Indus Valley Times

ବଲାଙ୍ଗିର ଜଙ୍ଗଲ ବିଭାଗର ଏନଫୋର୍ସମେଣ୍ଟ ନାଟକ

 Breaking News

ବଲାଙ୍ଗିର ଜଙ୍ଗଲ ବିଭାଗର ଏନଫୋର୍ସମେଣ୍ଟ ନାଟକ

ବଲାଙ୍ଗିର ଜଙ୍ଗଲ ବିଭାଗର ଏନଫୋର୍ସମେଣ୍ଟ ନାଟକ
May 26
20:45 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୨୬/୫ : ବଲାଙ୍ଗିର ସହର ନିକଟସ୍ଥ ସୂର୍ଡା ଗ୍ରାମ ର ବିଭିନ୍ନ ସ୍ଥାନରେ ବେଆଇନ ଲାଲ ଇଟା ଭାଟି ରେ କାଠ ବ୍ୟବହାର ହେଉଥିବା ବିଷୟ କୁ ନେଇ ଡିଏଫ୍ଓ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ଡିଏଫ୍ଓ ବଲାଙ୍ଗିର ରେଞ୍ଜର ଶ୍ରୀଯୁକ୍ତ ନବୀନ ପଣ୍ଡା ଙ୍କୁ ଏ ବିଷୟରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କୁଆଡେ ରେଞ୍ଜର ନବୀନ ପଣ୍ଡା ଏକ ଏନଫୋର୍ସମେଣ୍ଟ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ।
ଜଙ୍ଗଲ ବିଭାଗ ର ଜୈନେକ କର୍ମଚାରୀ ଙ୍କୁ ରେଞ୍ଜର ଅଛନ୍ତି କି ବୋଲି ପଚାରିବାରୁ କୁଆଡେ ଏକ ବଡ଼ ଏନଫୋର୍ସମେଣ୍ଟ ହେବ,ଏଣୁ ସୁର୍ଡ଼ା ଯାଇଛନ୍ତି ବୋଲି କହିଲେ।
ଚର୍ଚ୍ଚା ହୁଏ ଏହି ଏନଫୋର୍ସମେଣ୍ଟ ଟିମ୍ ରେ ଫରେଷ୍ଟର ଆନନ୍ଦ ସ୍ୱାଇଁ ଙ୍କ ସହ ତାଙ୍କର ସେକ୍ସନ ର କିଛି କର୍ମଚାରୀ ଥିଲେ।
ଏହି ଟିମ୍ ୨୫.୫.୨୦୨୬ ରିଖ ସନ୍ଧ୍ୟା ୫ ଘଣ୍ଟାରେ ବଲାଙ୍ଗିର ରୁ ବାହାରି ସୁର୍ଡ଼ା ଗ୍ରାମ ଅଭିମୁଖେ ବାହାରିଥିଲେ।ଚର୍ଚ୍ଚା ରୁ ଜଣାପଡ଼େ ବଡ଼ ଏନଫୋର୍ସମେଣ୍ଟ ଫୁସ୍ କଲା।ଖାଲି ହାତରେ ଫେରି ଆସିଲେ ଟିମ୍।
ଶୁଣିବାକୁ ମିଳିଲା ମାଲିକ ଅନୁପସ୍ଥିତ କିନ୍ତୁ ଭାଟି ରେ ଲାଗିଥିଲା ବଡ ବଡ କାଠ ଗଣ୍ଡୀ।କାଠ ଜବତ ନ କରି ସେଠାରୁ ଫେରି ଆସିଥିଲେ।
ଲାଲ ଇଟା ଭାଟିକୁ ସରକାର ସମ୍ପୂର୍ଣ୍ଣ ମନା କରିଥିବା ବେଳେ ବଲାଙ୍ଗିର ସହରର ତଳି ଅଞ୍ଚଳ,ଗ୍ରାମାଞ୍ଚଳ, ଜଙ୍ଗଲ ଜମି,ରାଜସ୍ୱ ଜମି,ଚାଷ ଜମି,ନଦୀ ନାଳ ପାଖ ଜମି ମାନଙ୍କରେ ବେଆଇନ ଶହ ଶହ ଇଟା ଭାଟି ଗଢ଼ି ଉଠିଥିବା ବେଳେ ବଲାଙ୍ଗିର ଡିଏଫ୍ଓ କହୁଛନ୍ତି ସେ ଜାଣି ନାହାନ୍ତି।
ଅପର ପକ୍ଷେ କହୁଛନ୍ତି ତାଙ୍କ ଫରେଷ୍ଟର,ରେଞ୍ଜର,ଗାର୍ଡ ଏବଂ ବନ କର୍ମଚାରୀ ମାନେ ସବୁବେଳେ ସତର୍କ ରେ ଅଛନ୍ତି।
କିନ୍ତୁ ଜଙ୍ଗଲ ବୃକ୍ଷ କଟୁଛି କି ପ୍ରଜା ବୃକ୍ଷ କଟି ଇଟା ଭାଟି ରେ ବ୍ୟବହାର ହେଉଛି ତାହା ତଦନ୍ତ କରୁ କରୁ ଭାଟି ରେ ବୃକ୍ଷ ପୋଡ଼ି ପାଉଁଶ ହୋଇ ଯାଉଛି।
ବିନା ଜଏଣ୍ଟ ଭେରିଫିକେଶନ ରେ ପ୍ରଜା ଗଛ କହି ଜଙ୍ଗଲ ବିଭାଗ ନୀରବ ରହିବା କେତେଦୂର ଯୁକ୍ତିଯୁକ୍ତ।ବର୍ଷ ବର୍ଷ ଧରି ଇଟା ଭାଟି କରିଆସୁଥିବା ବ୍ୟବସାୟୀ ଙ୍କ ଉପରେ ଜଙ୍ଗଲ ବିଭାଗ ର କୋହଳ ମନୋଭାବ ଜଙ୍ଗଲ ଧ୍ୱଂସ ହେବାର କାରଣ।ଯଦି ଏଭଳି ପରିସ୍ଥିତି ରହେ ତେବେ ଜଙ୍ଗଲ ଧ୍ୱଂସ ହେବା ନିଶ୍ଚିତ।ଏଣୁ ବେଳ ଥାଉଁ ଥାଉଁ ବନ୍ଧ ବାନ୍ଧରେ……..।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031