Indus Valley Times

ଗୋଦାମ ଘରୁ ପିଡିଏସ୍ ଚାଉଳ ଚୋରି ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ

 Breaking News

ଗୋଦାମ ଘରୁ ପିଡିଏସ୍ ଚାଉଳ ଚୋରି ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଗୋଦାମ ଘରୁ ପିଡିଏସ୍ ଚାଉଳ ଚୋରି ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ
May 11
21:44 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୧/୫: ରାତି ଅଧରେ ଗୋଦାମ ଘରୁ ପିଡିଏସ୍ ଚାଉଳ ଚୋରି ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ପଞ୍ଚାୟତରେ ।
ସୂଚନା ଅନୁଯାୟୀ ରବିବାର ଡିୟୁଟି ସାରି ଗୋଦାମ ଘର ଏବଂ ଚାଉଳ ବିତରଣ କେନ୍ଦ୍ର ତାଲା ଦେଇ ବନ୍ଦ କରି ଯାଇଥିଲେ ଯୋଗାଣ ସହାୟକ । ସୋମବାର ସକାଳେ ଗୋଦାମ ଘର ତାଲା ଭାଙ୍ଗି ଖୋଲାଥିବା ଦେଖି ମହାସିଙ୍ଗି ସରପଞ୍ଚ ରଞ୍ଜିତ ମଲ୍ଲିକଙ୍କୁ ଜଣାଇଥିଲେ ଅଞ୍ଚଳବାସୀ ।
ସରପଞ୍ଚ ଘଟଣା ସ୍ଥଳକୁ ଯାଇ ଦେଖିବା ପରେ କ.ନୁଆଗାଁ ବ୍ଲକ୍ ଯୋଗାଣ ନିରୀକ୍ଷକ ପ୍ରୀତିରଞ୍ଜନ ବିଶ୍ବାଳଙ୍କୁ ଜଣାଇଥିଲେ । ଯୋଗାଣ ନିରୀକ୍ଷକ ଘଟଣାସ୍ଥଳରେ ପହଁଞ୍ଚି ଷ୍ଟକ୍ ଯାଞ୍ଚ୍ କରିବା ପରେ ଗୋଦାମ ଘରେ ସମୁଦାୟ ୯୬୩ ବସ୍ତା ଚାଉଳ ଥିଲା ଏବଂ ସେଥିରୁ ୯ ବସ୍ତା ଚାଉଳ ଚୋରି ହୋଇଥିବା ଅଭିଯୋଗ ହୋଇଛି ।
ଅଭିଯୋଗ ପ୍ରକାରେ ଘଟଣାସ୍ଥଳରେ ବାଲିଗୁଡ଼ା ପୋଲିସ୍ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ଚୋରି ସନ୍ଦେହରେ ଗ୍ରାମବାସୀ କାବୁ କରିଥିବା ଦୁଇଜଣ ଯୁବକଙ୍କୁ ପୋଲିସର ଜିମା ଦେଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ଦୁଇ ଶିକାରୀ ଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ

ବାଲିଗୁଡା, ୧୧/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ବନ ବିଭାଗ ଦ୍ଵାରା ଦୁଇ ଶିକାରୀ ଙ୍କୁ ଗିରଫ କରିବା ସହ ଦୁଇଟି ଦେଶୀ ବନ୍ଧୁକ ଜବତ କରିଛନ୍ତି ।
ସୂଚନା ପ୍ରକାରେ ବାଲିଗୁଡା ବନାଞ୍ଚଳ କାର୍ଯ୍ୟାଳୟର କର୍ମଚାରୀ ମାନେ ଢାକା ଜଙ୍ଗଲରେ ରାତି ପେଟ୍ରୋଲିଙ୍ଗ କରିବା ସମୟରେ ଦୁଇ ଜଣ ଯୁବକ ଜଙ୍ଗଲରେ ନିଆଁ ଲଗାଇ ଜଙ୍ଗଲ ଜନ୍ତୁଙ୍କୁ ଶିକାର କରିବାକୁ ପ୍ରସ୍ତୁତ ହେଉଥିଲେ ।
ଏହି ସମୟରେ ବନ ବିଭାଗର କର୍ମଚାରି ମାନେ ଏହି ଦୁଇ ଯୁବକ ସୁଇଲା ମଲିକ (୨୮)ଓ ଲକ୍ଷ୍ମଣ କହଁର (୨୮) କୂ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ ଓ କିଛି ସାମଗ୍ରୀ ଜବତ କରିଛନ୍ତି ।
ଏ ନେଇ ବାଲିଗୁଡା ବନ ବିଭଗ କେଶ ନଂ. ୧୭/୨୬ପ୍ରକାରେ ଏକ ମାମଲା ରୁଜୁ କରି ଏସଡିଜେଏମ କୋର୍ଟ କୁ ଚାଲାଣ କରିଥିବା ନେଇ ବନାଞ୍ଚଳ ଅଧିକରୀ ଡି.ସୁବାଷ ସୂଚନା ଦେଇଛନ୍ତି ।
ଏହି ଚଢ଼ାଉ ସମୟରେ ବନପାଳ ଟିକେଶ୍ୱର ବେହେରା, ଗାର୍ଡ ସୁରେଶ ମୁଠାମାଝି, ଯୁଧିଷ୍ଠିର ଦିଗାଲ, ଓ ନାସିମୁଲ ହକ ପ୍ରମୁଖ ସାମିଲ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031