Indus Valley Times

ଏଲପିଜି କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

 Breaking News

ଏଲପିଜି କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ଏଲପିଜି କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି
March 29
19:08 2026

ନୂଆଦିଲ୍ଲୀ, ୨୯/୩ : ପାଖାପାଖି ୬ ହଜାର ପିଏନଜି ଗ୍ୟାସ୍ ଗ୍ରାହକ ସେମାନଙ୍କ ଏଲପିଜି କନେକ୍ସନ ଛାଡି ଦେଇଛନ୍ତି। ଏହି ସୂଚନା ଦେଇଛନ୍ତି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳ ସଚିବ ନିରଜ ମିତ୍ତଲ। ଏହା ଦ୍ୱାରା ଦେଶରେ ଲୋକଙ୍କୁ ଏଲପିଜି ଯୋଗାଇ ଦେବା ଆହୁରି ସହଜ ହୋଇଯାଇଛି।
ଏ ନେଇ ମିତ୍ତଲ ତାଙ୍କ ସୋସିଆଲ ମଡିଆ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ଯେଉଁମାନଙ୍କ ପାଇପଲାଇନ ଗ୍ୟାସ କନେକ୍ସନ ଅଛି ସେମାନଙ୍କୁ ଏଲପିଜି କନେକ୍ସନ ଛାଡିବାକୁ ଆହ୍ୱାନ ଦେଇଛନ୍ତି। ଏହାଦ୍ୱାରା ଯେଉଁମାନଙ୍କ ଘର ଆଖପାଖରେ ପିଏନଜି ସୁବିଧା ନାହିଁ ସେମାନେ ଏହାର ଲାଭ ପାଇପାରିବେ ବୋଲି ମିତ୍ତଲ କହିଛନ୍ତି।
ମନ୍ତ୍ରାଳୟ ଅନୁସାରେ ଶନିବାର ସାରା ଦେଶରେ ୫୪ ଲକ୍ଷରୁ ଅଧିକ ଏଲପିଜି ସିଲିଣ୍ଡର ଡେଲିଭରି ହୋଇଛି। ବୈଶ୍ୱିକ ସ୍ତରରେ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହୋଇଥିବା ସତ୍ତ୍ୱେ ଘରୋଇ ସ୍ତରରେ ଯୋଗାଣ ଏବେବି ସ୍ୱଭାବିକ ଥିବା କୁହାଯାଇଛି। ସରକାର ଏହା ବି ଦାବି କରିଛନ୍ତି ଯେ ଡିଲରଙ୍କ ନିକଟରେ ଏଲପିଜି ଶେଷ ହୋଇଥିବାର ରିପୋର୍ଟ ମଧ୍ୟ ନାହିଁ। ତେବେ ଏହି ସମୟରେ ଦେଶରେ ଅନଲାଇନ ବୁକିଂ ବଢି ୯୧% ହୋଇଯାଇଥିବା କୁହାଯାଇଛି। ସେହିପରି ଦେଶରେ ପେଟ୍ରୋଲ ଓ ଡିଜେଲର ଅଭାବ ନଥିବା ମଧ୍ୟ ମନ୍ତ୍ରାଳୟ କହିଛନ୍ତି । ଦେଶର ରିଫାଇନାରୀ ଏବେବି ପୂର୍ଣ୍ଣ କ୍ଷମତାର ସହିତ କାମ କରୁଥିବା କୁହାଯାଇଛି।
ତେବେ ମନ୍ତ୍ରାଳୟ କହିଛନ୍ତି ଯେ କିଛି ରାଜ୍ୟରେ ଗୁଜବ କାରଣରୁ ଲୋକେ ଅଧିକ କ୍ରୟ କରିପକାଇଛନ୍ତି। ଏଣୁ କିଛି ଫିଲିଂ ଷ୍ଟେସନରେ ଅଚାନକ ଭିଡ ଓ ବିକ୍ରି ଅଧିକ ବଢିଯାଇଥିବା ଦେଖା ଯାଇଛି। ତେବେ ଦେଶରେ ଅଶୋଧିତ ତୈଳ ପର୍ଯ୍ୟାପ୍ତ ମହଜୁଦ ଥିବା ଓ ରିଫାଇନାରୀ ଲଗାତାର କାମ କରୁଥିବା ମନ୍ତ୍ରାଳୟ ପକ୍ଷରୁ ସୂଚିତ କରାଯାଇଛି। ତେବେ ଗ୍ୟାସ୍ କ୍ଷେତ୍ରରେ ଘରୋଇ ଆବଶ୍ୟକତାକୁ ପ୍ରାଥମିକତା ଦିଆଯାଉଛି। ପାଇପରେ ମିଳୁଥିବା ଗ୍ୟାସ୍ (ପିଏନଜି) ଓ ସିଏନଜିର ୧୦୦% ଯୋଗାଣ ସୁନିଶ୍ଚିତ କରାଯାଇଛି। ଏହା ଛଡା ଉଦ୍ୟୋଗଙ୍କୁ ସେମାନଙ୍କ ଆବଶ୍ୟକତାର ୮୦% ଗ୍ୟାସ୍ ଯୋଗାଇ ଦିଆଯାଇଥିବା କୁହାଯାଇଛି।
ଦେଶରେ ଏଲପିଜି ଚୋରି ରୋକିବା ପାଇଁ ସାରା ଦେଶରେ ଚଢଉ ଜାରି ରହିଛି। ଏଥି ପାଇଁ ଏପର‌୍ୟ୍ୟନ୍ତ ହୋଇଥିବା ୨,୯୦୦ ଟି ଚଢଉରେ ୧୦୦୦ ଚୋରା ସିଲିଣ୍ଡର ଜବତ ହୋଇଛି। ବୟାନରେ କୁହାଯାଇଛି ଯେ ରାଜ୍ୟମାନଙ୍କରେ ତଦାରଖ ବଢାଇବା, ଦୈନିକ ସୂଚନା ଦେବା, ଗୁଜବ ଉପରେ ରୋକ ଲଗାଇବା ଓ ଗ୍ୟାସ୍ ସମ୍ପର୍କିତ ନିର୍ମାଣ କାମକୁ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଣୁ ଲୋକେ ଗୁଜବ ଉପରେ ବିଶ୍ୱାସ ନ କରିବାକୁ ଓ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ ଅନାବଶ୍ୟକ ଅଧିକ କିଣାକିଣି ନ କରିବାକୁ ସରକାର ନିବେଦନ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31