Indus Valley Times

ଜ଼ିଲ୍ଲାସ୍ତରୀୟ ଓଡିଶା ଦିବସ ସମାରୋହ ପ୍ରସ୍ତୁତି କରିବା ପାଇଁ ବୈଠକ ଅନୁଷ୍ଠିତ

 Breaking News

ଜ଼ିଲ୍ଲାସ୍ତରୀୟ ଓଡିଶା ଦିବସ ସମାରୋହ ପ୍ରସ୍ତୁତି କରିବା ପାଇଁ ବୈଠକ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଓଡିଶା ଦିବସ ସମାରୋହ ପ୍ରସ୍ତୁତି କରିବା ପାଇଁ ବୈଠକ ଅନୁଷ୍ଠିତ
March 24
10:41 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୪/୩ : (ସୋମବାର ) ଅପରାହ୍ନ ରେ ଜ଼ିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ ଶୁଣାଣୀ ପରେ ପରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକ ଙ୍କ ଅଧ୍ୟକ୍ଷତା ରେ ଜ଼ିଲ୍ଲାସ୍ତରୀୟ ଓଡିଶା ଦିବସ ଏବଂ ଏପ୍ରିଲ ୧ ତାରିଖ ଠାରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଓଡିଆ ପକ୍ଷ ମହାସମାରୋହ ରେ ଅନୁଷ୍ଠିତ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକ ରେ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ତଥା ଡେପୁଟି କଲେକ୍ଟର ଅଙ୍କିତା ସାହୁ ସମସ୍ତ ଙ୍କୁ ସ୍ୱାଗତ କରିଥିଲେ ।
ଜ଼ିଲ୍ଲା ସ୍ତରୀୟ ଓଡିଶା ଦିବସ ଏବଂ ଓଡିଆ ପକ୍ଷ ର ସମସ୍ତ କାର‌୍ୟ୍ୟକ୍ରମ ବିଷୟରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସବିଶେଷ ଆଲୋଚନା କରି ବୈଠକ କୁ ପରିଚାଳନା କରିଥିଲେ ।
ବୈଠକ ପ୍ରକାରେ ଜ଼ିଲ୍ଲା ସ୍ତରୀୟ ଓଡିଶା ଦିବସ ଟାଉନହଲ ଠାରେ ଏବଂ ଓଡିଆ ପକ୍ଷ ର ବିଭିନ୍ନ କାର୍ଯ୍ୟକ୍ରମ ଜ଼ିଲ୍ଲା ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ ହେବ ।
ଏପ୍ରିଲ ୧ ର ସମସ୍ତ କାର‌୍ୟ୍ୟକ୍ରମ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷ ରୁ ଅନୁଷ୍ଠିତ ହେଵା କୁ ଥିବା ବେଳେ ୨ ଏପ୍ରିଲ ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷ ରୁ ଖଡ଼ିଛୁଆଁ ଦିବସ, ୩ ଏପ୍ରିଲ ରେ ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷ ରୁ ପାରମ୍ପାରିକ ପୋଷାକ ପରିଧାନ ଦିବସ, ୪ ଏପ୍ରିଲ ରେ ଶ୍ରମ ବିଭାଗ ପକ୍ଷ ରୁ ଓଡିଆ ରେ ନାମ ଫଳକ ଅଭିଯାନ, ୫ ଏପ୍ରିଲ ରେ କ୍ରୀଡା ବିଭାଗ ପକ୍ଷରୁ ଐତିହ୍ୟ ଗଣ ଦୌଡ ଦିବସ, ୬ ଏପ୍ରିଲ ରେ ବ୍ଲକ, ପର‌୍ୟ୍ୟଟନ ଏବଂ ସଂସ୍କୃତି ବିଭାଗ ପକ୍ଷ ରୁ ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡିକର ସ୍ୱଛତା ଅଭିଯାନ, ୭ ଏପ୍ରିଲ ରେ ସଂସ୍କୃତି ବିଭାଗ, ଓଡିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ବର୍ଣ୍ଣବୋଧ ଉତ୍ସବ, ୮ ଏପ୍ରିଲ ରେ ରେଡ଼କ୍ରସ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷ ରୁ ରକ୍ତଦାନ ଦିବସ, ୯ ଏପ୍ରିଲ ରେ ସଂସ୍କୃତି ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ପକ୍ଷ ରୁ ଆସ ବହି ଟିଏ କିଣିବା, ୧୦ ଏପ୍ରିଲ ରେ ଲୋକ କଳା ପାଇଁ ଦିନ ଟିଏ, ୧୧ ଏପ୍ରିଲ ରେ ଯୁବ ଲେଖକ ସମ୍ମିଳନୀ, ୧୨ ଏପ୍ରିଲ ରେ ସଂସ୍କୃତି ବିଭାଗ, ଓଡିଶା ସାହିତ୍ୟ ଏକାଡେମୀ ପକ୍ଷ ରୁ ଜ଼ିଲ୍ଲା ସଂଗ୍ରହାଳୟ ଠାରେ ଅନୁଷ୍ଠିତ ହେବ ।
୧୩ ଏପ୍ରିଲ ରେ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷ ରୁ ପାରମ୍ପକ୍ଷରିକ ଖାଦ୍ୟ ଦିବସ, ଆମ ରୁଚି ଆମ ଖାଦ୍ୟ ଦିବସ ଏବଂ ୧୪ ଏପ୍ରିଲ ରେ ଓଡିଆ ନବବର୍ଷ ପାଳନ ପଂଚାୟତିରାଜ, ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଏବଂ ଜ଼ିଲ୍ଲା ସଂସ୍କୃତି ବିଭାଗ ପକ୍ଷ ରୁ ମହାସମାରୋହ ରେ ଜ଼ିଲ୍ଲା ସଂଗ୍ରହାଳୟ ଠାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।
ସମସ୍ତ କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନାୟକ ସମସ୍ତ ଙ୍କ ସହଯୋଗ କାମନା କରି ଅଧିକାରୀ ମାନଙ୍କୁ ଦାୟିତ୍ୱ ଦେଇଥିଲେ । ଏହି ବୈଠକ ରେ ସମସ୍ତ ଜ଼ିଲ୍ଲା ସ୍ତରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ବୌଦ୍ଧ ଜ଼ିଲ୍ଲା ସ୍ତରୀୟ ଭଳି ସମସ୍ତ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ କରିବା ପାଇଁ ଜ଼ିଲ୍ଲାପାଳ ସମସ୍ତ ବି ଡି ଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930