Indus Valley Times

ମଡେଲ ଡିଗ୍ରି କଲେଜରେ ମାନସିକ ସ୍ୱାସ୍ଥ୍ୟ ସଚେତନତା ଶିବିର

 Breaking News

ମଡେଲ ଡିଗ୍ରି କଲେଜରେ ମାନସିକ ସ୍ୱାସ୍ଥ୍ୟ ସଚେତନତା ଶିବିର

March 25
10:58 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୫/୩ : ମଡେଲ ଡିଗ୍ରି କଲେଜ, ବୌଦ୍ଧରେ ଆଜି ଏକ ମାନସିକ ସ୍ୱାସ୍ଥ୍ୟ ସଚେତନତା ଏବଂ ଆତ୍ମହତ୍ୟା ପ୍ରତିରୋଧ ଶିବିର ଅନୁଷ୍ଠିତ ହୋଇଛି।
ଏହି ଶିବିରରେ କଲେଜର ଅଧ୍ୟକ୍ଷ ଶ୍ରୀ ରବୀନ୍ଦ୍ର କୁମାର ସାହୁ ସଭାପତିତ୍ୱ କରିଥିଲେ ଏବଂ ଆତ୍ମହତ୍ୟା ସମସ୍ୟାର ସମାଧାନ ନୁହେଁ ବୋଲି ପରାମର୍ଶ ଦେଇଥିଲେ।
କଲେଜ ପ୍ରଶାସନିକ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ମେହେର ଏହି ଶିବିରକୁ ପରିଚାଳନା କରିଥିଲେ। ବିଷୟ ବିଶେଷଜ୍ଞ ଭାବେ ଡିଏସ୍ଆର୍ସି ଏବଂ ଡିଆଇଏସ୍ ବୌଦ୍ଧର କାଉନସେଲର ଶ୍ରୀ ପ୍ରମୋଦ କୁମାର ମହାରଣା ନିଜର ଅଭିଭାଷଣରେ ସକାରାତ୍ମକ ଦୃଷ୍ଟିଭଙ୍ଗୀ ଏବଂ ଅସଫଳତାରୁ ଶିକ୍ଷା ଗ୍ରହଣ କରିବା ଉପରେ ଗୁରୁତ୍ଵ ଦେବା ସହ ଆତ୍ମହତ୍ୟା ନ କରିବା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ପଞ୍ଚାୟତ କଲେଜର ଡକ୍ଟର ପ୍ରବୀର କୁମାର ଦାସ ମନୋପରାମର୍ଶର ଗୁରୁତ୍ୱ, ସକାରାତ୍ମକ ମନୋଭାବ ଗଢ଼ି ତୋଳିବା, ବିଫଳତାରୁ ଶିଖିବା ଏବଂ କେବେ ହାର ନ ମାନିବା ବିଷୟରେ ଆଲୋଚନା କରିଥିଲେ।
ବୌଦ୍ଧ ମହିଳା କଲେଜର ଅଧ୍ୟକ୍ଷ ଶ୍ରୀ ରବୀନ୍ଦ୍ରନାଥ ଗୁରୁ ମନୋସ୍ୱାସ୍ଥ୍ୟ ସମସ୍ୟାରେ ସହାୟତା ନେବାକୁ ନେଇ ଥିବା କୁସଂସ୍କାରକୁ ଦୂର କରିବାର ଆବଶ୍ୟକତା ଉପରେ ଆଲୋକ ପାତ କରିଥିଲେ।
ସେହିପରି ମହିଳା ମହାବିଦ୍ୟାଳୟର କାଉନ୍ସେଲର ଶ୍ରୀ ଉତ୍ତମ କୁମାର ବେହେରା, ପଞ୍ଚାୟତ କଲେଜର କାଉନସେଲର ଶ୍ରୀ ତ୍ରିନାଥ ରଣା, ଭୈରବୀ ଡିଗ୍ରି କଲେଜର ଜିଲା ନୋଡାଲ ଅଫିସର ଏବଂ କାଉନସେଲର ଶ୍ରୀ ସୁରେଶ୍ୱର ଜୋଶୀ ଏବଂ ମଡେଲ ଡିଗ୍ରି କଲେଜର ଶିକ୍ଷକ ଏବଂ ଶିକ୍ଷ୍ୟାର୍ଥୀ ସମେତ ଅନ୍ୟ କାଉନସେଲର ଡକ୍ଟର ଦେବସ୍ମିତା ନାଏକ ଏବଂ ସୁଶ୍ରୀ ପ୍ରଜ୍ଞା ପାରମିତା ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31