Indus Valley Times

ପୌର ପରିଷଦର ଦୁଇଟି ୱାର୍ଡର ଖେଳ ପଡ଼ିଆର ଉନ୍ନତି ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ

 Breaking News

ପୌର ପରିଷଦର ଦୁଇଟି ୱାର୍ଡର ଖେଳ ପଡ଼ିଆର ଉନ୍ନତି ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ

ପୌର ପରିଷଦର ଦୁଇଟି ୱାର୍ଡର ଖେଳ ପଡ଼ିଆର ଉନ୍ନତି ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ
May 07
20:43 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୭/୫ : ଜଟଣୀ ପୌର ପରିଷଦ ପକ୍ଷରୁ ୟୁଏନ ହାବିଟାଟର ୟଙ୍ଗ ଗେମ ଚେଞ୍ଜର ଇନିସିଏଟିଭ କାର୍ଯ୍ୟକ୍ରମ ଅନ୍ତର୍ଗତ ଆରମ୍ଭ ହେବାକୁ ଥିବା ୱାର୍ଡ ସଂଖ୍ୟା ୦୭ ଅଧୀନ ମୁଣ୍ଡିଆ ସାହି ପାର୍କ ଏବଂ ଖେଳପଡିଆ ଉନ୍ନତିକରଣ ପ୍ରକଳ୍ପ ଏବଂ ୱାର୍ଡ ସଂଖ୍ୟା ୧୧ ଅଧୀନ ମା ଉତ୍ତରାୟଣୀ ଯୁବକ ସଙ୍ଘ ଖେଳ ପଡିଆ ଉନ୍ନତିକରଣ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସ୍ଥାନୀୟ ମୁଣ୍ଡିଆ ସାହି ଖେଳ ପଡିଆରେ ମାନ୍ୟବର ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଢଙ୍ଗୀ ଏବଂ ଜଟଣୀର ମାନ୍ୟବର ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର‌୍ୟ୍ୟକ୍ରମରେ ଜଟଣୀ ପୌର ପରିଷଦ ଅଧ୍ୟକ୍ଷ ଅନନ୍ତ ବେହେରା, ଉପାଧ୍ୟକ୍ଷା ଆରତୀ ରାଉତ, ନିର୍ବାହୀ ଅଧିକାରୀ ଆକ୍ରିତି ଗୋଏଙ୍କା, ୟୁଏନ ହାବିଟାଟର କଣ୍ଟ୍ରି ପ୍ରୋଗ୍ରାମ ମ୍ୟାନେଜର ନୀଲେଶ ପ୍ରକାଶ ରାଜଧ୍ୟକ, ସମାଜସେବୀ ବିଶ୍ୱରଂଜନ ବଡ଼ଜେନା, ପୂର୍ବତନ ଯୋଗାଣ ନିଗମ ଅଧ୍ୟକ୍ଷ ସୁଦୀପ୍ତ ରାୟ, ପାରିଷଦ ବୃନ୍ଦ, ୟୁଏନ ହାବିଟଟର ଅନ୍ୟ ଅଧିକାରୀ ଯଥା ସନ୍ଦୀପନ ଷଡ଼ଙ୍ଗୀ, ରିଙ୍କି ହଳଦାର, ସ୍ଫିତି ପଡେଲେଙ୍କ ସହ ସ୍ଥାନୀୟ ବାସିନ୍ଦା ଓ ସାଧାରଣ ଲୋକେ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ମୁଣ୍ଡିଆ ସାହି ଖେଳ ପଡିଆ ଉନ୍ନତିକରଣ ପାଇଁ ୬୩. ୨୯ ଲକ୍ଷ ଟଙ୍କା ଅନୁମୋଦିତ ହୋଇଥିବା ବେଳେ ମା ଉତ୍ତରାୟଣୀ ଖେଳ ପଡିଆ ଉନ୍ନତିକରଣ ପାଇଁ ୧୬. ୨୨ ଲକ୍ଷ ଟଙ୍କା ଅନୁମୋଦିତ ହୋଇଅଛି ଯାହାକି ଉକ୍ତ ପ୍ରକଳ୍ପ ପାଣ୍ଠିରୁ ଖର୍ଚ୍ଚ କରାଯାଇ ବସ୍ତି ଅଞ୍ଚଳରେ ବସବାସ କରୁଥିବା ଯୁବ ପିଢ଼ିଙ୍କ ନିମନ୍ତେ ବ୍ୟବହୃତ ହେବ।
ଏହି ପ୍ରକଳ୍ପ ଚୟନ ପୂର୍ବରୁ ଉକ୍ତ ଅଞ୍ଚଳର ବ୍ୟକ୍ତି ବିଶେଷଙ୍କ ମତାମତ ସଂଗ୍ରହ କରି ଆବଶ୍ୟକୀୟ ପ୍ରସ୍ତାବ ଅନୁମୋଦିତ ହୋଇଥିଲା ଯାହାକି ଏବେ କାର୍ଯ୍ୟକାରୀ ହେବାକୁ ଯାଉଅଛି।
ଏହି କାର୍ଯ୍ୟକ୍ରମକୁ ଜଟଣୀ ପୌର ପରିଷଦ ପକ୍ଷରୁ ପୌର ଯନ୍ତ୍ରୀ ଆଦିତ୍ୟ ନାରାୟଣ ସିଂ, କନିଷ୍ଠ ଯନ୍ତ୍ରୀ ନିହାର ରଞ୍ଜନ ସାହୁଙ୍କ ସମେତ ସତ୍ୟବ୍ରତ ତ୍ରିପାଠୀ, ଅଟଳ ଧର୍ମରାଜ, ମନସ୍ବିନୀ ମହାରଣା, ସୁଜ୍ଞାନୀ ପାଢ଼ୀ, ଚିନ୍ମୟ ସାହୁ, ଜ୍ୟୋତିରଞ୍ଜନ ରାଉତରାୟ ପ୍ରମୁଖ ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31