Indus Valley Times

ଖୋରଧା ଜିଲ୍ଲା ଭାରତ ସ୍କାଉଟ ଗାଇଡ଼ର ଶ୍ରେଷ୍ଠ ସଫଳତା , ଜିଲ୍ଲା ଶିକ୍ଷାଧିକାରୀ ପାଇଲେ ରାଜ୍ୟପାଳଙ୍କ ଠାରୁ ରାଜ୍ୟ ପୁରସ୍କାର ସମ୍ମାନ

 Breaking News

ଖୋରଧା ଜିଲ୍ଲା ଭାରତ ସ୍କାଉଟ ଗାଇଡ଼ର ଶ୍ରେଷ୍ଠ ସଫଳତା , ଜିଲ୍ଲା ଶିକ୍ଷାଧିକାରୀ ପାଇଲେ ରାଜ୍ୟପାଳଙ୍କ ଠାରୁ ରାଜ୍ୟ ପୁରସ୍କାର ସମ୍ମାନ

ଖୋରଧା ଜିଲ୍ଲା ଭାରତ ସ୍କାଉଟ ଗାଇଡ଼ର ଶ୍ରେଷ୍ଠ ସଫଳତା , ଜିଲ୍ଲା ଶିକ୍ଷାଧିକାରୀ ପାଇଲେ ରାଜ୍ୟପାଳଙ୍କ ଠାରୁ ରାଜ୍ୟ ପୁରସ୍କାର ସମ୍ମାନ
May 23
10:10 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୩/୫ : ଖୋରଧା ଜିଲ୍ଲା ସ୍କାଉଟ୍ସ ଗାଇଡ୍ସ ର ସଫଳତା ପାଇଁ ଖୋରଧା “ଶ୍ରେଷ୍ଠ ଜିଲ୍ଲା କ୍ୟାମ୍ପୋରୀ ସମ୍ମାନ-୨୦୨୫” ମାନ୍ୟବର ମନ୍ତ୍ରୀ ଗଣଶିକ୍ଷା ବିଭାଗ ନିତ୍ୟାନନ୍ଦ ଗଣ୍ଡ, ମହାମହିମ ରାଜ୍ୟପାଳ ଡ଼. ହରିବାବୁ କାମ୍ଭମପତିଙ୍କ ଠାରୁ ଖୋରଧା ଜିଲ୍ଲା ଶିକ୍ଷାଧିକାରୀ ସୋନାମିକା ରାୟ, ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ର ଏବଂ ବି.ଜେ.ବି. ହାଇସ୍କୁଲର ପ୍ରଧାନଶିକ୍ଷକ ତଥା ଜିଲ୍ଲା ସ୍କାଉଟ କମିଶନର ବିଭୁପ୍ରସାଦ ସେନାପତି ସହିତ ଏହି ରାଜ୍ୟ ପୁରସ୍କାର ସମ୍ମାନକୁ ଗ୍ରହଣ କରିଛନ୍ତି ।
ସମସ୍ତଙ୍କର ନିସ୍ଵାର୍ଥପର ସେବା ଓ ସକ୍ରିୟ ସହଯୋଗ ପାଇଁ ଏହି ସଫଳତା ମିଳିଥିବାର ଶ୍ରୀମତୀ ରାୟ କହିଛନ୍ତି । ଏଥିପାଇଁ ରାଜ୍ୟ ସଂଗଠନର କର୍ମକର୍ତ୍ତା, ଜିଲ୍ଲାର କର୍ମକର୍ତ୍ତା, ଉପଦେଷ୍ଟା, ସମସ୍ତ ବିଦ୍ୟାଳୟର ସ୍କାଉଟ ମାଷ୍ଟର, ଗାଇଡ କ୍ୟାପ୍ଟେନ, କମିଟିର ସଦସ୍ୟ, ସଦସ୍ୟା,ବି.ଜେ.ବି. ହାଇସ୍କୁଲ, ଖୋରଧା ବାଳିକା ବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଖୋରଧା ର ଶିକ୍ଷକ,ଶିକ୍ଷୟତ୍ରୀ କର୍ମଚାରୀ, ସମସ୍ତ ସହଯୋଗ କରିଥିବା ବ୍ୟକ୍ତି ବିଶେଷ, ଗଣମାଧ୍ୟମର ପ୍ରତିନିଧି, ଜିଲ୍ଲା ଶିକ୍ଷା ଓ ସମଗ୍ରଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ, ଗୋଷ୍ଠୀ ଶିକ୍ଷାଧିକାରୀ ଗଣ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ଼ ପ୍ରଜ୍ଞାପରମିତା ଜେନା, ରଶ୍ମିବାଳା ପରିଡା ଓ ବିଜୟ ବେହରା ସମସ୍ତଙ୍କୁ ଶ୍ରୀମତୀ ରାୟ ଏହାର ଶ୍ରେୟ ଦେଇଛନ୍ତି ।
ଆଗାମୀ ଦିନରେ ଖୋରଧା ଜିଲ୍ଲା ଏ କ୍ଷେତ୍ରରେ କିଭଳି ଆଗକୁ ଆଗକୁ ଯିବ ଏବଂ ରାଜ୍ୟରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।
ଏହି ଅବସରରେ ଜିଲ୍ଲା ତାଲିମ୍ ଦାତା ମାନସ କୁମାର ସେଠୀ କାର୍ଯ୍ୟକାରୀ କମିଟି ସଦସ୍ୟ ସୁବାଷ ଚନ୍ଦ୍ର ରାୟ, ନୃସିଂହ ପ୍ରସାଦ ସିଂହ, ଗାଇଡ କ୍ୟାପ୍ଟେନ ବେବି ରୂପାଲି ରାଉତରାୟଙ୍କ ନେତୃତ୍ଵରେ ଖୋରଧା ଜିଲ୍ଲାରୁ ରାଜ୍ୟ ପୁରସ୍କାର ପରୀକ୍ଷାରେ କୃତିତ୍ଵ ହାସଲ କରିଥିବା ୩୨ ଗଣ ସ୍କାଉଟ୍ସ ଗାଇଡ୍ସ ମହାମହିମ ରାଜ୍ୟପାଳଙ୍କ ଠାରୁ ରାଜ୍ୟ ପୁରସ୍କାର ପରୀକ୍ଷା ପ୍ରମାଣପତ୍ର ପାଇଥିବାର ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ର ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31