍ୟନ୍ତ ରାଜ୍ୟ ର ବଛା ବଛା କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷ ରାତ୍ରୀରେ ଓଡ଼ିଶା ର ସୁନାମ ଧନ୍ୟ କଳାକାର ରୁକୁ ସୁନା ଓ ସାଥୀ କଳାକାର ଙ୍କ ସଙ୍ଗୀତ ଓ ନୃତ୍ୟ ରେ ଝୁମିଥିଲେ ଦର୍ଶକ।
ଏହି ୭ ଦିନିଆ ମେଳାରେ ଷ୍ଟଲ ଗୁଡିକରେ ଭାଗ ନେଇଥିବା ସ୍ୱୟଂ ସହାୟିକା ଗୋଷ୍ଠି ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା କ୍ଷ
ପୋଲିସ ପାଟ୍ରୋଲିଂ ବେଳେ ସ୍କୁଟି ସହ ଗଞ୍ଜେଇ ଜବତ : ଦୁଇ ଗିରଫ
ବାଲିଗୁଡା, ୧୫/୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ପୋଲିସ କେଳାପଡା ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଏକ ସ୍କୁଟିକୁ ତନଖିବା ସମୟରେ ଡ଼ିକି ରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ କ୍ଷ ସ୍କୁଟି ଓ ଗଞ୍ଜେଇ ସହ ଦୁଇ ବ୍ୟକ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ପୋଲିସ ପକ୍ଷରୁ ଜଣାପଡିଛି।
ସ୍କୁଟି ନଂ. ଓଡି- ୩୪-ସି – ୬୭୯୦ ସହ ଗଞ୍ଜେଇ ଚାଲାଣ କାରୀ ରାକେଶ ନାୟକ ଓ ନିର୍ମଳ କର୍ମୀ ଙ୍କୁ ପୋଲିସ ଗିରଫ କରି କେଶ ନଂ. ୧୭/୨୬ ପ୍ରକାରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଛି ।
ସଂରକ୍ଷିତ ଜଙ୍ଗଲରୁ ମୁଲ୍ୟବାନ ଗଛ କାଟିବା ଅଭିଯୋଗରେ ୩ ଗିରଫ
ବାଲିଗୁଡା, ୧୫/୨ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ତୁମୁଡ଼ିବନ୍ଧ ରେଞ୍ଜ ହରିପୁର ସଂରକ୍ଷିତ ଜଙ୍ଗଲରୁ ମୁଲ୍ୟବାନ ଗଛ କାଟିବା ବେଳେ ବନ ବିଭାଗ ଚଢ଼ାଉ କରି ଘଟଣାରେ ସଂଶ୍ଲିଷ୍ଟ ଥିବା ଅଭିଯୋଗ ରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ ।
ଘଟଣା ସମ୍ପର୍କରେ ସୂଚନା ପାଇ ବନରକ୍ଷୀ ରୂପଶ୍ରୀ ଦିଗାଳ ଘଟଣାସ୍ଥଳରେ ପହଞ୍ଚି କର୍ମଚାରୀଙ୍କ ସହଯୋଗରେ ୩ ଜଣ ଅଭିଯୁକ୍ତ ମାଦାଗୁଡ଼ା ଗ୍ରାମର ସାଜି ମଲ୍ଲିକ, ମିନାକ୍ଷୀ ମଲ୍ଲିକ ଓ ତିମାସ୍ ମଲ୍ଲିକ ହୋଇଥିବା ବେଳେ ଘଟଣାସ୍ଥଳରୁ ୨୯ ଟି ମୁଲ୍ୟବାନ ଗଛର ଗଣ୍ଡିକୁ ମଧ୍ୟ ଜବତ କରିଛି ବନବିଭାଗ । ଗିରଫ ତିନି ଅଭିଯୁକ୍ତ ମାନେ ସଂରକ୍ଷିତ ଜଙ୍ଗଲ କାଟି ସଫା କରି ଜବରଦଖଲ କରିବା ପାଇଁ ଚେଷ୍ଟା କରୁଥିବା ବିଷୟ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ଏନେଇ ବନ୍ୟ ସଂରକ୍ଷଣ ଆଇନ୍ ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ସହ ଘଟଣାର ଅଧିକ ତଦନ୍ତ କରୁଛି ବୋଲି ତୁମୁଡ଼ିବନ୍ଧ ରେଞ୍ଜର ରଜନୀକାନ୍ତ ମେହେର ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930