Indus Valley Times

ବି.ଜେ. ବି ଉଚ୍ଚ ବିଦ୍ୟାଳୟରେ ଅଗ୍ନିଶମ ସପ୍ତାହ ପାଳିତ

 Breaking News

ବି.ଜେ. ବି ଉଚ୍ଚ ବିଦ୍ୟାଳୟରେ ଅଗ୍ନିଶମ ସପ୍ତାହ ପାଳିତ

ବି.ଜେ. ବି ଉଚ୍ଚ ବିଦ୍ୟାଳୟରେ ଅଗ୍ନିଶମ ସପ୍ତାହ ପାଳିତ
April 18
09:23 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୮/୪ : ବି.ଜେ.ବି. ଉଚ୍ଚ ବିଦ୍ୟାଳୟ ଠାରେ ଜାତୀୟ ଅଗ୍ନିଶମ ସପ୍ତାହ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୁ ପ୍ରସାଦ ସେନାପତି ଅଗ୍ନିସେବା ସପ୍ତାହ ପାଳନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।
ଅଗ୍ନିଶମ ବାହିନୀର ଅଧିକାରୀ ଗୌତମ ସାମନ୍ତରାୟ, ହାବିଲଦାର ସୁଶାନ୍ତ କୁମାର ସାହୁ, ଅଗ୍ନିଯୋଦ୍ଧା ପରେଶ କୁମାର ପ୍ରଧାନ , ଜିତେନ୍ଦ୍ର ରଣା ଛାତ୍ରଛାତ୍ରୀ ମାନଙ୍କୁ ନିଆଁ ଲାଗିବାର କାରଣ ଓ ନିରାକରଣର ଉପାୟ ଗୁଡିକ ଉପରେ ଆଲୋଚନା କରିଥିଲେ ।
ଗ୍ୟାସ ସିଲିଣ୍ଡର ତଥା ଅନ୍ୟ କୌଣସି ସ୍ଥାନରେ ନିଆଁ ଲାଗିଲେ ତାହାକୁ କିପରି ସହଜରେ ଆୟତ କରିହେବ ସେ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କ ସମ୍ମୁଖରେ ଗ୍ୟାସ ସିଲିଣ୍ଡରରେ ଅଗ୍ନି ସଂଯୋଗ କରି ତଥା ଜଳୁଥିବା ନିଆଁକୁ ଆୟତ୍ତ କରିବାର କୌଶଳ ଦେଖାଇଥିଲେ।
ପିଲାମାନେ ଏହି କୌଶଳ ଅଧିକାରୀ ମାନଙ୍କ ଠାରୁ ଶିଖି ନିଜେ ଜଳୁଥିବା ଗ୍ୟାସ ସିଲିଣ୍ଡରରେ ନିଆଁ ଲିଭାଇବାରେ ସକ୍ଷମ ହୋଇଥିଲେ । ଏହି କାର୍ଯ୍ୟାକ୍ରମରେ ବିଦ୍ୟାଳୟର ଏନ.ସି.ସି ଛାତ୍ରଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ବିଭୁପ୍ରସାଦ ପଣ୍ଡା , ଚନ୍ଦ୍ରକାନ୍ତ ଦାସ, ଜଗନ୍ନାଥ ରାଉତ, ଚିନ୍ମୟ ମାର୍ଥା, ଏମ. ଡି. ଖତିବୁଦ୍ଦିନ, ଶିକ୍ଷୟତ୍ରୀ ଚନ୍ଦ୍ରଲେଖା ମିଶ୍ର , ଅନୁପମା ସାହୁ , ପ୍ରିୟଦର୍ଶିନୀ ସାହୁ, ସୌଦାମିନୀ ବାରିକ ତଥା ଶିକ୍ଷା କର୍ମଚାରୀ ସୁଶିଲ କୁମାର ରାଉତ, ନୀଳାମ୍ବର ନାୟକ ଓ ଆଲୋକ ରଣସିଂହ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031