Indus Valley Times

ବିଦା ହେବେ ପ୍ରଗତି ଏସଏଚଜି

 Breaking News

ବିଦା ହେବେ ପ୍ରଗତି ଏସଏଚଜି

May 30
20:34 2026

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୩୦/୫ : ବିଗତ ଦଶ ବର୍ଷ ରୁ ଉର୍ଦ୍ଧ୍ବ ହେବ ପ୍ରଗତି ଏସଏଚଜି ବଲାଙ୍ଗିର ମେଡିକାଲ ନିକଟରେ ଥିବା ଆହାର କେନ୍ଦ୍ର ପରିଚାଳନା କରି ଆସୁଛନ୍ତି।
ତାଙ୍କ ନାମରେ ନିକଟରେ ବିଭିନ୍ନ ଗଣମାଧ୍ୟମ ରେ ଆହାର କେନ୍ଦ୍ର ର ରନ୍ଧା ଖାଦ୍ୟ ର ମାନ ଉପରେ ସମ୍ବାଦ ପରିବେଷଣ ହୋଇଥିଲା।
କାର୍ଯ୍ୟାଳୟ ପକ୍ଷରୁ ବାରମ୍ବାର ଖାଦ୍ୟ ର ମାନ ଠିକ୍ ରଖିବା ପାଇଁ ଚିଠି ହେଉଥିଲେ ମଧ୍ୟ ସୁଧାର ହୋଇ ନ ଥିଲା।
ଏଣୁ ବଲାଙ୍ଗିର ପୌର କାର୍ଯ୍ୟାଳୟ ତରଫରୁ ଗତ ତା ୨୭.୫.୨୦୨୬ ରିଖ ରେ ପତ୍ର ସଂଖ୍ୟା ୩୭୨୮ ରେ ଆସନ୍ତା ୩୦.୫.୨୦୨୬ ରୁ ଆହାର କେନ୍ଦ୍ର କାର୍ଯ୍ୟରୁ ଏହି ସଂସ୍ଥା ନିଜ ଆସବାବପତ୍ର ନେଇ ଯିବା ପାଇଁ ଉକ୍ତ ଚିଠି ରେ ଉଲ୍ଲେଖ ଅଛି।
ପ୍ରକାଶ ଥାଉ ଯେ ଏହି ପ୍ରଗତି ଏସଏଚଜି ବିଗତ ଦଶ ବର୍ଷରୁ ଉର୍ଦ୍ଧ୍ବ ହେବ ଆହାର କେନ୍ଦ୍ର ପରିଚାଳନା କରି ଆସୁଛନ୍ତି।
ଦଶ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କାର ଆହାର ବିକ୍ରୟ କରି ସାରିଥିବା ବେଳେ ରାୟପୁର ଠାରେ ଏକ ଗୃହ ମଧ୍ୟ କିଣିଥିବା ଚର୍ଚ୍ଚା ହୁଏ।
ଆହାର କେନ୍ଦ୍ର ଭିତରେ ରନ୍ଧା ଯାଉଥିବା ଡାଲମା ପତଳା ରହୁଥିବା ଖାଦ୍ୟ ତଦାରଖ କରିବାକୁ ଯାଇଥିବା ଅଧିକାରୀ ତାଗିଦ୍ କରିଥିଲେ।
ସେଠାରେ କାମ କରୁଥିବା କର୍ମଚାରୀ ମାନଙ୍କୁ ଖୁବ୍ କମ୍ ଦରମା ଦେଇ ଅଧିକ କାର୍ଯ୍ୟ କରାଉଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଛି।
ବର୍ଷ ବର୍ଷ ଧରି ମେରୀମର୍ଜି ରେ ଚାଲିଥିଲା ଏହି ଆହାର କେନ୍ଦ୍ର।୨୯ ତାରିଖ ସନ୍ଧ୍ୟା ସମୟରେ କିଛି ସାମ୍ବାଦିକ ଙ୍କୁ ତାଙ୍କ ସମସ୍ୟା ବିଷୟରେ କହିବା ପାଇଁ ସଂସ୍ଥା ର ସଭାପତି ଏବଂ ତାଙ୍କ ସ୍ୱାମୀ ଡାକିଥିଲେ।
ସଭାପତିଙ୍କ ସ୍ଵାମୀ ସାମ୍ବାଦିକ ଙ୍କ କଥା ଶୁଣି ରାଗି ଯାଇଥିଲେ। ନିଜକୁ ଫ୍ରିଲାନ୍ସ ସାମ୍ବାଦିକ କହି ଉଚ୍ଚ ପାଟିରେ କଥାବାର୍ତ୍ତା କରି ନିଜକୁ ଏକ ବିଶିଷ୍ଟ ଲୋକ ବୋଲି ପରିଚୟ ଦେଇଥିଲେ।
କୁଆଡେ ଏହି ଫ୍ରିଲାନ୍ସ ସାମ୍ବାଦିକ ଙ୍କ ଭୁବନେଶ୍ୱର ରେ କାର‌୍ୟ୍ୟରତ ଥିବା ଅରିନ୍ଦମ ଡାକୁଆ ଙ୍କ ସହ ସୁସମ୍ପର୍କ ଅଛି।ସେ ତାଙ୍କୁ କହି ଆହାର କାର୍ଯ୍ୟକ୍ରମ କୁ ବଳବତ୍ତର ରଖିବେ।କୁଆଡେ ବଲାଙ୍ଗିର ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ତାଙ୍କର କିଛି ବିଗାଡି ପାରିବେନି।
ଏଭଳି ଅନେକ ଆପତ୍ତିଜନକ କଥା କହୁଥିବା ବେଳେ ବଲାଙ୍ଗିର ରେ ବ୍ରହ୍ମପୁର ର ଦାଦାଗିରି ବୋଲି ଚର୍ଚ୍ଚା ଜୋର ଧରିଛି।
ଉପରୋକ୍ତ ବିଷୟ କୁ ନେଇ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ଙ୍କୁ ପଚାରିବାରୁ ସେ ଧୀର ସ୍ଥିର ରେ ନିଜର ପ୍ରତିକ୍ରିୟା ରେ କାହା ପ୍ରତି କୌଣସି ଆକ୍ଷେପ କରି ନ ଥିଲେ।
ତେବେ ଏଭଳି ଏକ ସଂସ୍ଥା ପ୍ରତି ଜିଲ୍ଲା ପ୍ରଶାସନ କୋହଳ ମନୋଭାବ ରଖିବେ ନା କାର୍ଯ୍ୟରୁ ବିଦା କରିବେ ଦେଖିବା ବାକି ରହିଲା।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031