Indus Valley Times

ଗୋପବନ୍ଧୁଙ୍କ ଜନ୍ମସ୍ଥାନରେ ରାଜ୍ୟ ସ୍ତରୀୟ ଉତ୍କଳ ଦିବସ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

 Breaking News

ଗୋପବନ୍ଧୁଙ୍କ ଜନ୍ମସ୍ଥାନରେ ରାଜ୍ୟ ସ୍ତରୀୟ ଉତ୍କଳ ଦିବସ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଗୋପବନ୍ଧୁଙ୍କ ଜନ୍ମସ୍ଥାନରେ ରାଜ୍ୟ ସ୍ତରୀୟ ଉତ୍କଳ ଦିବସ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
April 01
17:19 2026

ସାକ୍ଷୀଗୋପାଳ,୧/୪ : ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସୁଆଣ୍ଡୋ ଗ୍ରାମରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗୋପବନ୍ଧୁଙ୍କ ଷଠୀଘର ଓ ସଂଗ୍ରହାଳୟ ପରିଦର୍ଶନ ସହିତ ମୁଖ୍ୟମନ୍ତ୍ରୀ ଗୋପବନ୍ଧୁଙ୍କ କୁଳ ଦେବତା ରାଧା ବିନୋଦ ବିହାରୀଙ୍କ ଦର୍ଶନ କରିଥିଲେ।
ଏହି ଉପଲକ୍ଷେ ସାକ୍ଷୀଗୋପାଳ କଲେଜ ପଡ଼ିଆରେ ଆୟୋଜିତ ଓଡ଼ିଆପକ୍ଷ ପାଳନ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ ସମୃଦ୍ଧ, ସଶକ୍ତ ଓ ଆତ୍ମନିର୍ଭର ଓଡ଼ିଶା ପ୍ରଦେଶ ଗଠନ ପାଇଁ ରାଜ୍ୟ ସରକାର ସଙ୍କଳବଦ୍ଧ ବୋଲି କହିବା ସଙ୍ଗେ ସଙ୍ଗେ ଏଦିଗରେ କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନକୁ ଉଚ୍ଚ ପ୍ରଶଂସା କରିଥିଲେ।
ଗଞ୍ଜାମଠାରୁ ପାରାଦୀପ ଏବଂ ଓଡିଶାର ବିଭିନ୍ନ ଆଧ୍ୟାତ୍ମିକ, ଐତିହ୍ୟପୀଠ ଏବଂ ବ୍ୟବସାୟିକ ସ୍ଥାନଗୁଡ଼ିକର ବିକାଶ ଜରିଆରେ ଆକର୍ଷଣୀୟ ପର୍ଯ୍ୟଟନ ଅଭିବୃଦ୍ଧି କରାଯିବା, କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସୁବିଧା ଯୋଗାଇ ଦେବାକୁ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ ସୂଚନା ଦେଇଥିଲେ।
ସେହିପରି ସାକ୍ଷୀଗୋପାଳ ମନ୍ଦିର ବକୁଳ ବନ ଐତିହ୍ୟ କରିଡର ପ୍ରକଳ୍ପ ନିମନ୍ତେ ରାଜ୍ୟ ସରକାର ୫୮୫ କୋଟି ଟଙ୍କା ବ୍ୟୟ କରାଯିବ। ଏଥିନିମନ୍ତେ ଡିପିଆର ପ୍ରସ୍ତୁତ କରାଯାଇଛି।
ପୁରୁଣା ପୁଷ୍କରିଣୀ ସହିତ ରତ୍ନଚିରା ନଦୀ ଶଯ୍ୟା ଉନ୍ନତିକରଣ ଏହି ପ୍ରକଳ୍ପରେ ସାମିଲ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସହିତ ପୁରୀ ଏମ୍‌ପି ଡା. ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ଗୋପବନ୍ଧୁ ସ୍ମୃତି କମିଟିର ସଭାପତି ଧୀରେନ୍ଦ୍ର ନାଥ ଦାଶ ଯୋଗ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930