Indus Valley Times

ଆଜି ପ୍ରକାଶ ପାଇବ ୧୦ମ ଶ୍ରେଣୀ ପରୀକ୍ଷା ଫଳ

 Breaking News

ଆଜି ପ୍ରକାଶ ପାଇବ ୧୦ମ ଶ୍ରେଣୀ ପରୀକ୍ଷା ଫଳ

ଆଜି ପ୍ରକାଶ ପାଇବ ୧୦ମ ଶ୍ରେଣୀ ପରୀକ୍ଷା ଫଳ
May 02
10:20 2026

ଭୁବନେଶ୍ୱର ,୨।୫ : ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଶନିବାର ଅପରାହ୍ନରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ । ଏଥର ମୋଟ ୫ ଲକ୍ଷ ୪୬ ହଜାର ୫୮୨ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି । ଅପରାହ୍ନ ୪ ଟାରେ ରେଜଲ୍ଟ ପୁସ୍ତିକା ଉନ୍ମୋଚିତ ହେବ। ସଂଧ୍ୟା ୫ ଟାରୁ ୬ ଟା ଭିତରେ ବୋର୍ଡ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ ଜ୍ଝ ପରୀକ୍ଷାର୍ଥୀ ମାନେ www.bseodisha.ac.in ଏବଂ www.bseodisha.nic.inରେ ଲଗଇନ୍ କରି ଜାଣିପାରିବେ। ଏଥର ପ୍ରଥମ ଥର ଓଡ଼ିଆରେ ଲିଖିତ ମାଟ୍ରିକ୍ ସାର୍ଟିଫିକେଟ୍ ଓ ମାର୍କ ସିଟ୍ ପାଇବେ ଛାତ୍ରଛାତ୍ରୀ।
ତେବେ ଗତ ବର୍ଷ ମେ ମାସ ୨ ତାରିଖରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିଲା ଏବଂ ପାସ ହାର ଥିଲା ୯୬. ୦୭ ପ୍ରତିଶତ। ଗତଥର ୨, ୬୪୪ଟି ସ୍କୁଲ ଶତ ପ୍ରତିଶତ ରେଜଲ୍ଟ କରିଥିଲେ ଏବଂ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କର ପାସ ହାର ଥିଲା ଅଧିକ। ସେହିଭଳି ଗତ ବର୍ଷ ଖୋର୍ଦ୍ଧା ଜିଲ୍ଲାରେ ପାସ ହାର ସର୍ବାଧିକ ଥିଲା ଏବଂ ତାଲିକାର ସବା ତଳେ ଥିଲା ନୂଆପଡ଼ା ଜିଲ୍ଲା । କିନ୍ତୁ ଶିକ୍ଷାବିତମାନଙ୍କ ମତରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ପ୍ରଶ୍ନ ସରଳ ଥିଲା, ତେଣୁ ରେଜଲ୍ଟ ଭଲ ହେବ ବୋଲି ଆଶା କରାଯାଉଛି।
ତେବେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ନେଇ ଆସିଛି ବଡ଼ ଖବର । ଏଣିକି ଓଡ଼ିଆରେ ମିଳିବ ମାଟ୍ରିକ ସାର୍ଟିଫିକେଟ । ଚଳିତ ବର୍ଷ ପ୍ରଥମ କରି ଏହି ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ, ଓଡ଼ିଆ ସହ ଇଂରାଜୀ ଲେଖା ମଧ୍ୟ ପୂର୍ବ ଭଳି ରହିବ। ଅର୍ଥାତ ଉଭୟ ଓଡ଼ିଆ ଏବଂ ଇଂରାଜୀରେ ମିଳିବ ମାଟ୍ରିକ ସାର୍ଟିଫିକେଟ ଓ ମାର୍କସିଟ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ପରୀକ୍ଷାର୍ଥୀମାନଙ୍କୁ ଓଡ଼ିଆରେ ମାଟ୍ରିକ ସାର୍ଟିଫିକେଟ ପ୍ରଦାନ କରିବେ ବୋଲି ଘୋଷଣା କରିବା ପରେ ବୋର୍ଡ ପକ୍ଷରୁ କାର‌୍ୟ୍ୟ ଆରମ୍ଭ ହୋଇଥିଲା । ତେବେ କେବଳ ଓଡ଼ିଆ ଲେଖା ରହିଲେ ଛାତ୍ରୀଛାତ୍ର ଭବିଷ୍ୟତରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷା ରଖିବା ନିମନ୍ତେ ସ୍ଥିର କରାଯାଇଛି । ଏହାସହ ଆଗାମୀ ଦିନରେ ଯୁକ୍ତ ଦୁଇରେ ମଧ୍ୟ ସାର୍ଟିଫିକେଟକୁ ଓଡ଼ିଆ ଏବଂ ଇଂରାଜୀରେ କରିବାକୁ ଯୋଜନା କରୁଛି ଗଣଶିକ୍ଷା ବିଭାଗ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ।ରାଜ୍ୟ ସରକାର ପରୀକ୍ଷାର୍ଥୀମାନଙ୍କୁ ଓଡ଼ିଆରେ ମାଟ୍ରିକ ସାର୍ଟିଫିକେଟ ପ୍ରଦାନ କରିବେ ବୋଲି ଘୋଷଣା କରିବା ପରେ ବୋର୍ଡ ପକ୍ଷରୁ କାର‌୍ୟ୍ୟ ଆରମ୍ଭ ହୋଇଥିଲା । ତେବେ କେବଳ ଓଡ଼ିଆ ଲେଖା ରହିଲେ ଛାତ୍ରୀଛାତ୍ର ଭବିଷ୍ୟତରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷା ରଖିବା ନିମନ୍ତେ ସ୍ଥିର କରାଯାଇଛି । ଏହାସହ ଆଗାମୀ ଦିନରେ ଯୁକ୍ତ ଦୁଇରେ ମଧ୍ୟ ସାର୍ଟିଫିକେଟକୁ ଓଡ଼ିଆ ଏବଂ ଇଂରାଜୀରେ କରିବାକୁ ଯୋଜନା କରୁଛି ଗଣଶିକ୍ଷା ବିଭାଗ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031