Indus Valley Times

ବାଲେଶ୍ୱର : ଓଡ଼ିଆ ନବବର୍ଷରେ ଜୟଦେବ କସବା ଫାଣ୍ଡି ପୋଲିସ ତରୁଫରୁ ଜଳଛତ୍ର କେନ୍ଦ୍ର ଉଦଘାଟିତ

 Breaking News

ବାଲେଶ୍ୱର : ଓଡ଼ିଆ ନବବର୍ଷରେ ଜୟଦେବ କସବା ଫାଣ୍ଡି ପୋଲିସ ତରୁଫରୁ ଜଳଛତ୍ର କେନ୍ଦ୍ର ଉଦଘାଟିତ

ବାଲେଶ୍ୱର : ଓଡ଼ିଆ ନବବର୍ଷରେ ଜୟଦେବ କସବା ଫାଣ୍ଡି ପୋଲିସ ତରୁଫରୁ ଜଳଛତ୍ର କେନ୍ଦ୍ର ଉଦଘାଟିତ
April 15
19:35 2026

ସୁୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର, ୧୫/୪ : ପବିତ୍ର ଓଡ଼ିଆ ନବ ବର୍ଷ ଦିନ ବାଲେଶ୍ୱର ଜ଼ିଲ୍ଲା ସଦର ଥାନା ଅଧୀନସ୍ଥ ଜୟଦେବ କସବା ଫାଣ୍ଡି ପୋଲିସ ତରଫରୁ ପ୍ରଚଣ୍ଡ ରୌଦ୍ର ତାପ ପରିପ୍ରେକ୍ଷୀରେ ଏକ ଜଳଛତ୍ର କେନ୍ଦ୍ର ସଦର ଉପଖଣ୍ଡ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି ।
ଫାଣ୍ଡି ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଉକ୍ତ କାର୍ଯ୍ୟକ୍ରମ ରେ ଫାଣ୍ଡି ପରିସର ଭୁକ୍ତ ତିନି ଗୋଟି ପଂଚାୟତ ର ସରପଞ୍ଚ ଏବଂ ସମିତି ସଭ୍ୟ ଉପସ୍ଥିତ ଥିଲେ । ଏତଦ ଭିନ୍ନ ଫାଣ୍ଡି ଷ୍ଟାଫ ଏବଂ ଆଖପାଖ ଅଂଚଳର ଅନେକ ଲୋକ ଉପସ୍ଥିତ ଥିଲେ । ଓଡ଼ିଆ ନୂଆ ବର୍ଷ ପରିପ୍ରେକ୍ଷୀରେ ପଣା ର ମଧ୍ୟ ବ୍ୟବସ୍ଥା ହୋଇଥିଲା ।
ଏଠାରେ ସୂଚନା ଯୋଗ୍ୟ ଫାଣ୍ଡି ଅଧିକାରୀ ଜିତେନ୍ଦ୍ର ମଲ୍ଲିକ ନୂଆକରି ଏହି ଫାଣ୍ଡି ରେ ଯୋଗ ଦେଇଛନ୍ତି । ଏହି ଅଳ୍ପ ଦିନ ମଧ୍ୟ ରେ ସେ ଅପରାଧ ନିଅନ୍ତ୍ରଣ କରିବାରେ ସଫଳତା ଅର୍ଜନ କରିଲେଣି ବୋଲି ଉପସ୍ଥିତ ବ୍ୟକ୍ତି ମାନେ ଆଲୋଚନା କରୁଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31