Indus Valley Times

ବୌଦ୍ଧରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୋଟର ହେଲ୍ପଡେସ୍କ ସ୍ଥାପିତ

 Breaking News

ବୌଦ୍ଧରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୋଟର ହେଲ୍ପଡେସ୍କ ସ୍ଥାପିତ

ବୌଦ୍ଧରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭୋଟର ହେଲ୍ପଡେସ୍କ ସ୍ଥାପିତ
May 29
09:17 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୯/୫ : ଜିଲ୍ଲାରେ ଚାଲୁଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଅଭିଯାନ (Special Intensive Revision – SIR) ପରିପ୍ରେକ୍ଷୀରେ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ କଲେକ୍ଟରେଟ ପରିସରରେ ଏକ “ଭୋଟର ହେଲ୍ପଡେସ୍କ” ସ୍ଥାପନ କରାଯାଇଛି।
ଜିଲ୍ଲାର ସମସ୍ତ ଯୋଗ୍ୟ ଭୋଟରମାନଙ୍କୁ ନିଜ ଭୋଟର ତଥ୍ୟ ଯାଞ୍ଚ ଓ ସଂଶୋଧନ କାର୍ଯ୍ୟରେ ସକ୍ରିୟ ଭାଗ ନେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।
ସୁସ୍ଥ ଗଣତନ୍ତ୍ରର ମୂଳ ଆଧାର ହେଉଛି ସଠିକ୍‌, ସମ୍ପୂର୍ଣ୍ଣ ଓ ତ୍ରୁଟିମୁକ୍ତ ଭୋଟର ତାଲିକା। ତେଣୁ ନୂତନ ଭୋଟର ଭାବେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ଫର୍ମ-୬, ଭୋଟର ତଥ୍ୟ ସଂଶୋଧନ ପାଇଁ ଫର୍ମ-୮ କିମ୍ବା ମୃତ ଓ ସ୍ଥାନାନ୍ତରିତ ବ୍ୟକ୍ତିଙ୍କ ନାମ କାଟିବା ପାଇଁ ନାଗରିକମାନେ ଏହି ସୁଯୋଗର ସଦବ୍ୟବହାର କରିବାକୁ ଅନୁରୋଧ କରାଯାଇଛି।
ନାଗରିକ ମାନେ ନିଜର ଭୋଟର ସ୍ଥିତି ଯାଞ୍ଚ କରିବା ପାଇଁ ଟୋଲ୍ ଫ୍ରି ହେଲ୍ପଲାଇନ ନମ୍ବର ୧୯୫୦ କୁ ଯୋଗାଯୋଗ କରିପାରିବେ। ଏହାସହ voters.eci.gov.in ପୋର୍ଟାଲ ଏବଂ “Voter Helpline App” ମାଧ୍ୟମରେ ମଧ୍ୟ ଭୋଟର ସମ୍ବନ୍ଧୀୟ ସମସ୍ତ ସେବା ଗ୍ରହଣ କରାଯାଇପାରିବ।
ଆସନ୍ତା ନିର୍ବାଚନରେ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତାଧିକାର ସୁନିଶ୍ଚିତ କରିବା ଦିଗରେ ଏହି ସ୍ୱତନ୍ତ୍ର ସଂଶୋଧନ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ଅଟେ।
ତେଣୁ ସମସ୍ତ ନାଗରିକଙ୍କୁ ଦାୟିତ୍ୱବାନ ଭୋଟର ଭାବେ ନିଜର ନାମ ଓ ତଥ୍ୟ ସଠିକ୍ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031