Indus Valley Times

ବୌଦ୍ଧ ପୋଲିସ୍ ର ବଡ଼ ସଫଳତା : ବ୍ରାଉନ ସୁଗାର ବ୍ୟବସାୟରେ ଜଡିତ ୪ ଜଣ ଗିରଫ , ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ

 Breaking News

ବୌଦ୍ଧ ପୋଲିସ୍ ର ବଡ଼ ସଫଳତା : ବ୍ରାଉନ ସୁଗାର ବ୍ୟବସାୟରେ ଜଡିତ ୪ ଜଣ ଗିରଫ , ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ

ବୌଦ୍ଧ ପୋଲିସ୍ ର ବଡ଼ ସଫଳତା : ବ୍ରାଉନ ସୁଗାର ବ୍ୟବସାୟରେ ଜଡିତ ୪ ଜଣ ଗିରଫ , ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ
May 07
09:27 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୭/୫ : ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧରେ ବୌଦ୍ଧ ପୁଲିସ ପକ୍ଷରୁ ଚାଲିଥିବା ବିଶେଷ ଅଭିଯାନରେ ବଡ଼ ସଫଳତା ମିଳିଛି।
ମଡେଲ ଥାନା ପୁଲିସ ଏକ ବ୍ରାଉନ ସୁଗାର ରାକେଟ୍ କୁ ଧରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ୍ ଏହି ସୂଚନା ପ୍ରଦାନ କରିଛନ୍ତି ।
ବିଶ୍ୱାସନୀୟ ସୂଚନା ଆଧାରରେ ବୁଧବାର ପ୍ରଭାତ ସମୟରେ ଜଗଦୀଶପୁର ଛକରୁ ବୌଦ୍ଧ ସହରକୁ ଅଭିଯୁକ୍ତ ମାନେ ବ୍ରାଉନ ସୁଗାର ଆଣୁଥିବା ବେଳେ ପୁଲିସ ଚଢ଼ାଉ କରିଥିଲା। ଆଇଆଇସିଙ୍କ ନିର୍ଦ୍ଦେଶରେ ଏସ ଆଇ ବି.ଏମ୍. ଲୋଇଙ୍କ ନେତୃତ୍ୱରେ ଚାଲିଥିବା ଅଭିଯାନରେ ଚାରିଜଣଙ୍କୁ କାବୁ କରାଯାଇଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ ପ୍ରୀତମ ଦେହୁରୀ ଓରଫ ଭାଲୁ ,ପ୍ରଦୀପ କୁମାର ସେଠୀ, ବିଶ୍ୱନାଥ ଭୋଇ ଓ ସତ୍ୟବ୍ରତ ସିଂହ। ପୋଲିସ ସେମାନଙ୍କ ନିକଟରୁ ପ୍ରାୟ ୩୦ ଗ୍ରାମ ବ୍ରାଉନ ସୁଗାର ଯାହାର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କା ହେବ, ନଗଦ ୧୫୦୦ ଟଙ୍କା, ଫୋଲ୍ଡିଂ ଛୁରୀ, ମାଟି ଚିଲମ ଓ ବ୍ୟବହୃତ କାଗଜ ପୁଡିଆ ଜବତ କରିଛି।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରୀତମ ଦେହୁରୀ ବାଲେଶ୍ୱର ଅଞ୍ଚଳରୁ ମାଦକ ଦ୍ରବ୍ୟ ଆଣି ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଥିଲା। ଏହି ଘଟଣାରେ ମଡେଲ ଥାନା କେସ୍ ନଂ-୨୧୨, ତାରିଖ ୦୬.୦୫.୨୦୨୬ ଅନୁଯାୟୀ ଏନଡିପିଏସ୍ ଆଇନ ଅନୁସାରେ ମାମଲା ରୁଜୁ ହୋଇଛି।
ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ଏସ୍ ପି କହିଛନ୍ତି ଯେ ବୌଦ୍ଧ ପୁଲିସ ଜିଲ୍ଲାରେ ମାଦକ ଦ୍ରବ୍ୟ କାରବାର ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରୁଥିବା ବେଳେ ଏହି ରାକେଟ୍ ର ମୂଳ ସୂତ୍ରଧରଙ୍କ ପର‌୍ୟ୍ୟନ୍ତ ପହଞ୍ଚିବାକୁ ତଦନ୍ତ ଜାରି ରହିଛି। ଜିଲ୍ଲାରେ ଏହି ଧଳା ଜହର କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ ।
ଏହାଦ୍ୱାରା ଯୁବାବର୍ଗ ବିଶେଷ ଭାବରେ ପ୍ରଭାବିତ ହେବା ସହିତ ସେମାନଙ୍କ ଭବିଷ୍ୟତ ଓ ପରିବାର ନଷ୍ଟ ହୋଇଯାଉଛି କ୍ଷ ଏହାସହିତ ଜିଲ୍ଲାରେ ବେଆଇନ ମାଦକ ଦ୍ରବ୍ୟର ଚୋରା କାରବାର ଓ ଚାଲାଣକୁ ଦୃଢ଼ ହସ୍ତରେ ଦମନ କରାଯିବ ।
ସାମ୍ବାଦିକ ମାନଙ୍କ ସମ୍ମୁଖରେ ଚାରି ଅଭିଯୁକ୍ତଙ୍କୁ ପେଶ୍ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସହିତ ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031