Indus Valley Times

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ସମ୍ପର୍କିତ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର

 Breaking News

ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ସମ୍ପର୍କିତ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର

April 28
23:02 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୮/୪ : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଏବଂ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା ପ୍ରତିଷ୍ଠାନ, ଓଡ଼ିଆ ଭାଷା, ସାହିତ୍ୟ ଓ ସସ୍କୃତି ବିଭାଗ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଶ୍ରୀ ଜ୍ୟୋତି ଶଙ୍କର ସାହୁ ଓ ସଭାପତି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ ଉଭୟ ପ୍ରଶିକ୍ଷଣ ଶିବିର କୁ ଉଦଘାଟନ କରି ନିଜ ଉଦବୋଧନରେ କହିଲେ ଯେ ପ୍ରଶାସନରେ ଓଡ଼ିଆ ଭାଷା ପ୍ରୟୋଗ ଦ୍ଵାରା ସମସ୍ତଙ୍କୁ ସେବା ଦେଇହେବ ।
ସେହିପରି ମୁଖ୍ୟ ଅତିଥି ଓଡ଼ିଆ ଭାଷା ବ୍ୟବହାର ଦ୍ଵାରା ଆମେ ତୃଣମୂଳ ସ୍ତରରେ ସେବାଦେଇ ବିକଶିତ ଗ୍ରାମ, ବିକଶିତ ଗ୍ରାମ ପଞ୍ଚାୟତ, ବିକଶିତ ସମାଜ, ବିକଶିତ ଓଡ଼ିଶା ଓ ବିକଶିତ ରାଷ୍ଟ୍ର ନିର୍ମାଣ ନିମନ୍ତେ ଓଡିଆ ଭାଷାରେ ସମସ୍ତେ କାର୍ଯ୍ୟାଳୟର ନଥିପତ୍ର କାର୍ଯ୍ୟ ଶତପ୍ରତିଶତ ନିର୍ବାହ ପାଇଁ ଆହ୍ଵାନ ଦେଇଥିଲେ ।
ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ପ୍ରଶିକ୍ଷକ ଭାବେ ଡ଼ଃ ସନ୍ତୋଷ କୁମାର ରଥ, ଶ୍ରୀ ସୁରେନ୍ଦ୍ର ମୋହନ ଦାସ,ଶ୍ରୀ ବୈଷ୍ଣବ ଚରଣ ମହାନ୍ତି, ପ୍ରଫେସର ରମେଶ ଚନ୍ଦ୍ର ମଲ୍ଲିକ, ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ଏବଂ ସ୍ଵତନ୍ତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଓଡ଼ିଆ ଭାଷା ପ୍ରତିଷ୍ଠାନ ଡ଼ଃ ସିଦ୍ଧାର୍ଥ ଶଙ୍କର ପାଢ଼ୀ ସରକାରୀ ନଥିପତ୍ର,ଚିଠି ଆଦି କାର‌୍ୟ୍ୟ ସମ୍ପାଦନରେ ଓଡ଼ିଆ ଭାଷାର ପ୍ରୟୋଗ ସମ୍ବନ୍ଧରେ ବିସ୍ତ୍ରୁତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଉକ୍ତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆସନ୍ତା କାଲି ଶେଷହେବ । ପ୍ରଶିକ୍ଷଣ ଶିବିରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମସ୍ତ ଅଧିକାରୀ ଏବଂ କର୍ମଚାରୀ, ଜିଲ୍ଲା ପରିଷଦ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଏବଂ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟର ଅଧିକାରୀ ଏବଂ କର୍ମଚାରୀ ମାନେ ପ୍ରଶିକ୍ଷଣ ଆଜି ନେଇଥିବା ବେଳେ ଆସନ୍ତା କାଲି ମଧ୍ୟ ପ୍ରଶିକ୍ଷଣ ନେବେ ।
ଏହି ପ୍ରଶିକ୍ଷଣ ଶିବିର ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଓ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କର୍ମଚାରୀ ମାନେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930