Indus Valley Times

ଧର୍ମଶାଳା ବିଧାୟକଙ୍କୁ ଜନ୍ମଦିନର ଶୁଭେଛା ଜଣାଇବା ଲାଗି କର୍ମୀମାନଙ୍କ ଅହେତୁକ ଭିଡ

 Breaking News

ଧର୍ମଶାଳା ବିଧାୟକଙ୍କୁ ଜନ୍ମଦିନର ଶୁଭେଛା ଜଣାଇବା ଲାଗି କର୍ମୀମାନଙ୍କ ଅହେତୁକ ଭିଡ

ଧର୍ମଶାଳା ବିଧାୟକଙ୍କୁ ଜନ୍ମଦିନର ଶୁଭେଛା ଜଣାଇବା ଲାଗି କର୍ମୀମାନଙ୍କ ଅହେତୁକ ଭିଡ
April 18
08:55 2026

ଅକ୍ଷୟ କୁମାର ରାଉତଙ୍କ ରିପୋର୍ଟ
ଯାଜପୁର , ୧୮/ ୪ : ଧର୍ମଶାଳାର ବିଧାୟକ ତଥା ଓଡିଶା ଓ ଜିଲ୍ଲାର ହେବିୱେଟ ନେତା ହିମାଂଶୁ ଶେଖର ସାହୁଙ୍କ ଶୁକ୍ରବାର ଜନ୍ମଦିନକୁ ନିଜ ନିର୍ବାଚନ ମଣ୍ଡଳୀରେ ଖୁବ ଆଡମ୍ବର ସହକାରେ ପାଳନ କରାଯାଇଛି । ପଶ୍ଚିମବଙ୍ଗ ନିର୍ବାଚରେ ଥାଇ ମଧ୍ୟ ତାଙ୍କ ସମର୍ଥକମାନଙ୍କୁ ଜନ୍ମ ଦିନରେ ଭେଟିବାକୁ ସେ ଆଜି ଭୁବନେଶ୍ୱରସ୍ଥିତ ନିଜ ବାସଭବନରେ ପହଁଚି ସକାଳୁ ସେ ସର୍ବପ୍ରଥମେ ନିଜ ମାଙ୍କ ଠାରୁ ଆଶିର୍ବାଦ ନେଇ ପୁରୀ ଯାଇ ଜଗନ୍ନାଥ ଦର୍ଶନ କରି ଫେରିବା ପରେ ଭୁବନେଶ୍ୱରସ୍ଥିତ ତାଙ୍କ କାର୍ଯ୍ୟାଳୟରେ ସାଧାରଣ ଲୋକମାନଙ୍କ ଠାରୁ ଆରମ୍ଭ କରି ନେତା ବିଧାୟକମାନେ ପହଁଚି ତାଙ୍କୁ ଜନ୍ମ ଦିନର ଶୁଭେଛା ଜଣାଇଥିଲେ ।
ପରେ ଅପରାହ୍ନରେ ସେ ନିଜ ନିର୍ବାଚନ ମଣ୍ଡଳୀକୁ ଆସିବା ବେଳେ ତାଙ୍କର ହଜାର ହଜାର ଶୁଭେଛୁ ଓ କର୍ମୀମାନେ ଚଣ୍ଡିଖୋଲ ଠାରୁ ତାଙ୍କୁ ଏକ ପଟୁଆରରେ ବାଜା ବାଣ ଫୁଟାଇ ଜାରକା କୁମାରୀସ୍ଥିତ ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ ।
ଏହି ସମୟରେ ନିଜ ପସନ୍ଦର ବିଧାୟକଙ୍କୁ ଦର୍ଶନ କରିବା ସହ ତାଙ୍କୁ ଜନ୍ମଦିନର ଶୁଭେଛା ଜଣାଇବା ଲାଗି ସାରା ନିର୍ବାଚନ ମଣ୍ଡଳୀରୁ ହଜାର ହଜାର ସଂଖ୍ୟାରେ କର୍ମୀମାନଙ୍କ ବିଜେପି କାଯ୍ୟାଳୟରେ ଭିଡ ଜମାଇଥିଲେ ।
କର୍ମୀମାନେ ଫୁଲତୋଡା ଦେଇ ବିଧାୟକଙ୍କୁ ଜନ୍ମ ଦିନର ଶୁଭେଛା ଜଣାଇଥିଲେ । ତେବେ ବିଧାୟକ ଶ୍ରୀ ସାହୁଙ୍କୁ ତାଙ୍କ ଜନ୍ମ ଦିନରେ ଶୁଭେଛା ଜଣାଇବା ଲାଗି ଏତେ ପରିମାଣରେ ଭିଡ ଲାଗିଥିଲା ଯେ ବିଧାୟକଙ୍କୁ ଫୁଲତୋଡା ଦେଇ ଜନ୍ମଦିନର ଶୁଭେଛା ଜଣାଇବା ଲାଗି ଲୋକମାନଙ୍କୁ ନାକେଦମ ହେବାକୁ ପଡିଥିବା ଦେଖିବାକୁ ମିଳିଥିଲା ।
ଏହି ଅବସରରେ ବିଧାୟକ ଶ୍ରୀ ସାହୁ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତର ୩୫ ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ ବଂଟନ କରି ଜନ୍ମଦିନ ପାଳନ କରିଥିଲେ । ଶୁକ୍ରବାର ଏହି କାର୍ଯ୍ୟକ୍ରମକୁ ଯୁବ ସଙ୍ଗଠକ ରାଜେଶ କୁମାର ପାଳ, ଜିତେନ୍ଦ୍ର ରାଉତ, ଶ୍ରୀବତ୍ସ ଧିର, ଦେବଦତ ପଣ୍ଡା, ଆଲୋକ ଲେଙ୍କା, ତପନ ମାହୁନ୍ତ, ଚନ୍ଦ୍ରମଣି ପଣ୍ଡିତ, ଉପେନ୍ଦ୍ର କର, ପ୍ରଦୀପ ପରିଡା, ସୁଦାମ ବେହେରା, ସବ୍ୟସାଚୀ ସୁନ୍ଦରରାୟ, ତୁସାର ରାୟ,ନିର୍ମଳ ପ୍ରଧାନ, ବିଚିତ୍ର କୁମାର ସ୍ୱାଇଁ, ଚିତରଞ୍ଜନ ଦାସ, କଳ୍ପତରୁ ସାହୁ,ଦେବୀ ପ୍ରସନ୍ନ ଦାଶ, ଗୌତମ ସାହୁ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031