Indus Valley Times

ବୌଦ୍ଧରେ ବିଜେଡି ପକ୍ଷରୁ ନାରୀ ଅଧିକାର ସମାବେଶ

 Breaking News

ବୌଦ୍ଧରେ ବିଜେଡି ପକ୍ଷରୁ ନାରୀ ଅଧିକାର ସମାବେଶ

May 22
19:54 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୨/୫ : ଆଜି ବିଜୁ ମହିଳା ଜନତାଦଳ ପକ୍ଷରୁ ବୌଦ୍ଧ ଜିଲ୍ଲା ସଭାନେତ୍ରୀ ଦିପ୍ତୀପ୍ରଭା ସ୍ୱାଇଁ ଙ୍କ ଅଧକ୍ଷତାରେ ବୌଦ୍ଧ ସହର ଠାରେ ଏକ ନାରୀ ଅଧିକାର ସମାବେଶ ଆୟୋଜିତ ହୋଇଯାଇଛି ।
ପ୍ରଥମେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଏକ ଶୋଭାଯାତ୍ରା ଜରିଆରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯଇଛି । ପରେ ସ୍ଥାନୀୟ ଟାଉନ ହଲଠାରେ ଏକ ପ୍ରତିବାଦ ସଭା ଆୟୋଜନ ହୋଇଯାଇଛି ।
ସମ୍ପ୍ରତି ରାଜ୍ୟରେ କ୍ରମାଗତ ଭାବେ ମହିଳାଙ୍କ ଉପରେ ଅତ୍ୟାଚାର ବଢିଚାଲିଥିବା ବେଳେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଗୃହବିଭାଗ ନୀରବ ଏବଂ ଅପାରଗ ସାଜିଛି କ୍ଷ ୨୦୨୩ ମସିହାରୁ ସଂସଦରେ ମହିଳା ସରଂକ୍ଷଣ ବିଲ ପାରିତ ହୋଇସାରିଥିବା ସତ୍ୱେ ୨୦୨୪ ସାଧାରଣ ନିର୍ବାଚନ ରେ ତାହା କାଯ୍ୟକାରି କଲେନାହିଁ ।
ମୋଦୀ ସରକାର ମହିଳା ସରଂକ୍ଷଣ ବିଲ ଆଡୁଆଳରେ ସୀମାପୁନଃନିର୍ଦ୍ଧାରଣର ଯେଉଁ ଖେଳ ଖେଳୁଥିଲେ ଓଡିଶା ତାହାର ଅଧିକାର ହରାଇବାକୁ ଯାଉଥିଲା ।
ବିଜୁ ଜନତାଦଳର ଜଣେ ବି ଲୋକସଭା ସାଂସଦ ନଥିବାବେଳେ ପାର୍ଲାମେଣ୍ଟରେ ବିଜୁ ଜନତାଦଳ ବିରୋଧ କଲା ବୋଲି ଯେଉଁ ଡିଣ୍ଡିମ ଭାରତୀୟ ଜନତାପାର୍ଟି ପିଟୁଛି ଆଜିର ସମାବେଶ ତାହାର ଉଚିତ ଜବାବ ଦେଇଛି ବୋଲି ମତ ପ୍ରକାଶ ପାଇଥିଲା
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାସଭାପତି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ପୂର୍ବତନ ବିଧାୟକ ମହୀଧର ରଣା, ବୌଦ୍ଧ ନଗରପାଳ ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲାପରିଷଦଅଧକ୍ଷା ପ୍ରଭାସିନୀ ଦାସ, ରାଜ୍ୟସମ୍ପାଦକ ଅଶୋକ ସାହୁ, ଅବକାଶ ସାହୁ କଳ୍ପନା ସାହୁ, ବିଶ୍ୱଜିତ ମିଶ୍ର, ଭାଗିରଥି ମଲ୍ଲିକ ଜସ୍ମିନ ପ୍ରଧାନ, ପ୍ରଭାତ ପ୍ରଧାନ, ରବିଚନ୍ଦ୍ର ପ୍ରଧାନ, ଅଶ୍ୱିନୀ ପ୍ରଧାନ, କାର୍ତିକ ବେହେରା, ଈଶ୍ୱର ବେହେରା, ଦେବହରି ମହାଙ୍କୁଡ ପ୍ରମୁଖଙ୍କ ନେତୃତ୍ୱରେ ହଜାରେରୁ ଉର୍ଦ୍ଧ କର୍ମୀ ଆଜିର ନାରୀ ଅଧିକାର ସମାବେଶରେ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930