Indus Valley Times

ବୌଦ୍ଧ: ପ୍ରଥମ ଦିଶା ବୈଠକ, ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା

 Breaking News

ବୌଦ୍ଧ: ପ୍ରଥମ ଦିଶା ବୈଠକ, ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା

ବୌଦ୍ଧ: ପ୍ରଥମ ଦିଶା ବୈଠକ, ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା
April 15
12:11 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୪/୪ : ଜିଲ୍ଲା ପରିଷଦ କାର୍ଯ୍ୟାଳୟର ପଞ୍ଚାୟତ ଭବନରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି ।
କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ମାନୀତ ଅତିଥି ଭାବେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ବୌଦ୍ଧ ବିଧାୟକଙ୍କ ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ, କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଯୁଗଳ କିଶୋର ସାମଲ, ବୌଦ୍ଧବ୍ଲକ ଚେୟାରମ୍ୟାନ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଦଣ୍ଡସନା, ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
ବୈଠକରେ ପ୍ରତ୍ୟେକ ବିଭାଗର କେନ୍ଦ୍ରସରକାରଙ୍କ ଯୋଜନା ଗୁଡିକର ପ୍ରଗତି, ଆଗାମୀ ଦିନରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା । ମାନ୍ୟବର ସାଂସଦ ଶ୍ରୀ ପାଣିଗ୍ରାହୀ ଆଗାମୀ ଦିନରେ ଜିଲ୍ଲାକୁ ରାଜ୍ୟରେ ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା କରି ଗଢିତୋଳିବା ପାଇଁ ବିଭାଗ ଗୁଡିକର ସହଯୋଗ ଓ ଉଚିତ ପଦକ୍ଷେପ ନେବାକୁ ଜୋର୍ ଦେଇଥିଲେ ।
କେନ୍ଦ୍ରୀୟ ଯୋଜନା ଗୁଡିକର ସୁଫଳକୁ ଜନସାଧାରଣଙ୍କ ପାଖରେ ଠିକ୍ ସମୟରେ ପହଞ୍ଚାଇ ତୃଣମୂଳ ସ୍ତରରେ ଜନସାଧାରଣଙ୍କର ଜୀବନ ଧାରଣ ମାନରେ ଉନ୍ନତି ପାଇଁ ଏକ ଯୋଜନାବଦ୍ଧ ରୋଡମ୍ୟାପ ପ୍ରସ୍ତୁତ କରି ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ ।
ୱାର୍ଡ ନଂ ୯ ଆରଏସଏସ କାର୍ଯ୍ୟାଳୟଠାରୁ ଜିଲ୍ଲା ସାମ୍ବାଦିକ ଫୋରମ୍ ସହ ସଂଯୋଜିତ ୧୧ କେଭି ତାରକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।
ଏଥିନିମନ୍ତେ ଟିପିଏସଓଡିଏଲର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସ୍ତ୍ରୀରୋଗ ଓ ପ୍ରସୂତି ବିଭାଗରେ ସ୍ପେଶାଲିଷ୍ଟ ଡାକ୍ତର ନିଯୁକ୍ତି, ପୁରୁଣାକଟକ ଚିକିତ୍ସାଳୟରେ ଚିକିତ୍ସକଙ୍କ ପଦବୀ ପୂରଣ, ଜିଲ୍ଲାରେ ଆମ୍ବୁଲାନ୍ସ ଓ ମହାପ୍ରୟାଣ ଗାଡିର ସଂଖ୍ୟା ବଢାଇ ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଗ୍ରାମାଞ୍ଚଳରେ ପାନୀୟଜଳର ସୁବିଧା ନିମିତ୍ତ ନଳକୂପ ଖନନ, ପାଇପ୍ ପାଣିର ସୁବିଧା, ଖରାଦିନେ ପାନୀୟ ଜଳର ସଙ୍କଟ ଦୂରୀକରଣ ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ପିଏମ କିଷାନ, ସିଏମ୍ କିଷାନ, ଡିଜିଟାଲ କ୍ରପ ସର୍ଭେ, ଜାତୀୟ ଉଦ୍ୟାନ କୃଷି ମିଶନରେ ଚାଷୀର ଆର୍ଥିକ ଉନ୍ନତି ଓ ଉତ୍ପାଦନ ବୃଦ୍ଧି ପାଇଁ ବୈଠକରେ ଆଲୋଚନା ହୋଇଥିଲା ।
ବୁଣାକାର ମାନଙ୍କୁ ରୋଜଗାର ବୃଦ୍ଧି ପାଇଁ ହସ୍ତତନ୍ତ ଯୋଗାଇଦେବା, ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ, ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ନିମିତ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930