Indus Valley Times

ବୌଦ୍ଧ : ସିଏମ ଟ୍ରଫି ଉଦଘାଟିତ

 Breaking News

ବୌଦ୍ଧ : ସିଏମ ଟ୍ରଫି ଉଦଘାଟିତ

ବୌଦ୍ଧ : ସିଏମ ଟ୍ରଫି ଉଦଘାଟିତ
April 10
23:01 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୦/୪ : ବୌଦ୍ଧରେ ସିଏମ ଟ୍ରଫି ଆଜି ଉଦଘାଟିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ଷ୍ଟାଡିୟମରେ ଆୟୋଜିତ ହେଉଥିବା ଏହି କ୍ରୀଡା ଉତ୍ସବକୁ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି।
ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ସୂର‌୍ୟ୍ୟନାରାୟଣ ବେହେରା , ଜିଲ୍ଲା କ୍ରୀଡା ଅଧିକାରୀ ଜ୍ୟୋତିରଞ୍ଜନ ଭୁଏ, ବୌଦ୍ଧ ଜିଲ୍ଲା କ୍ରୀଡା ସଙ୍ଘ ସାଧାରଣ ସମ୍ପାଦକ ଯୁଗଳ କିଶୋର ସାମଲ ପ୍ରମୁଖ ଯୋଗଦେଇ କ୍ରୀଡା ସଙ୍ଘର ପତାକା ଉତ୍ତୋଳନ ପୂର୍ବକ ଆନୁଷ୍ଠାନିକ ଭାବେ ଏହି କ୍ରୀଡା ଉତ୍ସବକୁ ଉଦଘାଟନ କରିଥିଲେ।
ଆଜି ପୂର୍ବାହ୍ନରେ ଉଦଘାଟନୀ ଫୁଟବଲ ମ୍ୟାଚ ବାଳକ ବିଭାଗରେ ଭି ଏସ ଏସ ମନୁପାଲି ଏବଂ ବୌଦ୍ଧ ମୁନସିପାଲିଟି ଏ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଭି ଏସ ଏସ ମନୁପାଲି ୫-୦ ଗୋଲରେ ବିଜୟୀ ହୋଇଛି।
ଅପରାହ୍ନରେ ବୌଦ୍ଧ ମୁନସିପାଲିଟି ସି ଏବଂ ବୌଦ୍ଧ ବ୍ଲକ ଏ ମଧ୍ୟରେ ଅନୁଷ୍ଠିତ ବାଳକ ବିଭାଗ ଦ୍ଵିତୀୟ ଫୁଟବଲ ମ୍ୟାଚରେ ବୌଦ୍ଧ ବ୍ଲକ ଏ ୮-୦ ଗୋଲରେ ବିଜୟୀ ହୋଇଛି।
ସେହିପରି ପୂର୍ବାହ୍ନରେ ଅନୁଷ୍ଠିତ ବାଳକ ବିଭାଗ କବାଡି ମ୍ୟାଚ ଗଭମେଣ୍ଟ ଏଚ ଏସ ପୁରୁଣାକଟକ ଏବଂ ପି ସି ଏଚ ଏସ ବୁଢୀପଦର ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଗଭମେଣ୍ଟ ଏଚ ଏସ ପୁରୁଣାକଟକ ବିଜୟୀ ହୋଇଛି।
ଅପରାହ୍ନରେ ଅନୁଷ୍ଠିତ ବାଳକ ବିଭାଗ ଦ୍ଵିତୀୟ କବାଡି ମ୍ୟାଚ ହରଭଙ୍ଗା ବ୍ଲକ ସରସରା ଏବଂ ଜି ଏନ ଏଚ ଏସ ଜହ୍ନାପଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ହରଭଙ୍ଗା ବ୍ଲକ ସରସରା ବିଜୟୀ ହୋଇଛି।
ଏହି ସମ୍ମାନଜନକ କ୍ରୀଡା ପ୍ରତିଯୋଗିତା ଚଳିତ ମାସ ୧୦ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ, ଫୁଟବଲ, ଭଲିବଲ, କବାଡି, ଖୋଖୋ ରେ ଉଚ୍ଚ ବିଦ୍ୟାଳୟ ସ୍ତରରୁ ଉଭୟ ବାଳକ ଏବଂ ବାଳିକା ବିଭାଗରେ ପ୍ରତିଭା ଚୟନ କରାଯାଇ ଜିଲ୍ଲାସ୍ତରୀୟ ଟିମ ଗଠନ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ଜୋନ ସ୍ତରୀୟ ଏବଂ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031