Indus Valley Times

ଧର୍ମଶାଳା ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ

 Breaking News

ଧର୍ମଶାଳା ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ

ଧର୍ମଶାଳା ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ
March 08
20:51 2026

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୮/୩ : ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜାରକାସ୍ଥିତ ଧର୍ମଶାଳା ମହୋତ୍ସବ ପଡିଆରେ ସ୍ୱେଛସେବୀ ସଙ୍ଗଠନ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମହିଳା ଦିବସ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
ଲୋରିଆ ମହାନ୍ତିଙ୍କ ସଂଚାଳନାରେ ଆୟୋଜିତ ସଭାରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ,କଟକ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କୋରେଇ ବିଧାୟକ ଆକାଶ ଦାସ ନାୟକ,ସମାଜସେବୀ ଋତୁପୁର୍ଣ୍ଣା ମହାନ୍ତି, ପୁର୍ବତନ ସାଂସଦ ରୀତା ତରେଇ, ପୁର୍ବତନ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ, ଯାଜପୁର ଜିଲ୍ଲାପରିଷଦ ସଭାପତି ନଳିନୀପ୍ରଭା ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମହିଳାମାନଙ୍କ ଅଧିକାର ସଶକ୍ତି କରଣ ଓ ସମଜ ଗଡିବାରେ ନାରୀମାନଙ୍କ ଭୁମିକା ଗୁରୁତ୍ୱପୁର୍ଣ୍ଣ । ମହିଳାମାନଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ସମାଜର ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ପଡିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ମିଶନ ଶକ୍ତି , ଅଙ୍ଗନୱାଡୀ, ଆଶା ଦିଦି, ପୁଲିସ ବିଭାଗରେ କାର୍ଯ୍ୟକରୁଥିବା ମହିଳାମାନଙ୍କ ମଧ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ମହିଳାଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରୁ ହଜାର ହଜାର ସଂଖ୍ୟାରେ ମହିଳାମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଯୁବ ସଂଗଠକ ରାଜେଶ ପାଳ,ବିଶ୍ୱଜିତପୃଷ୍ଟି, ତପନ ମାହୁନ୍ତ, ସବ୍ୟସାଚୀ ସୁନ୍ଦରାୟ, ବାରବାଟୀ ମଣ୍ଡଳ ସଭାପତି ତୀର୍ଥରାଜ ପଣ୍ଡା, ଆରୁହା ମଣ୍ଡଳ ସଭାପତି ଜିତେନ୍ଦ୍ର ରାଉତ, ଜେନାପୁର ମଣ୍ଡଳ ସଭାପତି ଶ୍ରୀବତ୍ସ ଧୀର, ଜାରକା ମଣ୍ଡଳ ସଭାପତି ଦେବଦତ ପଣ୍ଡା, କୋତପୁର ମଣ୍ଡଳ ସଭାପତି ପ୍ରଶାନ୍ତ ନାୟକ, ଅଭିଷେକ ରାଉତ, ଆଲୋକ ଲେଙ୍କା, ରବୀନ୍ଦ୍ର ବରାଳ, ସୁଷମା ଜେନା, ସୁଜାତା ମହାନ୍ତି, ବିଶ୍ୱବନ୍ଦନା ଜେନା, ସ୍ମୃତିରେଖା ବେହେରା, କ୍ଷୀରବ୍ଧି ତନ୍ମୟା ମଲ୍ଲିକ, ସବନମ ପରୱିନ, ଚିନ୍ମୟୀ ବେହୁରା, ସୁନିତା ମଲ୍ଲିକ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031