Indus Valley Times

୧୨ରୁ ୨୧ଜୁନ୍ ଯାଏଁ ପାଳନ ହେବ ସରକାରଙ୍କ ୨ ବର୍ଷ ପୂର୍ତ୍ତି, ଉତ୍ସବ ପରିବର୍ତ୍ତେ ତଥ୍ୟ ପ୍ରସାର ଉପରେ ଅଧିକ ଫୋକସ୍

 Breaking News

୧୨ରୁ ୨୧ଜୁନ୍ ଯାଏଁ ପାଳନ ହେବ ସରକାରଙ୍କ ୨ ବର୍ଷ ପୂର୍ତ୍ତି, ଉତ୍ସବ ପରିବର୍ତ୍ତେ ତଥ୍ୟ ପ୍ରସାର ଉପରେ ଅଧିକ ଫୋକସ୍

୧୨ରୁ ୨୧ଜୁନ୍ ଯାଏଁ ପାଳନ ହେବ ସରକାରଙ୍କ ୨ ବର୍ଷ ପୂର୍ତ୍ତି, ଉତ୍ସବ ପରିବର୍ତ୍ତେ ତଥ୍ୟ ପ୍ରସାର ଉପରେ ଅଧିକ ଫୋକସ୍
May 14
20:34 2026

ଭୁବନେଶ୍ୱର, ୧୪/୫ : ନିରାଡମ୍ବର ହେବେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବ । ଚାକଚକ୍ୟ ଉତ୍ସବ ପାଳନ ବଦଳରେ କେବଳ ତଥ୍ୟ ଭିତ୍ତିକି ପ୍ରଚାର ପ୍ରସାର କରାଯିବ ।
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେହେତୁ ବର୍ତ୍ତମାନ ପଶ୍ଚିମ-ଏସିଆ ପରିସ୍ଥିତି ଯୋଗୁ ସମଗ୍ର ଦେଶ ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି, ସେଥିପାଇଁ ଏହି ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହିତ ବ୍ୟାପକ ଉତ୍ସବ ପାଳନ ବଦଳରେ ୨ ବର୍ଷର ଉପଲବ୍ଧି ଉପରେ ଅଧିକ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ସରକାରଙ୍କ ଏହି ଉପଲବ୍ଧି ହେଉଛି ଲୋକଙ୍କ ପାଇଁ, ତେଣୁ ଏହି ସଫଳତା ଯେପରି ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ କାର୍ଯ୍ୟକ୍ରମ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଏଥିପାଇଁ ପ୍ରିଣ୍ଟ, ଇଲୋକ୍ଟ୍ରୋନିକ୍‌ସ, ସାମାଜିକ ଗଣମାଧ୍ୟମରେ ସରକାରଙ୍କ ଉପଲବ୍ଧିର ପ୍ରସାର ସହିତ ପୁସ୍ତିକା ପ୍ରକାଶନ କରାଯିବ। ଏଥିସହିତ କାର୍ଯ୍ୟକାରୀ ହୋଇଥିବା ପ୍ରତ୍ୟେକ ଜନକଲ୍ୟାଣକାରୀ ଯୋଜନା ମାଧ୍ୟମରେ ସାଧାରଣ ଲୋକ କିଭଳି ଉପକୃତ ହେଉଛନ୍ତି ତାର ଚିତ୍ର ସର୍ବସାଧାରଣକୁ ଆଣିବା ପାଇଁ ବୈଠକରେ ଗୁରୁତ୍ବାରୋପ ହୋଇଥିଲା।
ଆଗାମୀ ଜୁନ୍ ୧୨ ତାରିଖରେ ରାଜ୍ୟ ସରକାରଙ୍କର ୨ ବର୍ଷ ପୂର୍ତ୍ତି ପାଳନ କରାଯିବ। ଏଥିପାଇଁ ଜୁନ୍ ୧୨ରୁ ୨୧ ପର‌୍ୟ୍ୟନ୍ତ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ବିଭିନ୍ନ ବିଭାଗର ସଫଳତାକୁ ସନ୍ନିବେଶିତ କରି ଶକ୍ତି ଓଡିଶା, ସମୃଦ୍ଧ କୃଷି ଓଡିଶା, ସୁସ୍ଥ ଓଡିଶା, ନିର୍ମାଣ ଓଡିଶା, ଉତ୍କର୍ଷ ଓଡିଶା, ଜନଶକ୍ତି ଓଡିଶା ଏବଂ କୌଶଳ ଓଡିଶା ଆଦି ଏହି ୭ଟି ଥିମ୍‌ରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ।
ଏଥିସହିତ ୨୦୨୬ରୁ ୨୦୩୬ ପର୍ଯ୍ୟନ୍ତ ସରକାରଙ୍କ ଲକ୍ଷ୍ୟ ଏବଂ ଆଭିମୁଖ୍ୟ ଗୁଡିକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ୍ ରହିବ।
ବିଭାଗୀୟ ମନ୍ତ୍ରୀମାନେ ୨ ବର୍ଷ ମଧ୍ୟରେ ନିଜ ନିଜ ବିଭାଗରେ ହାସଲ ହୋଇଥିବା ସଫଳତା ବିଷୟରେ ସାମ୍ବାଦିକ ସମ୍ମିଳନୀ କରିବା ସହିତ ବିଭାଗ ଗୁଡିକର ସଫଳତା ସମ୍ପର୍କିତ ଲିଫଲେଟ୍, ପୁସ୍ତିକା ପ୍ରକାଶନ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ମାଧ୍ୟମରେ ରାଜ୍ୟର ସମୃଦ୍ଧି ଓ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ଆମର ଯେଉଁ ଆଭିମୁଖ୍ୟ ରହିଛି, ତାହା ଲୋକଙ୍କ ପାଖରେ ପହଞ୍ଚାଇବାରେ ଆମେ ସଫଳ ହେବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ ବିଭାଗର ସଚିବସ୍ତରୀୟ ଅଧିକାରୀ ମାନେ ଯୋଗଦେଇଥିଲେ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930